ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ଚାଷ

ନବରଙ୍ଗପୁର :(ମସିହା)ମହିଳା ଓ ଶିଶୁ ମାନଙ୍କ ଅପପୁଷ୍ଟି କୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଅନ୍ତର୍ଗତ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ କାର୍ଯ୍ୟକ୍ରମ କୋଷା ଗୁମୁଡ଼ା ବ୍ଲକ ର ରାଜା ଚଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି lଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ର ପ୍ରୋଟିନ ଓ ଜୀଙ୍କ ଯୁକ୍ତ ସି ଆର୍ ୩୧୧ କିସମ ର ଅଧିକ ଅମଳକ୍ଷମ ଧାନ ବିହନ ୪ ଟି ଗ୍ରାମ ପଞ୍ଚାୟତ ର ୧୪ ଜଣ ଚାଷୀ ଙ୍କୁ ୧୦ କିଲୋଗ୍ରାମ ଲେଖାଏଁ ଯୋଗାଇ ଦିଆ ଯାଇଛି l ଏହି ଦୁଇଟି କିସମ ମାଧ୍ୟମ କିସମ ଜମିରେ ଚାଷ କରାଯାଇପାରିବ lହେକ୍ଟର ପିଛା ୫୫୦୦ କେଜି ଧାନ ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପକ୍ଷରୁ କୁହାଯାଇଛି lଡିବିଟି କିଶାନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଧାନ ବିହନ ଯୋଗାଇ ଦିଆ ଯାଇଛି lକୋଡ଼ିଙ୍ଗା ତହସିଲଦାର ଟିକୁନ ପୁଟା ଓ କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଦୁର୍ଯ୍ୟୋଧନ ଯାନୀ ଚାଷୀ ଙ୍କୁ ଏହି ଧାନ ବିହନ ବଣ୍ଟନ କରିଥିଲେl ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରାୟଣ, ବକ୍ସି,କୋଡୀଙ୍ଗା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଅମିତା ରାଏ ଉପସ୍ଥିତ ଥିଲେl ଏହି କିସମ ୧୩୫ ଦିନିଆ ଫସଲ ହୋଇଥିବା ବେଳେ ୫୦୪୦ କେଜି ପ୍ରତି ହେକ୍ଟର ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପାଖରୁ କୁହାଯାଇଛି l ଏହା ବିଭିନ୍ନ ରୋଗ ପ୍ରତିରକ୍ଷା କ୍ଷମତା ରହିବା ଦ୍ଵାରା ଅନେକ ଲାଭ ମିଳିପାରିବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ 

masiha

ମୋଟର ସାଇକଲ ଦୃଘଟଣା :ଯୁବକ ମୃତ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!