ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

କନ୍ଧମାଳ:06/07/23(ମନିସ): ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ତତ୍ବାବଧାନରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନଂ ଓ୍ବାର୍ଡ ଭଗାମୁଣ୍ଡା ଠାରେ ୭୪ ତମ ବନ ମହୋତ୍ସବ ସପ୍ତାହ ୨୦୨୩ ପାଳନ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ,ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ, ବରିଷ୍ଠ ଆଇନଜୀବି ତଥା ପ୍ରକୃତି ମିତ୍ର କୌଶିକ ସାହୁ, ୧୨୭ ବାଟାଲିୟନ ସିଆରପିଏଫ୍ ଇନ୍ସପେକ୍ଟର ମାନସ ସୁନ୍ଦରାୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା, ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଗଛଟିଏ,ପିଲାଟିଏ । ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଆବଶ୍ୟକ । କେବଳ ବୃକ୍ଷରୋପଣ କରିଦେଲେ ହେବନାହିଁ ବରଂ ଛୋଟ ପିଲାର ଯେଭଳି ଯତ୍ନ ନିଆଯାଏ ସେଭଳି ଯତ୍ନ ନେବା ଦରକାର ବୋଲି କହିଛନ୍ତି ବିଧାୟକ । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ଏଣୁ ଜଙ୍ଗଲର ସୁରକ୍ଷା କରିବା ସହ ବାଲିଗୁଡ଼ା ସହରକୁ ସବୁଜ ସୁନ୍ଦର ସହରାଞ୍ଚଳ ଭାବେ ଗଢ଼ି ତୋଳିବାକୁ ସଙ୍କଳ୍ପ ନେବା ବୋଲି ଅଞ୍ଚଳ ବାସୀଙ୍କୁ ଆହ୍ବାନ ଦେଇଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ । ସେପଟେ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ବାଲିଗୁଡ଼ା ଜଙ୍ଗଲ ନଷ୍ଟ ହେବା ଯୋଗୁଁ ପରିବେଶ ଏହାର ଗୁରୁତର ପ୍ରଭାବ ପଡ଼ୁଛି । ବନଖଣ୍ଡରେ ବନୀକରଣ ବୃଦ୍ଧି ପାଇଛି। ଏଣୁ ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ସାଂସଦ ପ୍ରତିନିଧି ଟୁନା ଦାସ । ଅନ୍ୟପଟେ ଏହି ଅବସରରେ ୪ ହେକ୍ଟର ଜମିରେ ପାଞ୍ଚ ହଜାର ବୃକ୍ଷରୋପଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ା ବନଖଣ୍ଡରେ ଆହୁରି ଅଧିକ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆମର ପ୍ରୟାସ ଜାରୀ ରହିଛି । ଏଥିରେ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪ ଉପଲକ୍ଷେ କଳାହାଣ୍ଡିରେ ଜମିଲା ରାହାଗିରି

masiha

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

masiha

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!