ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରିୟ ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନ ଅନୁଷ୍ଠିତ

ନାରାୟଣ ପାଟଣା ତା,୨/୭/୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣ ପାଟଣା ବ୍ଲକର ସଦର ମହକୁମା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ଆଜି ରାଷ୍ଟ୍ରିୟ ରକ୍ତଶିକୁଳି ଜନିତ ରକ୍ତ ହୀନତା ନିରାକରଣ ଦିବସ ପାଳନ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ ନାରାୟଣ ପାଟଣା ବ୍ଲକର ଅଧ୍ୟକ୍ଷ ଶ୍ରୀ ଗୋଲାଦି ତିରନାଥ,ବି.ପି.ଏମ. ଶ୍ରୀ ଅସିତ ମହାପାତ୍ର,ଉପାଧ୍ୟକ୍ଷା ରିନୁ ଦାସ, ଜିଲ୍ଲା ପରିସଦ ସଭ୍ୟା ରାମ୍ଭ ସିରିକା ଓ ନଅଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ ଉଦ୍ଧଘାଟନ କରିଥିଲେ I ଏହା ସହ ୧୩ ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ମଧ୍ୟ ଅନୁଷ୍ଠିତ ହୋଇଥିଲା I ସ୍ୱାସ୍ତ୍ୟ କେନ୍ଦ୍ରର ଦଶ ଜଣ ଆଶା କର୍ମୀ ମାନେ ଉପସ୍ଥିତ ରହିଥିଲେ ଓ ରକ୍ତ ଶିକୁଳି ରକ୍ତ ହୀନତା ସହ ଥାଲାସେମିଆ ଓ ହିମୋ ପୋଲିଆ ରୋଗୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ତା କରିଛନ୍ତି I ନିରାକରଣର କାର୍ଯ୍ୟକ୍ରମକୁ ଲାଇଭ ଟେଲିକଷ୍ଟ ଭାବରେ ପରଦା ମାଧ୍ୟମରେ ଦେଖା ଯାଇଥିଲା I ଏଥି ସହ ୭୦ ଜଣ ରକ୍ତଶିକୁଳି ରକ୍ତହୀନତା ପ୍ରମାଣ ପତ୍ର ପ୍ରଦାନ କୋରାଯାଇଥିଲା I ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର କର୍ମଚାରି ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ II

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଖଇରା ପ୍ରାଣୀ ଚିକିତ୍ସାଳୟରେ ଭ୍ରାମ୍ୟମାଣ ମୋବାଇଲ ଗାଡ଼ି ବନ୍ଦ

masiha

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗ ରେ ବ୍ୟାପଜ ବଦଳି ଆଦେଶ ଜାରୀ 

ନେହେରୁ ଯୁବାକେନ୍ଦ୍ରର ମିଳିତ ଅଭିଯାନ, ଡୋକରୀଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!