ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ୍ତାହିକ କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ

ସାପ୍ତାହିକ କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ

ବାଲେଶ୍ଵର,୨୧/୧୨/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରତିଷ୍ଠାତା ହେବା ଠାରୁ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ସାରସ୍ୱତ ସାଧକ ଓ ସାଧିକା ମାନଙ୍କୁ ନେଇ ଆଗକୁ ଆଗକୁ ଆଗେଇ ଚାଲିଛି । ଏ ଅନୁଷ୍ଠାନର ମୂଳ ଲକ୍ଷ୍ୟ ଗଦ୍ୟ ସାହିତ୍ୟର ଉନ୍ନତି । ଏଥିପାଇଁ ପ୍ରତ୍ୟେକର ରବିବାର ହ୍ଵାଟ୍ସଆପ୍ ଗୃପରେ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯଦିଓ ପଦ୍ଯ ପ୍ରତିଯୋଗିତା ଅନୁଷ୍ଠାନର ଲକ୍ଷ୍ୟ ନୁହେଁ ତଥାପି ମଝିରେ ମଝିରେ ପଦ୍ଯ ଅର୍ଥାତ୍ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାରସ୍ୱତ ସ୍ରଷ୍ଟା ମାନେ ଏଥିରେ ଅଂଶ ଗ୍ରହଣ କରି ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୧୭/୧୨/୨୩ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା- ” ଶେଷ ବୟସ ” । ଯାହାର ଫଳାଫଳ ପ୍ରକାଶ ପାଇଅଛି । (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ସ୍ବାଗତିକା ସାହୁ, ତୁମୁଡିବନ୍ଧ, କନ୍ଧମାଳ (୩) ରଶ୍ମିରେଖା ସାହୁ, ଭୁବନେଶ୍ୱର (୪) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା (୫) ସବିତା ଶତପଥୀ, ଭୁବନେଶ୍ୱର (୬) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୭) ଦିଲିପ୍ କୁମାର ନାୟକ, କେନ୍ଦ୍ରାପଡା (୮) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୯) ଡକ୍ଟର ଚପଳା ପଣ୍ଡା, ଖୋର୍ଦ୍ଧା (୧୦) ଭାରତୀ ଲେଙ୍କା, କେନ୍ଦ୍ରାପଡା (୧୧) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର (୧୨) ପ୍ରେମଲତା ଗିରି, କେନ୍ଦ୍ରାପଡା (୧୩) ଅର୍ପିତା ମଲ୍ଲିକ, ବାଙ୍ଗାଲୋର (୧୪) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୧୫) ପ୍ରିୟଦର୍ଶିନୀ ମିଶ୍ର, ମଣ୍ଡଳ, ବଲାଙ୍ଗୀର (୧୬) ଅନ୍ନପୂର୍ଣ୍ଣା ସାହୁ, ବାଲିଅନ୍ତା, ଖୋର୍ଦ୍ଧା୧୭) ନରସିଂହ ମହାରଣା, ରେଙ୍ଗାଲି, ସମ୍ବଲପୁର (୧୮) ଝୁମୁରୀ ସାହୁ, ଖୋର୍ଦ୍ଧା ।

ସମସ୍ତଙ୍କ କବିତା ଗୁଡିକୁ ସୁ-ସାହିତ୍ୟିକା, ସୁ-ଗୃହିଣୀ ତଥା ସାହିତ୍ୟକୁ ଭଲ ପାଉଥିବା ଉଚ୍ଚ ଶିକ୍ଷିତା ସରସ୍ୱତୀ ପଣ୍ଡା, ଯାଜପୁର ସମୀକ୍ଷା କରିଥିଲେ । ତାଙ୍କ ସୁଚିନ୍ତିତ ସମୀକ୍ଷାରୁ ପ୍ରିୟଦର୍ଶିନୀ ମିଶ୍ର ପ୍ରଥମ ସ୍ଥାନ, ଭାରତୀ ଲେଙ୍କା ଦ୍ବିତୀୟ ସ୍ଥାନ ଓ ବୀଣାପାଣି ଦେବୀ ତୃତୀୟ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସେଥିପାଇଁ ଅନେକ ସାହିତ୍ୟ ବନ୍ଧୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ମାନେ ସ୍ଥାନ ଅଧିକାର କରିପାରି ନାହାନ୍ତି । ବିଳମ୍ବରେ ଆସିଥିବା କବିତା ଗୁଡିକ ସୁନ୍ଦର ହୋଇଥିଲେ ମଧ୍ୟ ବିଚାରକୁ ନିଆଯାଇ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ଧାର୍ଯ୍ୟ ସମୟ ପୂର୍ବରୁ କିମ୍ବା ପରେ ଦିଅନ୍ତୁ ନାହିଁ । ଧାର୍ଯ୍ୟ ସମୟ ମଧ୍ୟରେ ଦେଲେ କବିତା ଗୁଡିକୁ ଏକତ୍ର କରିବା ସମ୍ଭବ ହେବ ଏବଂ ତାଲିକା ଭୁକ୍ତ ହୋଇ ବିଚାର ଟେବୁଲକୁ ଯିବ । ସୂଚିତ ସମୟ ସୀମା ମଧ୍ୟରେ ପଠାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା 

Sunil Chandra Nayak

ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!