ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଧର୍ମଗଡ: ଧର୍ମଗଡ଼ ବ୍ଲକ ପର୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉତ୍ସବ “ଉତ୍କର୍ଷ -୨୦୨୩” ଆୟୋଜିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ସରୋଜ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବ୍ଳକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ, ତହସିଲଦାର ସଞ୍ଜୟ ସାମନ୍ତରା ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଧ୍ୟକ୍ଷ ସରୋଜ ସେଠୀ ସୁଚନା ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରେ ସ୍କୁଲର ଛାତ୍ରମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲର ସହକର୍ମୀ ଶିକ୍ଷକମାନେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସିଂହପୁର ଠାରେ ବିଂଝାରପୁର ସୁରଭି ପକ୍ଷରୁ ବିଶ୍ୱ ଯୋଗ ଦିବସ 

masiha

୬ ଦଫା ଦାବିରେ କଳାବ୍ୟାଚ ପିନ୍ଧି କୃଷି କର୍ମଚାରୀ ଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ୧ ରୁ ସାମୁହିକ ଛୁଟିରେ ଯିବେ କର୍ମଚାରୀ

Sunil Chandra Nayak

ରାଉରକେଲା ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

masiha

Leave a Comment

error: Content is protected !!