ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଜୟପୁରଏକାଦଶ

ଚନ୍ଦୁ ସହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଜୟପୁରଏକାଦଶ

ଜୁନାଗଡ଼,୨୧/୧୨(ମ ନି ସ୍) – ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ର ପ୍ରଥମ ସେମି ଫାଇନାଲ ରେ ପାଟଣାଗଡ଼ କୁ ହରାଇ ଜୟପୁର ଓରିଓନ ଫାଇନାଲ କୁ ଉନ୍ନୀତ ହୋଇଛି l ଟସ ଜିତି ଜୟପୁର ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ l ପାଟଣାଗଡ଼ ପ୍ରଥମେ ବେଟିଙ୍ଗ କରି ୨୯ ଓଭର ୧ ବଲ ରେ ସମସ୍ତ ଉଇକେଟ ହରାଇ ୧୬୫ ରନ କରିଥିଲେ l ଜବାବ ରେ ଜୟପୁର ଟିମ ୧୬ ଓଭର ରେ ୩ ଉଇକେଟ ହରାଇ ୧୬୮ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ lଆଜିର ଖେଳରେ ମେନ ଅଫ ଦି ମ୍ୟାଚ ଭାବେ ବୈଭବ ରାଉତ ପାଇ ଥିଲେ l ଆଜି ଖେଳରେ ମୁଖ୍ୟ ଅତିଥି ଭାବେ ସମାଜ ସେବି ଉଦ୍ଧବ ଚରଣ ସାହୁ, ନୀଳକଣ୍ଠ ରାଉତ, ମୁନୁ ସାହୁ ଯୋଗଦାନ କରିଥିଲେ l ଖେଳ ପରିଚାଳନା କରିଥିଲେ ବିପ୍ଳବ ସିଂ ଓ ସତୀଶ ପ୍ରଧାନ l ସ୍କୋରର ମୁକେଶ ପୋଡ଼, କମେଣ୍ଟ୍ରି ନୀତିଶ ମହାପାତ୍ର, ମାନସ ସାହୁ, ବିଶ୍ୱ ସାହୁ, ସୁଖବିନ୍ଦର ସିଂଦାୟିତ୍ୱ ସମ୍ପାଦନ କରିଥିବା ବେଳେ ଡିଜିଟାଲ ସ୍କୋର ରୀତିକ ବେହେରା ଓ ୟୁ ଟ୍ୟୁବ ରେ ଆର ଆର ଲାଇଭ ଷ୍ଟ୍ରିମ ଚାନେଲ ରେ ଖେଳ ର ସିଧା ପ୍ରସାରଣ କରୁଛନ୍ତି ରୋହିତ ରତ୍ନାଲୁ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ସଭାପତି ହିମାଂଶୁ ବରାଡ଼, ଉପ ସଭାପତି ସରୋଜ ପଣ୍ଡା ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଓ ତୃତୀୟ ଅମ୍ପାୟାର ଭାବେ ସମୀର ସାହୁ ଦାୟିତ୍ୱ ତୁଲାଇ ଥିଲେ।ପରବର୍ତ୍ତୀ ଖେଳ ଜୁନାଗଡ଼ ଓ ନବରଙ୍ଗପୁର ଟିମ ମଧ୍ୟରେ ଅନୁଷ୍ଠିତ ହେବ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବାଲୁଙ୍କେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ୧୧ ସିତାଡିହା କ୍ରିକେଟ ଟିମ ଚମ୍ପିଆନ

masiha

20 ତମ ସର୍ଵ ଭାରତୀୟ କେସିଏସ କ୍ରିକେଟ ଫାଇନାଲ ମ୍ୟାଚ

Sunil Chandra Nayak

୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଉଷୁ ଦଳର ବେଲପାହାଡ ଯାତ୍ରା

Sunil Chandra Nayak

Leave a Comment

error: Content is protected !!