ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ର ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଠଦିନ ବ୍ୟାପି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ଆତ୍ମ ବଳ ପ୍ରଦାନ କରିବା ସହିତ ଏକ ଆତ୍ମ ବିଶ୍ୱାସ ସୃଷ୍ଟି କରିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସହକାରୀ ଯନ୍ତ୍ରୀ ପି.ଡବ୍ଲୁ.ଡି ,ଭବାନୀପାଟଣା, ସମ୍ମାନୀତ ଅତିଥି ଭାବରେ ଶ୍ରୀ ବନମାଳୀ ପୂଝାରୀ,ଅଗ୍ନିଶମ ଅଧିକାରୀ, ଶ୍ରୀ ସୁନୀଲ ବେହେରା, ସୁଶ୍ରୀ ସଭ୍ୟାରାଣୀ ମାଝୀ,ସମନ୍ବିତ ଶିଶୁ ବିକାଶ ଅଧିକାରୀ, ସୁଶ୍ରୀ ସୁନିତା ମାଝୀ, ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଙ୍କ ସଭପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସରୋଜ କୁମାର ପତ୍ତଯୋଶୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ବାବୂ ବାହାନ ବୁଦ୍ଧିଆ, ସଭା ସଞ୍ଚାଳନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କୁ ପ୍ରତିଭାଗୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତାପରେ ଶ୍ରୀ ପ୍ରଶାନ୍ତ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥିଲେ।

 ସେହିପରି ଧର୍ମଗଡ ବ୍ଲକ ବେହେରା ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଆତ୍ମସୁରକ୍ଷା ତାଲିମର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଦଯାପନୀ ଉତ୍ସବରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଧର୍ମଗଡ ବ୍ଲକ ଅନ୍ତର୍ଗତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବେହେରା ଠାରେ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୌଜନ୍ୟରେ ୮ଦିନ ଧରି ଆୟୋଜିତ  ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ମନୀଷା ମୁଣ୍ଡ ମିଶ୍ର,ସ୍ଥାନୀୟ ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ମୂଖ୍ୟ ବକ୍ତା,ସମ୍ମାନିତ ଅତିଥି ଭାବେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟିର ଉପାଧ୍ୟକ୍ଷ ବିବେକ ରଂଜନ ମିଶ୍ର,ଅଧ୍ୟାପକ ରଂଜନ କୁମାର ପଣ୍ଡା,ନିକୁଞ୍ଜ ବିହାରୀ ସାହୁ,ଅକ୍ଷୟ କୁମାର ପଟ୍ଟନାୟକ, ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷିକା ମାଲତୀ ପଟେଲ ମଞ୍ଚାସୀନ ଥିଲେ।ଅଧ୍ୟାପକ ମୋହନ ଚରଣ ବିଷି ମଞ୍ଚ ପରିଚାଳନା କରିଥିଲାବେଳେ ଖେଳ ଶିକ୍ଷକ ତଥା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ସଂଯୋଜକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଫକିର ଚଣ୍ଡି, ଅଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଶିବିରରେ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୪ ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମରେ ଅଂଶଗ୍ରହଣ କରିଥିବା ସାର୍ଟିଫିକେଟ ଅତିଥିମାନେ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଖଇରପଦର ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବୋଡେ଼ନ କୁ ହରାଇ ବସୁଲ ବିଜୟୀ

masiha

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

Sunil Chandra Nayak

ସାମନ୍ତରାପୁର ସରକାରୀ ବିଦ୍ୟାଳୟରେ କ୍ରୀଡା ଉତ୍ସବ, ଛାତ୍ରଛାତ୍ରୀଙ୍କ ପସନ୍ଦ ନୃତ୍ୟଗୀତ

Sunil Chandra Nayak

Leave a Comment

error: Content is protected !!