ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟର ୩୩ତମ ବାର୍ଷିକ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

ରୁପ୍ରା, ୨୪/୧ (ମନିସ ) : ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଆଜି ବିଦ୍ୟାଳୟର ୩୩ତମ ବାର୍ଷିକ ପ୍ରତିଷ୍ଠା ଦିବସ ମହାସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମଞ୍ଚରେ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରତିଷ୍ଠା ଦିବସର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ସମାଜସେବୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ପରିଡା, ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ, ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନ ଓ ସମାଜସେବୀ ଶ୍ରୀଯୁକ୍ତ ରାଜୀବ ସାହୁ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ ନିଜ ବକ୍ତବ୍ୟରେ କହିଥିଲେ ଦେଶର ବିକାଶ ପଥରେ ଛାତ୍ରୀ ମାନେହେଁ ସହାୟକ ହୋଇପାରିବେ, ଝିଅ ଟିଏ ପାଠୋଇ ହେଲେ ଦେଶ ଆଗକୁ ବଢିପାରିବ, ଏଥିପାଇଁ ସରକାର ମଧ୍ୟ ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଏହି ବିଦ୍ୟାଳୟରେ ମଧ୍ୟ ଅଧିକାଂଶ ଗ୍ରାମାଞ୍ଚଳର ଛାତ୍ରୀ ଅଧ୍ୟୟନ କରୁଥିବାରୁ ବିଦ୍ୟାଳୟର ପ୍ରତିଷ୍ଠାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ତଥା ବିଦ୍ୟାଳୟର ବିକାଶ ଦିଗରେ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଉକ୍ତ ବିଦ୍ୟାଳୟ ୧୯୯୦ ମସିହାର ଆଜିର ଦିନରେ ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କିରଣ ଚନ୍ଦ୍ର ସିଂଦେଓଙ୍କ ସହଯୋଗ ତଥା ଅଞ୍ଚଳର ଶିକ୍ଷାବିତ୍ ସ୍ୱର୍ଗତ ଭାସ୍କର ପରିଡାଙ୍କ ଉଦ୍ୟମ ଯୋଗୁଁ ଗଠନ ହୋଇଥିଲା ବୋଲି ପୂର୍ବ ସମ୍ପାଦକ ତଥା ସମାଜସେବୀ ଶ୍ରୀଯୁକ୍ତ ଅରୁଣ ପରିଡା ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ଦାସ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର, ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ଅର୍ଦ୍ଧ ନିର୍ମିତ ଗୃହ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ ସହଯୋଗ କରିବେ ବୋଲି ସୂଚନା ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ଟ୍ରଫି ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ଅଧ୍ୟାପକ ଶ୍ରୀଯୁକ୍ତ ସୁଧିର କୁମାର ପଣ୍ଡା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ର ଓ ପିଇଟି ଶ୍ରୀଯୁକ୍ତ ନାରାୟଣ ନାଏକ ସହଯୋଗ କରିଥିଲେ। ବିଦ୍ୟାଳୟର ୟୁଥ୍ ରେଡକ୍ରସ୍ ୟୁନିଟର ଛାତ୍ରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାବେଳେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

ମେଧାଅନ୍ବେଷଣ ପ୍ରତିଯୋଗିତାରେ ୫ ଜଣଙ୍କୁ ମିଳିଲା ପ୍ରଥମ ସ୍ଥାନ 

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୪ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!