ଇନ୍ଦ୍ରାବତୀ ଠାରୁ କେସିଙ୍ଗାକୁ ବାବୁଲି ନାମକ ଘରୋଇ ବସ ଚଳାଚଳ କରିବା ପାଇଁ ଦାବୀ
ନବରଙ୍ଗପୁର:(୧୭|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସୀମାନ୍ତ ପଞ୍ଚାୟତ, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଥୁଆମୁଳ ରାମପୁର ବ୍ଳକର ୭ ଗୋଟି ପଞ୍ଚାୟତ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ଦୈନନ୍ଦିନ ଗମନାଗମନ ପାଇଁ କୌଣସି ବସର ସୁବିଧା ସୁଯୋଗ ନାହିଁ। ଏହାଦ୍ବାରା ଅନେକ ଗରିବ ଲୋକମାନେ ଜିଲ୍ଲା ମୁଖ୍ଯାଳୟ ଭବାନୀପାଟଣା ଓ ଅନ୍ଯାନ୍ଯ ସ୍ଥାନକୁ ଯିବା ଆସିବା କରିବା ନିମନ୍ତେ କୌଣସି ବସ ସୁବିଧା ନଥିବା ଯୋଗୁଁ ବିଭିନ୍ନ ସମୟରେ ନାନାଦି ଅସୁବିଧା ଭୋଗିବାକୁ ପଡିଥାଏ। ଏହାଛଡା ଥୁଆମୁଳ ରାମପୁର ବ୍ଳକ ଅଧିନରେ ରହିଥିବା ପୋଡାପଦର ଗ୍ରାମପଞ୍ଚାୟତ ବିଛିନ୍ନ ଅଞ୍ଚଳ ଭାବରେ ପରିଚିତ ରହିଛି, ଏହି ଗ୍ରାମପଞ୍ଚାୟତବାସୀ କେବଳ ଇନ୍ଦିରାବତୀ ସହର ସହିତ ସମ୍ପୂର୍ଣ୍ଣ ଭାବରେ ଜଡିତ ରହିଛନ୍ତି। ସେମାନଙ୍କ ଗମନାଗମନ ପାଇଁ ସେଭଳି କୌଣସି ବସର ସୁବିଧା ନଥିବା ଯୋଗୁଁ ଥୁଆମୁଳ ରାମପୁର ବ୍ଳକର ଇନ୍ଦିରାବତୀ ଜଳଭଣ୍ଡାର କୁ ଲାଗି ରହିଥିବା ସାତଗୋଟି ଗ୍ରାମପଞ୍ଚାୟତ ବାସୀଙ୍କ ପାଇଁ ଏକ ଘରୋଇ ବସ ଚଳାଚଳ ନିମନ୍ତେ ଆବଶ୍ୟକତା ରହିଛି ବୋଲି ସାତଗୋଟି ଗ୍ରାମପଞ୍ଚାୟତବାସୀ ଲିଖିତ ଭାବରେ ବିଧାୟକ ମହାଶୟଙ୍କୁ ଜଣାଇଛନ୍ତି lସେହି ଗ୍ରାମପଞ୍ଚାୟତ ଗୁଡିକ ଯଥା ତଲନାଗୀ, ପୋଡାପଦର, ପାଡେପଦର, ମହୁଲପାଟଣା, ଗୋପୀନାଥପୁର, ମାଳିଗାଁ, ଅଡ୍ରି ଭଳି ଗ୍ରାମପଞ୍ଚାୟତ ସୁବିଧା ପାଇଁ ଇନ୍ଦିରାବତୀ ଠାରୁ ଭବାନୀପାଟଣା ଓ କେସିଙ୍ଗା କୁ ଦୈନନ୍ଦିନ ଯିବାଆସିବା କରିବା ଲାଗି ଗୋଟିଏ ବସର ଆବଶ୍ୟକତା ରହିଛି। ଯେହେତୁ ଏହି ସାତଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳବାସୀ ଜିଲ୍ଲା ମୁଖ୍ଯାଳୟକୁ ବିଭିନ୍ନ କାମରେ ଯିବା ପାଇଁ କୌଣସି ବସର ସୁବିଧା ନାହିଁ ବୋଲି ସାତଗୋଟି ଗ୍ରାମପଞ୍ଚାୟତ ଗ୍ରାମବାସୀ ଏକତ୍ରିତ ହୋଇ ଇନ୍ଦିରାବତୀ ଖାତିଗୁଡାରେ ଥିବା ବାବୁଲି ନାମକ ଏକ ଘରୋଇ ବସର ମାଳିକ ତଥା ବାବୁଲି ମାଝୀଙ୍କ ସହିତ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରିଥିଲେ l ଏହାକୁ ଦୃଷ୍ଟିରେ ରଖି ବାବୁଲି ନାମକ ବସଟିଏ ଆଣିଥିଲେ। ଲୋକଙ୍କ ଦୈନନ୍ଦିନ ଯାତାୟାତରେ ସୁବିଧା ଯୋଗାଇ ଦେବା ପାଇଁ ବସ ଟିଏ ଆଣି କଟକରୁ ଏସ,ଟି,ଏ ଅଫିସରୁ ପରମିଟ୍ ମଧ୍ୟ ଆଣିଲେ। କିନ୍ତୁ କୌଣସି କାରଣ ବଶତଃ ସେହି ବସ ମାଲିକ ଜଣକ ବସଟିକୁ ଘର ସମ୍ମୁଖରେ ରଖିଛନ୍ତି। ଏନେଇ ତାଙ୍କୁ ପଚାରିବାରୁ ବସ ମାଲିକ କହିଥିଲେ ଯେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଘରୋଇ ବସ ମାଲିକ ସଂଘ ବସକୁ ଚଳେଇ ଦେବୁ ନାହିଁ ବୋଲି କହୁଛନ୍ତି। ଏହାବ୍ୟତୀତ ପୁଣି ସେହି ବସ ମାଲିକ ସଂଘ କହିଛନ୍ତି କି ଯେ ବସଟି ଭବାନୀପାଟଣା ଗଲେ ଭବାନୀପାଟଣାରେ ବସକୁ ରଖେଇଦେବୁ ନାହିଁ ବୋଲି କହୁଥିବା ଯୋଗୁଁ ମୁଁ ଆଉ ଇନ୍ଦିରାବତୀ ଠାରୁ ଭବାନୀପାଟଣା ଓ କେସିଙ୍ଗାକୁ ବସ ଚାଳାଚଳ କରିବା ପ୍ରତି ମୋର ଭୟ ରହୁଛି। ତେଣୁ ବସ ଟିକୁ ଘର ପାଖରେ ରଖିବା ପାଇଁ ମୁଁ ବାଧ୍ୟ ହୋଇଛି ବୋଲି ବସ ମାଲିକ ଶ୍ରୀ ମାଝୀ ପ୍ରକାଶ କରିଥିଲେ। ଏହି ବିଷୟରେ ଉକ୍ତ ସାତଗୋଟି ଗ୍ରାମପଞ୍ଚାୟତ ଓ ବୁଡିଅଞ୍ଚଳବାସୀ ଲାଞ୍ଜିଗଡ ବିଧାୟକଙ୍କୁ ଅବଗତ କରିଛନ୍ତି ଯେ ଆମ୍ଭେ ଅଞ୍ଚଳବାସୀ ବାବୁଲି ବସ ମାଲିକଙ୍କୁ ଜୋର ଜବରଦସ୍ତ କରିଥିବାରୁ ସେ ବସ ଟି ଆଣିଲେ ଏସ,ଟି,ଏ ପରମିଟ୍ ମଧ୍ୟ କରିସାରିଛନ୍ତି ମାତ୍ର କହିବାକୁ ଗଲେ ଭବାନୀପାଟଣା ଘରୋଇ ବସ ମାଲିକ ସଂଘ ବାବୁଲି ବସ କୁ ଚଳେଇ ଦେବୁ ନାହିଁ କହୁଛନ୍ତି, କିନ୍ତୁ ଏହା ବାବୁଲି ବସ ନୁହେଁ ଏହି ବସ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ସାତଗୋଟି ପଞ୍ଚାୟତ ଓ ବୁଡି ଅଞ୍ଚଳବାସୀ ତଥା ପ୍ରାୟ ୩୦ ହଜାର ଜନ ସାଧାରଣଙ୍କ ଭବିଷ୍ୟତ ଏହା ଉପରେ l ଭବାନୀପାଟଣା ଘରୋଇ ବସ ମାଲିକ ସଂଘ କେଉଁ ଉଦ୍ଦେଶ୍ୟରେ ଆମ୍ଭ ଭବିଷ୍ୟତ ଉପରେ ଖେଳ ଖେଳୁଛନ୍ତି। ବିଧାୟକ ମହାଶୟ ଏହା ଉପରେ ଉଚିତ ବିଚାର କରି ବାବୁଲି ବସ ଟିକୁ ଇନ୍ଦିରାବତୀ ଠାରୁ ଭବାନୀପାଟଣା ଓ କେସିଙ୍ଗା ପର୍ଯ୍ୟନ୍ତ ଦୈନନ୍ଦିନ ଯାତାୟତ କରିବା ନିମନ୍ତେ ଅନୁମତି ଦିଆଯାଉ ସେ ଆଶାରେ ଆପଣଙ୍କୁ ଲିଖିତ ଜଣେଇବା ପାଇଁ ବାଧ୍ୟ ହୋଇଛୁ ଯଦି ଏହି ବାବୁଲି ବସକୁ ଦୈନନ୍ଦିନ ଯାତାୟାତ ନିମନ୍ତେ ଭବାନୀପାଟଣା ଘରୋଇ ବସ ମାଲିକ ସଂଘ ଅନୁମତି ନଦିଅନ୍ତି ତାହାହେଲେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ବାରସ୍ଥ ହେବା ପାଇଁ ବାଧ୍ୟ ହେବୁ ବୋଲି ଅଞ୍ଚଳ ପକ୍ଷରୁ ଚେତାବନୀ ଦେଇଥିବା ଜଣାପଡିଛି। ଏଠାରେ ପ୍ରକାଶ ଥାଉକି କେଉଁ ସ୍ବାର୍ଥରେ ଭବାନୀପାଟଣା ଘରୋଇ ବସ ମାଲିକ ସଂଘ ଏହି ବାବୁଲି ବସ କୁ ଇନ୍ଦିରାବତୀ ଠାରୁ ଭବାନୀପାଟଣା ଓ କେସିଙ୍ଗା କୁ ଦୈନନ୍ଦିନ ଚଳାଚଳ ପାଇଁ ବାରଣ କରୁଛନ୍ତି, ତାହାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ଜନକ ପରିସ୍ଥିତି ସୃଷ୍ଟି କରିଥିବା ଅଞ୍ଚଳରେ ଜଣାପଡିଛି। ଅପରପକ୍ଷରେ ସରକାରଙ୍କ ନିୟମ ଅନୁସାରେ ରାଜ୍ୟ ପରିବହନ ବିଭାଗ ଦ୍ବାରା ଅନୁମତି ପାଇଲା ପରେ ବସ ରାସ୍ତାରେ ଦୈନନ୍ଦିନ ଚଳାଚଳ କରିବା ବ୍ଯବସ୍ଥା ରହିଥିବା ବେଳେ ଏହାକୁ କାହିଁକି ସଂଘ ପକ୍ଷରୁ ବିରୋଧ ଆଚରଣ କରୁଛନ୍ତି,ତାହା ଏକ ବଡ ପ୍ରଶ୍ନ ଉଠିଥିବା ଜଣାପଡିଛି। ତେବେ ବିଧାୟକ ମହାଶୟ ଏହି ଘଟଣାକୁ ହସ୍ତକ୍ଷେପ କରି ଏହା ଉପରେ ସମାଧାନ କରୁଛନ୍ତି, ତାହା ଆଗକୁ ଦେଖିବାକୁ ବାକି ରହିଲା!
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

