ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଧର୍ମଗଡ ବ୍ଲକ ବେହେରା ଠାରେ ଥିବା ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ,ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ପରିଚାଳିତ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟର ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ସଂଗଠନ ସଭାପତି ଭବେଶ ଗଇଁତାଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନ ଆଞ୍ଚଳିକ ସଂଯୋଜକ ବୁଲୁ ପଲେଇ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ପ୍ରଶିକ୍ଷିକା ଚାନ୍ଦିନୀ ଭୋଇ, ସାବିତ୍ରୀ ନାଏକ, ସଂଗଠନ ସମ୍ପାଦକ ଭୁଜବଳ ନାଏକ ପ୍ରମୂଖ ମଞ୍ଚାସୀନ ହେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନାରୀ ମାନଙ୍କୁ ସଶକ୍ତିକରଣ ତଥା ସ୍ବାବଲମ୍ବୀ କରେଇବା ଉଦ୍ଦେଶ୍ଯ ରେ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଗତ ବର୍ଷ ନଭେମ୍ବର ୧ ରେ ବେହେରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଟେଲରିଂ ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା। ପ୍ରଶିକ୍ଷଣ ର ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଛାତ୍ରୀ ଙ୍କୁ ଶିକ୍ଷା ଦିଆଯାଇଥିଲା। ଶିକ୍ଷା ଗ୍ରହଣ ପରେ ସମସ୍ତ ଛାତ୍ରୀ ଙ୍କୁ ଆଜି ପ୍ରମାଣ ପତ୍ର ଦିଆଯାଇଛି। କାର୍ଯ୍ୟକ୍ରମ କୁ ସଂଗଠନ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ତରେଶ ବିଶି, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ଇଶ୍ବର ବାଣୁଆ, ଟିକେଶ୍ବର ଭୋଇ, ରଙ୍ଗାଧର ନାଗ, କ୍ଷୀରସିନ୍ଧୁ ବାଗ, ହେମାଲ ବିଶି, ରୁପେଶ ନାଏକ ପ୍ରମୂଖ ସହଯୋଗ କରଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

Sunil Chandra Nayak

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ବାର୍ଷିକ ଉତ୍ସବ ୧୦ ରେ, ଯୋଗ ଦେବେ ରାଜ୍ୟ ଯୋଜନା ମନ୍ତ୍ରୀ 

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରାରମ୍ଭ ତାଲିମ ପ୍ରଦାନ ସମାପନ

Sunil Chandra Nayak

Leave a Comment

error: Content is protected !!