ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାର ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀ ଶ୍ୟାମ ଵିରୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

ମୟୂରଭଞ୍ଜ -୨୩/୫ (ମସିହା) ଗତ ମେ ୧୫ ତାରିଖ ଦିନ ରାତିରେ ବହଳଦା ବାଇପାସ୍ ରୋଡରେ ବ୍ୟାଙ୍କ କର୍ମଚାରୀ ଗୌରବ ଦାସ ଏବଂ ସଂପର୍କୀୟ କାର୍ତ୍ତିକ ସ୍ବାଇଁ ଙ୍କ ଉପରେ ଗୁଳିମାଡ଼,ଭୁଜାଲିରେ ଆକ୍ରମଣ କରିଥିବା ୪ ଅପରାଧୀଙ୍କ ମଧ୍ୟରୁ ଜଣେ ଅପରାଧୀ ରାସ୍ତାକଡ ଗଭୀର ଗର୍ତ୍ତ ଭିତରକୁ ଖସି ପଡି ଗୁରୁତର ହୋଇଥିବାବେଳେ ଅନ୍ୟ ୩ ଜଣ ଧଳା ଓ କଳା‌ପଲସରରେ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ଅପରାଧୀ ଶ୍ୟାମ ବିରୁଆ (୩୫) ପାଖରୁ ୯ ଏମ ଏମ ଦେଶୀ ପିସ୍ତଲ ଓ ୫ ଟି ଜୀବନ୍ତ ଗୁଳି ଜବତ କରା ଯାଇଥିଲା । ଗୁରୁତର ବିରୁଆଙ୍କୁ ରାଇରଙ୍ଗପୁର ହସ୍ପିଟାଲ,ପରେ ବାରିପଦା ଜିଲ୍ଲା ହସ୍ପିଟାଲ ଏବଂ ପରେ କଟକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା । ରବିବାର ଦିନ ତା’ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ 

masiha

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

Sunil Chandra Nayak

Leave a Comment

error: Content is protected !!