ମୟୂରଭଞ୍ଜ -୨୩/୫ (ମସିହା) ଗତ ମେ ୧୫ ତାରିଖ ଦିନ ରାତିରେ ବହଳଦା ବାଇପାସ୍ ରୋଡରେ ବ୍ୟାଙ୍କ କର୍ମଚାରୀ ଗୌରବ ଦାସ ଏବଂ ସଂପର୍କୀୟ କାର୍ତ୍ତିକ ସ୍ବାଇଁ ଙ୍କ ଉପରେ ଗୁଳିମାଡ଼,ଭୁଜାଲିରେ ଆକ୍ରମଣ କରିଥିବା ୪ ଅପରାଧୀଙ୍କ ମଧ୍ୟରୁ ଜଣେ ଅପରାଧୀ ରାସ୍ତାକଡ ଗଭୀର ଗର୍ତ୍ତ ଭିତରକୁ ଖସି ପଡି ଗୁରୁତର ହୋଇଥିବାବେଳେ ଅନ୍ୟ ୩ ଜଣ ଧଳା ଓ କଳାପଲସରରେ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ଅପରାଧୀ ଶ୍ୟାମ ବିରୁଆ (୩୫) ପାଖରୁ ୯ ଏମ ଏମ ଦେଶୀ ପିସ୍ତଲ ଓ ୫ ଟି ଜୀବନ୍ତ ଗୁଳି ଜବତ କରା ଯାଇଥିଲା । ଗୁରୁତର ବିରୁଆଙ୍କୁ ରାଇରଙ୍ଗପୁର ହସ୍ପିଟାଲ,ପରେ ବାରିପଦା ଜିଲ୍ଲା ହସ୍ପିଟାଲ ଏବଂ ପରେ କଟକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା । ରବିବାର ଦିନ ତା’ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।
previous post