ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

କୋକସରା,୨୦/୦୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଏକ ସଚେତନତା ମକଡ୍ରିଲ କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ଜରୁରୀକାଳୀନ ପରିସ୍ଥିତି ସମୟରେ କେମିତି ଲୋକଙ୍କ ଧନ ଜୀବନ ସୁରକ୍ଷା କରିହେବ ସେନେଇ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଡେମୋ ପ୍ରଦର୍ଶନ କରିଥିଲେ। ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ, ଦୁର୍ଘଟଣା, ସର୍ପ ଦଂଶନ, ପାଣିରେ ବୁଡିବା ଓ ବଜ୍ରାଘାତ ସମୟରେ କିଭଳି ଉପାୟ ଅବଲମ୍ବନ କଲେ ଆମେ ସୁରକ୍ଷା ପାଇପାରିବା ସେ ନେଇ ସଚେତନ କରିଥିଲେ।କାର୍ଯ୍ୟକ୍ରମକୁ କୋକସରା ବ୍ଲକ ବିଡ଼ିଓ ସ୍ନେହାପ୍ରଭା ମାଝୀ, ଜିପିଇଓ ରାଜେନ୍ଦ୍ର ପାତ୍ର, ଗ୍ରାମ୍ୟ ଜଳସେଚନ ବିଭାଗ ଏଇ ଯଶୋବନ୍ତି ଭୋଇ, ଏପିଓ ସତିଶ ରଞ୍ଜନ ବେହେରା, ବିଏଫଓ ଅଶୋକ କୁମାର ସେଠି, ପିଇଓ ବିରଞ୍ଚି ଖର୍ସେଲ, ରାଜେନ୍ଦ୍ର ସୋରି ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ସରପଞ୍ଚ ମାନେ ଉପସ୍ଥିତ ରହି ଥିଲେ। ମକ ଡ୍ରିଲ ପ୍ରଦର୍ଶନରେ ଫାୟର ମେନ ମନୋଜ ବିଶ୍ୱାଳ, ରାଧେଶ୍ୟାମ ପ୍ରଧାନୀ, ବାସୁଦେବ ଭୋଇ, ଶ୍ୟାମଲାଲ ଗଣ୍ଡ, ଲଳିତ ପୁଟେଲ ଓ ଦିଗାମ୍ବର ଶବର ପ୍ରମୁଖ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି ଜିଲ୍ଲାରେ ରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତ୍ରୟ ମାସିକ ଟାସ୍କ ଫୋର୍ସ ବୈଠକ

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

masiha

Leave a Comment

error: Content is protected !!