ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

କୋକସରା,୨୦/୦୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଏକ ସଚେତନତା ମକଡ୍ରିଲ କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ଜରୁରୀକାଳୀନ ପରିସ୍ଥିତି ସମୟରେ କେମିତି ଲୋକଙ୍କ ଧନ ଜୀବନ ସୁରକ୍ଷା କରିହେବ ସେନେଇ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଡେମୋ ପ୍ରଦର୍ଶନ କରିଥିଲେ। ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ, ଦୁର୍ଘଟଣା, ସର୍ପ ଦଂଶନ, ପାଣିରେ ବୁଡିବା ଓ ବଜ୍ରାଘାତ ସମୟରେ କିଭଳି ଉପାୟ ଅବଲମ୍ବନ କଲେ ଆମେ ସୁରକ୍ଷା ପାଇପାରିବା ସେ ନେଇ ସଚେତନ କରିଥିଲେ।କାର୍ଯ୍ୟକ୍ରମକୁ କୋକସରା ବ୍ଲକ ବିଡ଼ିଓ ସ୍ନେହାପ୍ରଭା ମାଝୀ, ଜିପିଇଓ ରାଜେନ୍ଦ୍ର ପାତ୍ର, ଗ୍ରାମ୍ୟ ଜଳସେଚନ ବିଭାଗ ଏଇ ଯଶୋବନ୍ତି ଭୋଇ, ଏପିଓ ସତିଶ ରଞ୍ଜନ ବେହେରା, ବିଏଫଓ ଅଶୋକ କୁମାର ସେଠି, ପିଇଓ ବିରଞ୍ଚି ଖର୍ସେଲ, ରାଜେନ୍ଦ୍ର ସୋରି ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ସରପଞ୍ଚ ମାନେ ଉପସ୍ଥିତ ରହି ଥିଲେ। ମକ ଡ୍ରିଲ ପ୍ରଦର୍ଶନରେ ଫାୟର ମେନ ମନୋଜ ବିଶ୍ୱାଳ, ରାଧେଶ୍ୟାମ ପ୍ରଧାନୀ, ବାସୁଦେବ ଭୋଇ, ଶ୍ୟାମଲାଲ ଗଣ୍ଡ, ଲଳିତ ପୁଟେଲ ଓ ଦିଗାମ୍ବର ଶବର ପ୍ରମୁଖ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

Sunil Chandra Nayak

ନବରଂଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!