ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳିତ

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳିତ

ସମ୍ୱର୍ଦ୍ଧିତ ହେଲେ ବ୍ରହ୍ମପୁର ମହାନଗରର 5 ଲେଖିକା

ବ୍ରହ୍ମପୁର,21/6 : ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଉକଳ ଆଶ୍ରମ ସଭାଗୃହ ପରିସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳନ ସହ ବ୍ରହ୍ମପୁର ମହାନଗରର 5 ଜଣ ସ୍ଵନାମଧନ୍ୟ ଲେଖିକାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି। ସଂସ୍ଥାନର ଉଦ୍ୟୋକ୍ତା, ଓଡ଼ିଆ ଅସ୍ମିତା ସାମୟିକ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଜୟକୃଷ୍ଣ ଗୌଡ଼ (ଶ୍ରୀ ବିପ୍ଲବ)ଙ୍କ ଆବାହକତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗରର 5 ଜଣ ସ୍ଵନାମଧନ୍ୟ ଲେଖିକା ଯଥା କବୟିତ୍ରୀ ଅଞ୍ଜିଳ ଦାଶ, ଗାଳ୍ପିକା ଭାଗ୍ୟଲକ୍ଷ୍ମୀ ମହାରଣା, ଗାଳ୍ପିକା ସ୍ଵର୍ଣ୍ଣମୟୀ ପାଢ଼ୀ, କବୟିତ୍ରୀ ପଦ୍ମିନୀ ମିଶ୍ର ଓ ଶିଶୁ ସାହିତି୍ୟକା ନୀହାରିକା ସାହୁ ପ୍ରମୁଖଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ସ୍ଵନାମଧନ୍ୟ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ଯୋଗଦେଇ ନିଜ ବକ୍ତବ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ସଫଳତା ସମ୍ପର୍କରେ ଭାବଗର୍ଭକ ବକ୍ତବ୍ୟ ରଖିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଲାଲ ବାହାଦୁର ପଟ୍ଟନାୟକ ଓ ବରିଷ୍ଠ ସାମ୍ୱାଦିକ ଉଦୟ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଶେଷରେ କବି ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।

ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଭିନ୍ନ ଖବରକାଗଜରେ ଆଜି ମଧ୍ୟ ଶହ ଶହ ଇଂରାଜୀ ଭାଷାରେ ଚିଠି, ବିଜ୍ଞାପନ ଓ ପରିପତ୍ର ପ୍ରକାଶିତ ହେଉଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ଏ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରେରଣ କରାଯିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥି ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ପ୍ରେସ୍‌‍ ବିବୃତ୍ତିରେ ସମ୍ପୃକ୍ତ ସଂସ୍ଥାନର ଆୟୋଜକ ଜୟକୃଷ୍ଣ ଗୌଡ଼ (ଶ୍ରୀବିପ୍ଲବ) ମତବ୍ୟକ୍ତ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

masiha

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

masiha

ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ ରେ ଆଲୋଚନା ଆସର

masiha

Leave a Comment

error: Content is protected !!