ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ସଂସ୍କୃତି ଅନୁଷ୍ଠାନ ରପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ପାଳିତ

ଖଡ଼ିଆଳ ସଂସ୍କୃତି ଅନୁଷ୍ଠାନ ରପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ପାଳିତ

ନୂଆପଡା,// ନୂଆପଡା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ର ୩୨ ତମ ପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ମହାସମାରୋହ ରେ ଅନୁଷ୍ଠାନ ପରିସର ରେ ପାଳିତ ହୋଇ ଯାଇଛି l ପ୍ରଥମେ ପରାମ୍ପରା ଅନୁସାରେ ମାଁ ସମଲେଇ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚନା ସହ ନବାନ୍ନ ଅର୍ପଣ ପରେ ଉପସ୍ଥିତ ସମସ୍ତେ ନୁଆଁ ଖାଇଥିଲେ ପରେ ପରସ୍ପର ମଧ୍ୟରେ ଜୁହାର ଭେଟଘାଟ ହେଲା ପରେ ଅନୁଷ୍ଠାନ ର ସଭାପତି ଜିତେନ୍ଦ୍ର ନାଥ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି, ଏନଏସି ଅଧ୍ୟକ୍ଷ ଉଜ୍ୱଳ ଗୁପ୍ତା ଅନୁଷ୍ଠାନ ର ଉପଦେଷ୍ଟା ମେଜର ରାମଚନ୍ଦ୍ର ମିଶ୍ର, ଜଗବନ୍ଧୁ ବାରିକ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ନୁଆଁଖାଇ ପର୍ବ ପାଳନ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଆଜିର ଦିନରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ଜନ୍ମ ନେଇ ଦୀର୍ଘ ୩୧ ବର୍ଷ ହେଲା ଖଡ଼ିଆଳ ଅଞ୍ଚଳ ର କଲା, ସଂସ୍କୃତି ଏବଂ ପରମ୍ପରା କୁ ବଞ୍ଚାଇ ରଖି ଆସୁଥିବାରୁ ଅନୁଷ୍ଠାନ ର ଉଦ୍ୟମ କୁ ପ୍ରଶଂସା କରିଥିଲେ l ପରେ ଅନୁଷ୍ଠାନ ସଭ୍ୟ ଗଙ୍ଗାଧର ମହାଉତି ଙ୍କ ସଂଯୋଜନା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଡ଼ିଆଳ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନ କଳାକାର ମାନେ ସାମିଲ ହୋଇ ଗୋଟିଏ ପରେ ଗୋଟିଏ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l ଏହିସହ ନୃତ୍ୟଗୀତ ରେ ମସଗୁଲ ହୋଇ ଖଡ଼ିଆଳ ବିଧାୟକ, ଏନଏସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ଅତିଥି ଗଣ ମଧ୍ୟ ନୃତ୍ୟ କରିଥିଲେ l କାର୍ଯ୍ୟକ୍ରମ କୁ ସଫଳ କରିବାରେ ଅନୁଷ୍ଠାନ ର ସମ୍ପାଦକ ପାର୍ଥବ ନାୟକ, ସୁନୀଲ ସାହୁ, ଜାବେଦ ଖାନ, ଅଶୋକ ବାରିକ, ବିମଳ ସିଂ ଦଳପତି, ଆଦିତ୍ୟ ପାଣିଗ୍ରାହୀ, ବିଭୁତି ବିଶି, ଗୋବିନ୍ଦ ପଣ୍ଡା, ପିୟୁଷ ପଣ୍ଡା, ଭୋଦେବ ସାହୁ,ରାମରତନ ସାହୁ ଶାନ୍ତନୁ ପଣ୍ଡା, ପୁର୍ଣ୍ୟତୋଷ ମୁଣ୍ଡ,ବବ୍ରୁ ବାହାନ ବର୍ମା ଙ୍କ ସମେତ ଅନୁଷ୍ଠାନ ର କର୍ମକର୍ତା ମାନେ ପ୍ରମୁଖ ସହଯୋଗ କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ସମୂହ ଛୁଟିରେ ଅମଲା,ଠପ୍ ହେଲା ସରକାରୀ କାର୍ଯ୍ୟ; ଜନସାଧାରଣ ପ୍ରଭାବିତ

ଦକ୍ଷିଣ କାଳୀ ମନ୍ଦିର ର ପୁରୋହିତ, ଗୁରୁ ଗୋସେଇଁ ଙ୍କ ସହିତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ଦିର ଟ୍ରଷ୍ଟ ଓ କର୍ମକର୍ତ୍ତା ମାନେ 

Sunil Chandra Nayak

ଅଲ୍ ଓଡ଼ିଶା ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ୩ ଦଫା ଦାବୀ ଉପସ୍ଥାପନ କରି କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ

masiha

Leave a Comment

error: Content is protected !!