ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ବିଜୁଳିର ନିମ୍ନ ମନର କାମ ଯୋଗୁଁ ସର୍ଟ ସର୍କିଟରେ ଜଳିଲା 

ବିଦ୍ୟାଳୟରେ ବିଜୁଳିର ନିମ୍ନ ମନର କାମ ଯୋଗୁଁ ସର୍ଟ ସର୍କିଟରେ ଜଳିଲା 

ବନ୍ଧୁଗାଁ ତା,୨୦/୯/୨୩, // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଦାସିନୀ ଗ୍ରାମରେ ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟି  ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି I ବନ୍ଧୁଗାଁ ସଦର ଠାରୁ ଅତି କମରେ ୨ କିମି ଡୁର ଦାସିନୀ ଗ୍ରାମର ନୂତନ ପ୍ରାଥମିକ ବିଦ୍ୟାଳୟ ଠାରେ ପାଞ୍ଚ ବର୍ଷ ପୁରୁଣା ବିଲଡିଙ୍ଗ କରାଯାଇଥିବା ବିଜୁଳି ବିଭାଗର କାର୍ଯ୍ୟକୁ ନିମ୍ନ ମାନରେ କରା ଯାଇଥିବାରୁ ଆଜି ସାଡେ ୩ ଘଣ୍ଟିକା ସମୟରେ ସଟ ସର୍କିଟ ଦ୍ୱାରା ନିଆଁ ଜଳି ଯାଇଥିବାର ଗାଁ ଲୋକେ ଦେଖି ବନ୍ଧୁଗାଁ ଅଗ୍ନିଶମ ବିଭାଗକୁ ଜଣାଇ ଥିବାରୁ ଅଗ୍ନିଶମ ବିଭାଗ ଘଟଣା ସ୍ତଳରେ ପହଞ୍ଚି ଲାଗିଥିବା ନିଆଁକୁ ଲିଭାଇ ବିଦ୍ୟାଳୟ ମଧ୍ୟରେ ରହିଥିବା ଅନେକ ଜିନିଷ ଓ ବହି ପୁସ୍ତକ ସୁରକ୍ଷିତ ଭାବରେ ବାହାରକୁ କାଡି ନେଇଥିବାର ଦେଖିବାକୁ ମିଳିଥିଲା I ଏଥିରେ ସରକାରଙ୍କର କୌଣସି ଭୁଲ ନାହିଁ କାରଣ ସରକାର ନିଜେ ଚାହାନ୍ତି କି ସରକାରୀ ବିଭାଗର ସମସ୍ତ କାର୍ଯ୍ୟାଳୋୟ ହୋଉ କି ବୈଠକ ଗୃହ ହୋଉ କି ବିଦ୍ୟାଳୟ ହୋଉ ବା ଅନ୍ୟାନ୍ୟ ସରକାରି ବିଲଡିଙ୍ଗ ହୋଉ ଭଲରେ ତିଆରି କରି ସେହି ବିଲଡିଙ୍ଗକୁ ସରକାରୀ କର୍ମଚାରି ମାନଙ୍କ ଠିକ ଉପକାରରେ ଲଗାଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ନୂତନ ବିଲଡିଙ୍ଗ କରିବା ପାଇଁ ମଞ୍ଜୁର କରିଥାନ୍ତି I ଏହି ସରକାରୀ ବିଲଡିଙ୍ଗ ତିଆରି କରିବା ଠିକାଦାର ମାନଙ୍କର କାମର ଅବହେଳା ଓ ନିମ୍ନ ମାନର କାମ ସହ ବିଲଡିଙ୍ଗରେ କରାଯାଇଥିବା ବିଜୁଳି ସଂଯୋଗ ବିଜୁଳି ତାର ନଚେତ ଜୟଣ୍ଟ କରିବାରେ ତୃଟି ଯୋଗୁଁ ବିଲଡିଙ୍ଗ ତିଆରି ହୋଈ ପାଞ୍ଚବର୍ଷ ପୂର୍ତ୍ତି ହେଇ ଷଷ୍ଟ ବର୍ଷ ଚାଲୁଥିବା ବେଳେ ୩ ଚାରିଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ହେତୁ ବିଲଡିଙ୍ଗ କାନ୍ତ ଦେଇ ପାଣି ଝରୀ ଥିବା ହେତୁ ବିଜୁଳି ତାର ମଧ୍ୟ ଦେଇ ପାଣି ପଷି ସଟ ସର୍କିଟ ମଧ୍ୟ ହୋଇଥାଇ ପାରେ ବୋଲି ଏଠାରେ ଅନୁମାନ କୋରାଯାଉଛି,ବିଜୁଳି ତାର ବର୍ଷା ପାଣିରେ ଓଦା ହୋଈ ସଟସର୍କିଟ ହୋଈ ନିଆଁ ଲାଗିଯାଇଥିଲା I ବିଦ୍ୟାଳୟ ଠାରେ ଜଳିଥିବା ନିଆଁକୁ ଗାଁ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଫୋନ ମାଧ୍ୟମରେ ଜଣା ଯାଇଥିବାରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେଘଟଣା ସ୍ତଳରେ ପହଞ୍ଚି ନିଆଁ ଲିଭାଇ ଥିଲେ I ଅଗ୍ନିଶମ ବିଭାଗର କର୍ମୀବୃନ୍ଧ ହେଲେ .ସରୋଜ କୁମାର ମହାପାତ୍ର,(ଆଇ.ଏଫ. ଏମ)ଇମଣ ଗୁରିଆ, ଏଫ.ଏମ.ରାମ କୃଷ୍ଣ ଗୌଡ଼, ଆଲୋକ କୁମାର ନାୟକ,ଗାଡି ଚାଳକ ସାଲୁକା ମୁଣ୍ଡା ଓ ଫଆସିନି ଗାଁର କିଛି ବ୍ୟକ୍ତି ମାନେ ଘଟଣା ସ୍ତଳରେ ଉପସ୍ଥିତ ରହି ସାହାଯ୍ୟ କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି କଳଚୁରୀ କଳାର ସେନା ରଯୁବ ସମ୍ମୀଳନୀ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଭିଜନ ୨୦୩୬ ଓ ୨୦୪୭ ଅନୁଷ୍ଠିତ  ବିକଶିତ ଓଡିଶା ପାଇଁ ବିକଶିତ ମୟୂରଭଞ୍ଜ ପରାମର୍ଶ କର୍ମଶାଳା 

masiha

ହିନ୍ଦୋଳ ବ୍ଲକ ଅନାସ୍ଥା ପାଇଁ ଚଳଚଞ୍ଚଳ , ଉପାଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷାଙ୍କ କଡା ଟକ୍କର  

Sunil Chandra Nayak

Leave a Comment

error: Content is protected !!