ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଶ୍ରମିକ ମୃତ୍ୟୁ ଥମୁନାହିଁ, ପୁଣି ଏକ ଦାଦନ ଶ୍ରମିକ ର ମୃତ୍ୟୁ ଶବ ଫେରାଇ ଆଣିକୁ ପ୍ରଶାସନ ପାଖେ ନିବେଦନ

ଦାଦନ ଶ୍ରମିକ ମୃତ୍ୟୁ ଥମୁନାହିଁ, ପୁଣି ଏକ ଦାଦନ ଶ୍ରମିକ ର ମୃତ୍ୟୁ ଶବ ଫେରାଇ ଆଣିକୁ ପ୍ରଶାସନ ପାଖେ ନିବେଦନ

ଥୁଆମୂଳ ରାମପୁର:୨୧/୦୯ – (ମନିସ):- ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି, ସେଅନୁସାରେ ମୃତ୍ୟୁ ଓ ନିଖୋଜ ସଂଖ୍ୟା ମଧ୍ୟ ତାଠାରୁ କମ୍ ନୁହେଁ। ଏପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଦାଦନ ସମସ୍ୟା ଗୁଡିକକୁ ରୋକିବାରେ ଫେଲ ମାରିଛନ୍ତି ବୋଲି ରାଜନୀତି ମହଲରେ ତିବ୍ର ପ୍ରତିକ୍ରିୟା ପକାଶ ପାଇଛି, ଦାଦନ ରୋକିବା ପାଇଁ ଅନେକ ଯୋଜନା କାର୍ଯ୍ଯକାରୀ କରାଯାଉଛି ବୋଲି କହୁଥିବା ବେଳେ ଅନ୍ଯ ପଟେ ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାର ସମାଧାନ କରିବା ଆଉ କିଛି ବାଟ ନଥିବା ଭଳି ମନେ ହେଉଛି। ଏକ ନମ୍ବର ଶାସକ ରାଜ୍ଯର ଲୋକେ ଅନ୍ଯ ରାଜ୍ଯକୁ ଦାଦନ ଖଟିବାକୁ ଯାଉଛନ୍ତି ଏହା କଣ ଶୋଭା ପାଉଛି କି ଏପରେ ଅନେକ ପ୍ରଶ୍ନ ରହିଥିବା ବେଳେ ପୁଣି ଏକ ଦାଦନ ଶ୍ରମିକ ମୃତ୍ୟୁବରଣ କରିଥିବା ଅଭାବନୀୟ ଘଟଣା ପୁଣିଥରେ ଏବେ ଜଣାପଡିଛି। ଘଟଣା ଟି ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ମହୁଲପାଟଣା ପାଣ୍ତି ଅଞ୍ଚଳର ମାଳିଗାଁ ପଞ୍ଚାୟତ ଦୁଆରସୁନୀ ଚେପଟାଘାଟ ଗ୍ରାମ ସ୍ଥିତ କରଫୁଲ ମୁଦୁଲି ଙ୍କ ବଡ ପୁଅ ଡମୁ ମଦୁଲି (୨୬) ସେ ଆଜକୁ ପ୍ରାୟ ୭ ମାସ ହେଲା ବାହାର ରାଜ୍ଯ କେରଳ କୁ ପରିବାର ପ୍ରତି ପୋଷଣ ପାଇଁ ନିଜ ଗ୍ରାମର ଆଉ ଦୁଇ ଜଣଙ୍କ ସହିତ କେରଳ ରାଜ୍ଯ ର ତ୍ରିଶୂଳ ଜିଲ୍ଲା ଭଲୁର ଥାନା ଅନ୍ତର୍ଗତ ପୁଚେଟି ଗ୍ରାମର ରାଜେଶ କେ ନାମକ ଠିକାଦରଙ୍କ ପାଖରେ ବଡବଡ କୋଠା ନିର୍ମାଣ କାର୍ଯ୍ଯରେ ନିୟୋଜିତ ରହିଥିଲେ। ତେବେ ସେ ୮ ମହଲା ଏକ କୋଠା ଉପରେ ରଙ୍ଗ ଲଗାଇବା କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ କୋଠା ଉପରୁ ତଳକୁ ଖସିପଡିଥିଲେ, ଯାହାଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ ସୂଚନା ରୁ ଜଣାପଡିଛି। ଏହି ମୃତ୍ୟୁ ଘଟଣା କୁ ନେଇ ଡମୁର ସାନ ଭାଇ ନନ୍ଦି ମୁଦୁଲି ନିଜ ଗାଁକୁ ଫୋନ ଯୋଗେ ଦୁର୍ଯ୍ୟୋଧନ ଗଉଡଙ୍କୁ ଜଣାଇଥିଲେ। ଖବର ପାଇ ପରିବାର ସଦସ୍ୟ ଥୁଆମୂଳ ରାମପୁର ଥାନାରେ ଲିଖିତ ଜଣାଇଛନ୍ତି। ଏହା ପରେ ପରିବାର ଓ ଗ୍ରାମର କିଛି ବ୍ଯକ୍ତି ମିଶି ଶବ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ଦ୍ବାରସ୍ଥ ହୋଇ ଅନୁରୋଧ କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅଧପନ୍ତରିଆ ଭାବରେ ୨ ଗୋଟି ଅଙ୍ଗନବାଡି କେନ୍ଦ୍ର

Sunil Chandra Nayak

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ରଜସକ୍ରାନ୍ତି ପାଳନ 

Sunil Chandra Nayak

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

Sunil Chandra Nayak

Leave a Comment

error: Content is protected !!