ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00 ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ପାଇଁ ସବୁ ପରିବା ଦର ୮0 ରୁ ୧00

ମଧ୍ୟବିତ୍ତ ଓ ଗରିବ ଙ୍କ ଉପରେ ମହଙ୍ଗା ମାଡ଼

କାମାକ୍ଷାନଗର, (ମନିସ)୨0/୧0/୨୫ —  କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଛି।କିନ୍ତୁ ଧର୍ମର ମାସରେ ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ଥିବାରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମୁଖ୍ୟ ବଜାର ରେ ପରିବା ଦର ଆକାଶ ଛୁଆଁ ହୋଇଛି।   କାମାକ୍ଷାନଗର ପରିବା ବଜାରରେ କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଅଧିକ ଥିବା ବେଳେ ଗର୍ଭଣା ସଙ୍କରାନ୍ତି ଓ ଶ୍ରାଦ୍ଧ ଥିବାରୁ ମୁଖ୍ୟ ବଜାରରେ ପରିବା ଦର ଆକାଶ ଛୁଆଁ । ଅଧିକାଂଶ ପରିବା ଦର ର କିଲୋ ପିଛା ୮୦ରୁ ଉର୍ଦ୍ଧ ରହିଛି। ବିନ୍ସ, ସଜନା ଛୁଇଁ କିଲଗ୍ରାମ ପିଛା ଦର ୧00 ଟଙ୍କା ଟପିଛି। ଆଳୁ ୨୦ ଟଙ୍କା ଥିବା ବେଳେ ପିଆଜ ୨0 ଟଙ୍କା ରେ ବିକ୍ରି ହେଉଛି। ସେହିପରି ଟମାଟୋ ୭୦ଟଙ୍କା, ବାଇଗଣ୮ ୦ଟଙ୍କା, ଭେଣ୍ଡି ୮୦ଟଙ୍କା, କଲରା ୮୦ ଟଙ୍କା, ପୋଟଳ ୮୦ଟଙ୍କା, ଜହ୍ନି ୮୦ ଟଙ୍କା, ଝୁଡ଼ଙ୍ଗ ୧00 ଟଙ୍କା, କାକୁଡି ୬୦ ଟଙ୍କା, କଞ୍ଚା କଦଳୀ ଡଜନ ୧୨୦ ଟଙ୍କାରେ ବିକ୍ରି ହେଉଛି ବୋଲି ଖାଉଟି ନବୀନ ଦାସ, ପଦ୍ମଲାଭ ମୁଦୁଲି,ସହଦେଵ ପରିଡା ପ୍ରମୁଖ କହିଛନ୍ତି, ଏବେ କାମାକ୍ଷାନଗର ବଜାରରେ ପରିବା ଦର ଆକାଶଛୁଆଁ, ଗର୍ଭଣା ସଙ୍କରାନ୍ତି ଓ ଘରେ ଘରେ ଶ୍ରାଦ୍ଧ ଥିବାରୁ ଏପରି ବଢିଛି।

୧000 ଟଙ୍କାରେ ମଧ୍ୟ ପରିବା ବ୍ୟାଗ ଭର୍ତ୍ତି ହେଉନାହିଁ। ଏଭଳି ପରିବା ଦରରେ କେବଳ ହବିଶ୍ୟାଳି ନୁହନ୍ତି, ଗରିବ ଓ ଦିନ ମଜୁରିଆଙ୍କ ମୁଣ୍ଡରେ ମଧ୍ୟ ଚଡକ ପଡିଛି। ବିଭାଗୀୟ ସ୍ତରରେ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଗକୁ ଏଭଳି ଦର ଲାଗି ରହିଲେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା 

Sunil Chandra Nayak

ପାଞ୍ଚଟି ସନ୍ତାନ କୁ ଛାଡି ମା ଘରଛାଡି ପଳାଇଛନ୍ତି,ମା କୁ ଝୁରି ହେଉଛନ୍ତି ପିଲାମାନେ

Sunil Chandra Nayak

Leave a Comment

error: Content is protected !!