ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକିଲ ଓ ସାମ୍ବାଦିକଙ୍କ ପ୍ରକୋଷ୍ଠ ଉଦଘାଟିତ

ଓକିଲ ଓ ସାମ୍ବାଦିକଙ୍କ ପ୍ରକୋଷ୍ଠ ଉଦଘାଟିତ

ଖଇରା,୨୭/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନରମା ଠାରେ ଓକିଲ ଓ ସାମ୍ବାଦିକ ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଓକିଲ, ସାମ୍ବାଦିକ ଓ ଦୋକାନୀ ଭାଇ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉଚିତ ନ୍ଯାୟ ପାଇବାରୁ ବଞ୍ଚିତ ହେଉଥିବା ଜନସାଧାରଣ ମାନଙ୍କୁ ନ୍ଯାୟ ପ୍ରଦାନ କରିବା । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି କୌଣସି କାରଣରୁ ସରକାରୀ କାର୍ଯ୍ୟାଳୟରେ ଅବହେଳିତ ହୋଇ ପ୍ରକୃତ ନ୍ଯାୟ ନପାଇ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ଅଶାନ୍ତିରେ କାଳାତିପାତ କରୁଛନ୍ତି । ସେହିଭଳି ଜନସାଧାରଣ ମାନେ କିପରି ଆଇନଗତ ସହାୟତା ପାଇବାରୁ ବଞ୍ଚିତ ନହେବେ ସେଥିପାଇଁ ଉକ୍ତ ପ୍ରକୋଷ୍ଠ ସଦାସର୍ବଦା ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବ । ଓକିଲ ଓ ସାମ୍ବାଦିକ ମାନଙ୍କ ଏଭଳି ପ୍ରଚେଷ୍ଟାକୁ ଜନସାଧାରଣ ବହୁ ପ୍ରଶଂସା କରିଛନ୍ତି । ଏଥିରେ ବନମାଳୀ ସେଠୀ, କମଳାକାନ୍ତ ମହାକୁଡ଼, ରାମେଶ୍ୱର ଦାଶ, ମଳୟ କୁମାର ରାଉଳ, ମନୋରଞ୍ଜନ ଶିଅଳ, ମୃତ୍ୟୁଞ୍ଜୟ ମହାପାତ୍ର, ନରେନ୍ଦ୍ର ପ୍ରସାଦ ବେହେରା, ଲକ୍ଷ୍ମୀକାନ୍ତ ରାଉତ, ସୁକାନ୍ତ କୁମାର ନାୟକ, ମୃତ୍ୟୁଞ୍ଜୟ ଓଝା, ବିନୋଦ ବିହାରୀ ନାୟକ, ଅଜୟ କୁମାର ସେନାପତି ଓ ବଳରାମ ବହଳଙ୍କ ସମେତ ଦୋକାନୀ ଭାଇମାନେ ଉପସ୍ଥିତ ଥିଲେ । ଉକ୍ତ ପ୍ରକୋଷ୍ଠ ଖଇରା ଓ ଔପଦା ବ୍ଲକ ସମେତ ବିଭିନ୍ନ ଅଞ୍ଚଳର ଜନସାଧାରଣ ମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ସହିତ ଓକିଲ ସାମ୍ବାଦିକ ମାନଙ୍କ ସହଯୋଗ ନେବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଛି ପ୍ରକୋଷ୍ଠ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଲଖଣ୍ଡି ରୁ ରେଗଡ଼ା ରାସ୍ତା ରେ ସଡକ ଦୁର୍ଘଟଣା 

Sunil Chandra Nayak

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

Leave a Comment

error: Content is protected !!