ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗା ଜଳ ଯୋଗାଣ ପ୍ରକଳ୍ପ :କାର୍ଯ୍ୟକାରୀ ନ ହୋଇଣୁ ମରାମତି ର ଆବଶ୍ୟକତା ପଡ଼ିଲାଣି ସଫଳତା ସନ୍ଦେହାସ୍ପଦ

ମେଗା ଜଳ ଯୋଗାଣ ପ୍ରକଳ୍ପ :କାର୍ଯ୍ୟକାରୀ ନ ହୋଇଣୁ ମରାମତି ର ଆବଶ୍ୟକତା ପଡ଼ିଲାଣି ସଫଳତା ସନ୍ଦେହାସ୍ପଦ

ତେନ୍ତୁଳିଖୁଣ୍ଟି ୨୨/୦୬/୨୪ // ତେନ୍ତୁଳିଖୁଣ୍ଟି ସମେତ ନବରଙ୍ଗପୁର ଜିଲ୍ଲାର ଚାରିଗୋଟି ବ୍ଲକ କୁ ପାନୀୟ ଜଳ ଯୋଗାଇବା ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି। କିନ୍ତୁ ଦୁର୍ଭାଗ୍ୟ ଓ ବିଡମ୍ବନା ର ବିଷୟ ଦୀର୍ଘ ଚାରି ରୁ ପାଞ୍ଚ ବର୍ଷ ବିତଯାଇଥିଲେ ବି ପ୍ରକଳ୍ପ ସମ୍ପୂର୍ଣ ହୋଇ ଲୋକାର୍ପଣ ହୋଇନି,ତଥାପି ଏବେଠାରୁ ମରାମତି ଆରମ୍ଭ ହୋଇ ଗଲାଣି। ପ୍ରକଳ୍ପ ଶେଷ ହେବାର ଅବଧି ଶେଷ ହୋଇ ଥିଲେ ମଧ୍ୟ ଶେଷ ହେବାର ସଂକେତ ମିଳୁନି। କୌଣସି ପଞ୍ଚାୟତ ରେ ଶତ ପ୍ରତିଶତ ଜଳ ଯୋଗାଣ ଆରମ୍ଭ ହୋଇନଥିବା ସହ ଅଧିକାଂଶ ସ୍ଥାନରେ ଅଧାପନ୍ତରିଆ ହୋଇ ପାଇପ ବିଛାଇବା ପଡ଼ିଛି ତ କେଉଁଠି ପାଇପ ନଷ୍ଟ ହୋଇଗଲାଣି। ଯେଉଁଠି କାମ ଶେଷ ହୋଇ ପାଣି ଯୋଗାଇବା ଆରମ୍ଭ ହୋଇଛି ସେଠାରେ ଭାଲଭ ପଏଣ୍ଟ ରୁ ପାଣି ଭାସି ରାସ୍ତାଘାଟ ରେ ଯାତାୟାତ ରେ ବାଧା ସୃଷ୍ଟି କରୁଛି। ରାଜ୍ୟ ବାହାର ର ଅଣଓଡ଼ିଆ ଠିକାଦାର ସଂସ୍ଥା ହାତରେ ଚାରିଟି ବ୍ଲକ ପାଇଁ ଦୁଇଟି ପ୍ରକଳ୍ପ କାମ। ଠିକାଦାର ସଂସ୍ଥା କୁ ବିଭାଗ ତଥା ପ୍ରଶାସନ ତରଫରୁ ଅହେତୁକ ଅନୁକମ୍ପା ମିଳୁଚି ।ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଙ୍କ ଉପସ୍ଥିତି ଦେଖାଯାଉନାହିଁ। ବିଚିତ୍ର ବିଷୟ ଏହି କି ଯେ ରାସ୍ତା କୁ ଲାଗି ଭାଲଭ୍ବ ପଏଣ୍ଟ ଓ ଏୟାର ଭାଲବ୍ ପିଲାର ନିର୍ମିତ ହୋଇଛି। ଦ୍ଵିତୀୟ ବିଷୟ ହେଲା ରାସ୍ତା ଖୋଳି ପାଇପ ବିଛା ଯାଇଛି ,ବର୍ତ୍ତମାନ ଜଳ ଯୋଗାଣ ଆଂଶିକ ଆରମ୍ଭ ରେ ଯେତିକି ଥର ପାଇପ ଲିକ୍ ହେବାରୁ ରାସ୍ତା ଖୋଳା ଗଲାଣି ଏଭଳି ଲାଗି ରହିଲେ ଭବିଷ୍ୟତରେ ରାସ୍ତା ର ଅବସ୍ଥା ଚିନ୍ତାର ବିଷୟ। ଆଗକୁ ଦୁଇ / ଚାରି ଥାକିଆ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ଏଭଳି ବାରମ୍ବାର ରାସ୍ତା ଖୋଳିବା ଓ ରାସ୍ତା ପାର୍ଶ୍ବ ଏୟାର ଭାଲ୍ଭ ଓ ଭଲ୍ଭ ସମସ୍ୟା ସୃଷ୍ଟି କରିବ। ମଞ୍ଚା ଗାଁ ପଞ୍ଚାୟତ ପାଇଁ ବିଛାଯାଇଥିବା ପାଇପ ପାଇଲିଂ ନ କରି ଇନ୍ଦ୍ରାବତୀ ବ୍ରିଜ ପାର୍ଶ୍ଵ ଦେଇ ବିଛା ଯାଇଛି । ଏଠାରେ ବିଛାଯାଇଥିବା ପାଇପ ବର୍ତ୍ତମାନ ସୁଦ୍ଧା ଦୁଇ ଥର ଲିକ୍ ହୋଇ ମରାମତି ହୋଇସାରିଲାଣି। ବ୍ରିଜ ଉପରେ ପାଇପ ବିଛାଇଥିବା ବ୍ରିଜ ର ଭବିଷ୍ୟତ ପ୍ରତି ବିପଦ ହେବା ସହ ବାରମ୍ବାର ପାଇପ ରୁ ପାଣି ଲିକ୍ ବ୍ରିଜ ର ଜୀବନ ହ୍ରାସ କରିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ପରଜା ବାରଙ୍ଗ ପଦର ପଞ୍ଚାୟତ ର ଗୋଟିଏ ବି ଗ୍ରାମ ବର୍ତ୍ତମାନ ସୁଦ୍ଧା ପାଣି ପାଇ ନାହାଁନ୍ତି। ଏପରିକି ପ୍ରାୟ ଚାରି ଶହ ହିତାଧିକାରୀ ଙ୍କୁ ଜଳ ଯୋଗାଇବା କୁ ପାଇପ ବିଛାଯାଇନି। ଦୀପ ତଳ ଅନ୍ଧାର ଅବସ୍ଥା ଭୋଗୁଛନ୍ତି । ପାଇପ ବିଛାଯାଇ ମୁଖ୍ୟ ରାସ୍ତା ନଷ୍ଟ ହେଉଛି ଏପଟେ ଖାତି ଗୁଡା ପ୍ରକଳ୍ପ କଲୋନୀ କିଛିମସ ହେବ ଉତ୍କଟ ପାନୀୟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ମୁଖ୍ୟ ରାସ୍ତା ପାର୍ଶ୍ଵ ଦେଇ କୋଷଗୁମୁଡ଼ା ପାଇଁ ବିଛା ଯାଇଥିବା ପାଇପଫାଟି ଇନ୍ଦ୍ରାବତୀ ମୁଖ୍ୟରାସ୍ତା ପାର୍ଶ୍ଵ ଡ୍ରେନ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଉକ୍ତ କଲୋନୀ ବାସୀଙ୍କୁ ଘରୁ ବାହାରିବା କଷ୍ଟ ହୋଇଥିଲା। ପୁରୁଣା ସରକାର ଙ୍କ ବର ହସ୍ତ ଥିଲା ବୋଲି ତ୍ରୁଟି ନଜର ଅନ୍ଦାଜ ହେଉଥିଲା ନୂଆ ସରକାର କଣ କରିବ ଦେଖିବାକୁ ରହିଲା। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ କହିଲେ ଲୋକାର୍ପଣ ପୂର୍ବରୁ ସବୁ ସମସ୍ୟା ସମାଧାନ ହୋଇଯିବ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

Sunil Chandra Nayak

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ  ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

Sunil Chandra Nayak

Leave a Comment

error: Content is protected !!