ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସସ୍ମିତା ଓ ଡ଼ଃ ସୁଚିତ୍ରା ଙ୍କୁ କଳିଙ୍ଗ ଗୈାରବ ଶ୍ରେଷ୍ଠ ଲେଖିକା ସମ୍ମାନ 

ସସ୍ମିତା ଓ ଡ଼ଃ ସୁଚିତ୍ରା ଙ୍କୁ କଳିଙ୍ଗ ଗୈାରବ ଶ୍ରେଷ୍ଠ ଲେଖିକା ସମ୍ମାନ 

ରାଉରକେଲା: ସହରର ଜଣାଶୁଣା କବୟିତ୍ରୀ ତଥା ସାମ୍ବାଦିକା ସସ୍ମିତା ପ୍ରଧାନ ଓ ଅଧ୍ୟାପିକା ଡ଼ଃ ସୁଚିତ୍ରା ମହାନ୍ତି ଙ୍କୁ ଭୁବନେଶ୍ୱର ଠାରେ ଆଇ ୱମେନ୍ସ ଅଫ୍ ସବଷ୍ଟାନ୍ସ ର ୧୧ତମ ସଂସ୍କରଣର କଳିଙ୍ଗ ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସମ୍ପାଦିକା ଚିଦାତ୍ମିକା ଖଟୁଆଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଜର କଳ୍ପନା ଦାସ, ନମ୍ରତା ଚଢା, ଜଗନ୍ନାଥ ଖୁଣ୍ଟିଆ,ସୁରଜ କେ ରାଜ, ଡ଼ଃ ରୋଜାଲିନ ପାଟ୍ଟଶାଣୀ, ଡ଼ଃ ରଜନୀକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। ଏହି ଅବସରରେ ରାଉରକେଲାର ଜଣାଶୁଣା କବୟିତ୍ରୀ ତଥା ସାମ୍ବାଦିକା ସସ୍ମିତା ପ୍ରଧାନ ଙ୍କୁ କଳିଙ୍ଗ ଗୈାରବ ଶ୍ରେଷ୍ଠ ଲେଖିକା ସମ୍ମାନ ଓ ଡ଼ଃ ସୁଚିତ୍ରା ମହାନ୍ତି ଙ୍କୁ କଳିଙ୍ଗ ଗୈାରବ ଲେଖିକା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗଜଲକ୍ଷ୍ମୀ ରାୟ, ବନଜା ମହାନ୍ତି,ଇତି ସାମନ୍ତ,ଝୁଲା ଘଡେ଼ଇ ଓ ଡାକ୍ତର ସ୍ଥିତପ୍ରଜ୍ଞା ବେହେରା ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ମହିଳା ସଂସଦ ପତ୍ରିକାର ଏକ ସ୍ବତନ୍ତ୍ର ସଂସ୍କରଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାହିତ୍ୟିକ,କବି, ସମାଜସେବୀ ମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଦ୍ୟାଳୟ ଉଦଘାଟିତ

ଓଡ଼ିଶା ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

masiha

ହଜିଯାଇଥିବା ବରହମପୁର ଏମକେସିଜି ଡାକ୍ତର ଛାତ୍ରଙ୍କୁ ଉଦ୍ଧାର କଲେ ତିରିଙ୍ଗ ଥାନା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!