ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

ରାୟଗଡା :- ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଥୂବା ସିଜିମାଳି ଖଣି ଖନନକୁ ଧୀରେ ଧୀରେ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ମିଳୁଥୁବା ଦେଖ‌ିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆଜି ଖଣି ପ୍ରଭାବିତ ଅଞ୍ଚଳର କାଶୀପୁର ବ୍ଲକର ସୁଙ୍ଗେର ପଞ୍ଚାୟତର ମାଲିପଦର, ଡୁମେରପଦର, କଣ୍ଟାମାଳ, ବୁଣ୍ଡେଲ, ଅଲିଗୁଣା, ସାଗବାରୀ, ପେଲନକୋଣା, କଟିବାଟା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମପଦର ପଞ୍ଚାୟତର ତିଜିମାଳୀ ଓ ଚୂଲୁବାଡି ଭଳି ଦଶଟି ଗ୍ରାମକର ଲକେ ରାୟଗଡା ରେ ପହଞ୍ଚିଥିଲେ।ଏ ସମସ୍ତ ପ୍ରଭାବିତ ଅଞ୍ଚଳବାସି ଯୋଗ ଦେଇ ନିଜ ମତ ପ୍ରକାଶ ସହ ମୈତ୍ରୀ ତୁମେ ଆଗକୁ ବଡ଼ ଆମେ ସାଥ ଅଛୁ, ଆମ ଅଞ୍ଚଳ ର ବିକାଶ ଆମର ଦାବି, ସିଜିମାଳୀ ଖଣି ଖୋନନ କରିବା ଆମର ଦାବି,ସିଜିମାଳୀ ଖଣି ଶୀଘ୍ର ଖୋନନ କରିବା ଆମର ଦାବି ର ସ୍ଲୋଗାନ ରେ ରାୟଗଡା କୋମ୍ପି ଥିଲା।

  ଏହି ବିଶାଳ ରେଲି ରେ ୧୦, ୧୫ ହଜାର ରୁ ଉର୍ଦ୍ଧ ଲକେ ରାୟଗଡା ର କୋରାପୁଟ ଛକ ରୁ ବିଶାଳ ରେଲି ବାହାରି ଜିଲ୍ଲାପାଳଙ୍କ କାର୍ଯାଳୟ ରେ ପହଞ୍ଚିଥିଲା, ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପାତ୍ର ଦିଆ ଯାଇଥିଲା।କୈଳାଶ ଚନ୍ଦ୍ର ଖୋସଲା କହିବା ଅନୁଯାଇ ମୈତ୍ରୀ କମ୍ପାନୀ ଦୀର୍ଘ କୋଡିଏ ବର୍ଷ ହେଲା ରାୟଗଡା ଜିଲ୍ଲାର ଅଖୋପାଖ ଅଞ୍ଚଳ ର ଖଣି ଖାଦାନୀ ପରିଚାଳନା କରିବା ସହିତ ଖଣି ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୦୦୦୦ହଜାର ରୁ ଉର୍ଦ୍ଧ ଆଦିବାସୀ ଓ ହରିଜନ ପରିବାରଙ୍କୁ ମାସିକ ଆର୍ଥିକ ସହାୟତା ଦେବା ସହିତ ସେମାନଙ୍କ ସାମାଜିକ ବିକାଶ ରେ ସହାଭାଗିତା କରି ଆସୁଛି। ମୈତ୍ରୀ କମ୍ପାନୀ କେବଳ ବ୍ୟବସାୟ ନୁହେଁ ବରଂ ସମାଜରେ କଲ୍ୟାଣକାରି କାର୍ଯ୍ୟକ୍ରମ କରିଛି ଯେଭଳି ଗୋମନା ଗୋମନ ର ସୁଭିଧା ପିଇବା ପାଣି ମାଗଣା ରେ ସ୍ୱାସ୍ଥ୍ୟ ସେବା ଭଳି ଅନେକ କାର୍ଯ୍ୟକ୍ରମ ଜାରି ରଖିଛି। ଆଦିବାସୀ ଓ ହରିଜନ ସାମ୍ପ୍ରଦାୟ ର ମହିଳା ମାନଙ୍କୁ ସଶକ୍ତିକରଣ କରିବା,କ୍ରୀଡା ଓ ଯୁବଶକ୍ତି ଙ୍କୁ ପ୍ରଚାହିତ କରିବା, ପୁରୁଣା ମନ୍ଦିର ମାନଙ୍କୁ ପୁଣଉଦ୍ଧାର କରିବା ଭଳି ଅନେକ କାର୍ଯ୍ୟକ୍ରମ କରୁଚି ବୋଲି ମତପ୍ରକଶ କରିଥିଲେ।ଖଣି ଖନନ ହେଲେ ଅଞ୍ଚଳର ବିକାଶ ସାମାଜିକ, ଅର୍ଥନୈତିକର ବିକାଶ ଘଟିବା ସହିତ ବେକାରୀ ସମସ୍ୟା ଦୁର ହେବ ବୋଲି ବୁଦ୍ଧିଜୀବୀ କୈଳାଶ ଚନ୍ଦ୍ର ଖୋସଲା ମତ ପ୍ରକାଶ କରିଥିଲେ। ସେହିପରି ସିଜିମାଳୀ ଖଣି ଖୋନନ ଦ୍ୱାରା ଅଞ୍ଚଳର ନିଯୁକ୍ତି ର ସୁଯୋଗ,ଶିକ୍ଷା, ସ୍ୱାସ୍ଥ୍ୟ, ଗୋମନା ଗୋମନର ଉନ୍ନତି ହେବା ସହିତ, ଅଞ୍ଚଳବାସୀ ଙ୍କ ଆର୍ଥିକ ଅବସ୍ଥା ଭି ସୁଧୀରବ ବୋଲି ବୁଦ୍ଧିଜୀବୀ ଗୁଣନିଧି ବାଗ, ନବୀନ ନାଇକ, ରାଜେନ୍ଦ୍ର ନାଇକ, ଦୀପକ କୁମାର ଶତପଥି ପ୍ରମୁଖ ମତ ପ୍ରକାଶ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

Sunil Chandra Nayak

ନବନିର୍ମିତ ପୋଲର ଅବସ୍ଥା ଖରାପ ଭୂଷୁଡି ଯିବା ସମ୍ଭାବନା

Sunil Chandra Nayak

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!