ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ଦିବସ ପାଳିତ

ଶିଶୁ ଶ୍ରମିକ ଦିବସ ପାଳିତ

ଜୁନାଗଡ଼,୧୨/୬(ମ ନି ସ)ସ୍ଥାନୀୟ ସ୍ବେଛାସେବୀ କର୍ତବ୍ୟ ଅନୁଷ୍ଠାନ ପରିସର ମଧ୍ୟରେ ଜୁନାଗଡ଼ ତାଳୁକ ଲିଗାଲ ସେଲ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ପୂର୍ବତନ ଜୁନାଗଡ଼ ଓକିଲ ସଂଘ ସଭାପତି ଅଶୋକ ପାତ୍ର ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଶିଶୁ ଶ୍ରମିକ ମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ଆଇନ ବିଷୟରେ ସଚେତନ କରାଯାଇଥିଲା।ଏଥିସହ ସେମାନଙ୍କୁ ଉଦ୍ଧାର କରାଯାଇ କିପରି ଥଇଥାନ ସହ ମୁଖ୍ୟ ସ୍ରୋତରେ ସାମଲ କରାଯିବ ଏହିନେଇ ଉପସ୍ଥିତ ଅତିଥିମାନେ ପ୍ରାଞ୍ଜଲ ଭାବେ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ଆଚାରି, ଓକିଲ ସଂଘ ସଭାପତି,କୈଳାସ ଚୌଧୁରୀ,ମିଳାପ ଜୈନ,ଲୋକନାଥ ମଙ୍ଗରାଜ,ତଥା କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଆଇନଜୀବୀ ବାଳକୃଷ୍ଣ ଆଚାରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

masiha

ସରକାରୀ ବିଦ୍ୟାଳୟରେ ମୌଳିକ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଚିନ୍ତା ଜନକ  ନିର୍ଭୁଲ ପାଠ୍ୟ ପୁସ୍ତକ ତୁରନ୍ତ ଯୋଗାଣ ସହ ୧୪ ଦଫା ଦାବି ପ୍ରଦାନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ 

Sunil Chandra Nayak

ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗ୍ଲୋବାଲ ଆଇକୋନିକ ଆୱ।ଡ଼

Sunil Chandra Nayak

Leave a Comment

error: Content is protected !!