ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ଦିବସ ପାଳିତ

ଶିଶୁ ଶ୍ରମିକ ଦିବସ ପାଳିତ

ଜୁନାଗଡ଼,୧୨/୬(ମ ନି ସ)ସ୍ଥାନୀୟ ସ୍ବେଛାସେବୀ କର୍ତବ୍ୟ ଅନୁଷ୍ଠାନ ପରିସର ମଧ୍ୟରେ ଜୁନାଗଡ଼ ତାଳୁକ ଲିଗାଲ ସେଲ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ପୂର୍ବତନ ଜୁନାଗଡ଼ ଓକିଲ ସଂଘ ସଭାପତି ଅଶୋକ ପାତ୍ର ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଶିଶୁ ଶ୍ରମିକ ମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ଆଇନ ବିଷୟରେ ସଚେତନ କରାଯାଇଥିଲା।ଏଥିସହ ସେମାନଙ୍କୁ ଉଦ୍ଧାର କରାଯାଇ କିପରି ଥଇଥାନ ସହ ମୁଖ୍ୟ ସ୍ରୋତରେ ସାମଲ କରାଯିବ ଏହିନେଇ ଉପସ୍ଥିତ ଅତିଥିମାନେ ପ୍ରାଞ୍ଜଲ ଭାବେ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ଆଚାରି, ଓକିଲ ସଂଘ ସଭାପତି,କୈଳାସ ଚୌଧୁରୀ,ମିଳାପ ଜୈନ,ଲୋକନାଥ ମଙ୍ଗରାଜ,ତଥା କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଆଇନଜୀବୀ ବାଳକୃଷ୍ଣ ଆଚାରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ 

ଅଞ୍ଚଳବାସୀଙ୍କ ଦାବି ପୂରଣ ହେଲା , ଆସନ୍ତା ୪ ତାରିଖରୁ ଲାଞ୍ଜିଗଡ଼ରୋଡ଼ରେ ରହିବ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନ୍

Sunil Chandra Nayak

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

masiha

Leave a Comment

error: Content is protected !!