ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ର କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ 

ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ର କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ 

କାମାକ୍ଷାନଗର (ମନିସ )21/9/23 // ଢେ଼ଙ୍କାନାଳ ଜିଲ୍ଲାରେ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଢେ଼ଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ଗଠନ କରାଯାଇଛି I ଏହି ସଙ୍ଘର ସରକାରୀ ସ୍ୱୀକୃତି ନମ୍ବର DKL- 6940/2023-24 ଅଟେ I ଢେ଼ଙ୍କାନାଳ ଜନ ସାଧାରଣଙ୍କ ସମସ୍ୟା ସମାଧାନ କରିବାରେ ଏହି ସଙ୍ଘ ବେଶ ଆଦୃତ ଲାଭ କରିଛି I ତୃଣମୂଳ ସ୍ତରରୁ ଲୋକଙ୍କ ସହିତ ରହି ଜନହିତକର କାର୍ଯ୍ୟକ୍ରମ କରିଆସୁଛି I ଗତ 20/09/2023 ତାରିଖ ଦିନ କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ପରଜଙ୍ଗ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ ବ୍ଲକରେ ଦାଇତ୍ୱ ବହନ କରିଥିବା ସାମ୍ବାଦିକ ମାନେ ଉପସ୍ଥିତ ରହି ନିଜ ଅଂଚଳର ସମସ୍ୟାକୁ ଆଲୋଚନା କରିଥିଲେ I ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ସୁବିଧା, ଜନସାଧାରଙ୍କୁ ସରକାରୀ ସୁବିଧା, କୃଷି, ଜଳସେଚନ ଇତ୍ୟାଦି ସୁବିଧା ଅସୁବିଧା ବିଷୟରେ ବ୍ଲକ ପ୍ରତିନିଧି ମାନେ ଆଲୋଚନା କରିଥିଲେ I ଆଲୋଚନା ପରେ ସବୁ ସମସ୍ୟାର ସମାଧାନ ପାଇଁ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ କରାଯିବାର ପ୍ରତିଶୃତି ସଙ୍ଘ ସଭାପତି ଧବଳ ପ୍ରସାଦ ସାହୁ ଦେଇଥିଲେ I ଏହି ବୈଠକରେ ସଙ୍ଘ ଉପସଭାପତି ପ୍ରବୀଣ ନାଏକ, ସମ୍ପାଦକ କିଶୋର ପାଳ, ସଂଯୋଜକ ପ୍ରହ୍ଲାଦ ମୁଦୁଲି, ସଙ୍ଘ ବ୍ଲକ ପ୍ରତିନିଧି ଅକ୍ଷୟ ନନ୍ଦ, ପର୍ଶୁରାମ ମହାଭୋଇ, ସୁମିତ୍ରା ମିଶ୍ର, ସରୋଜ ନାୟକ, ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ I

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ଉଚ୍ଚତମ ନ୍ୟାୟାଳୟଙ୍କ ଆରକ୍ଷଣ ବିରୋଧୀ ଆଦେଶ ବିରୁଦ୍ଧରେ ଭାରତ ବନ୍ଦ ଜୁନାଗଡ଼ ରେ ସମ୍ପୂର୍ଣ ସଫଳ

masiha

ସାନଚେରଗାଁଠାରେ ବିଶ୍ୱ ଏଡସ୍ ଦିବସ ପାଳିତ 

masiha

Leave a Comment

error: Content is protected !!