ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାର୍ଯ୍ୟ

କଙ୍କଡ଼ାହାଡ଼ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାର୍ଯ୍ୟ

କାମାକ୍ଷାନଗର (ମନିସ )21/7/25 — ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧୀନରେ ଥିବା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଫିସରେ ବିନା ସୂଚନା ଫଳକରେ ଟାଇଲ କାମ, ପ୍ଳାଷ୍ଟର କାମ, ୱାଲ କାମ, କଲର କାମ, ଇଲେକ୍ଟ୍ରି କାମ, ନୂଆ ବେସିନ ଲାଗିବା, ଫ୍ରିଜର ଓ ଦୁଇଟି ଏସି ଲାଗି ଥିବାର ଦେଖିବାକୁ ମିଳିଛି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ପ୍ରକୃତରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସରକାରୀଙ୍କ ଟଙ୍କା ଲାଗିଛି କି ଅନ୍ୟ କେଉଁ ଶିକ୍ଷକଙ୍କ ଠାରୁ ପିସି ନେଇ ଏ ସବୁ କାମ ହୋଇଛି ଜନ ସାଧାରଣଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଯଦି ସରକାରଙ୍କ ଟଙ୍କା ବିଭାଗୀୟ ଅଧିକାରୀଙ୍କ ଅଫିସରେ ଲାଗିଛି ତାହାଲେ କେତେ ଟଙ୍କା ମଂଜୁର ହୋଇ ଏ ସବୁ କାମ ହୋଇଛି ତାହାର ସୂଚନା ଫଳକ ନ ଥିବା ଦେଖିବାକୁ ମିଳିଛି। ଯଦି ସରକାରଙ୍କ ଟଙ୍କା ନୁହେଁ ତାହାଲେ ଏତେ ଗୋଡି଼ଏ ଟଙ୍କା ଆସିଲା କେଉଁଠୁ ଓ କାମ ହେଲା କେମିତି ତାହା ଏକ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗା ଯୋଗ କରି ଥିଲୁ ଓ କାମ ବିଷୟରେ ପଚାରି ଥିଲୁ ବିଆରସି ବିଶେଶ୍ୱର ମିଶ୍ର କହିଛନ୍ତି କି ସମ୍ପୂର୍ଣ ଟଙ୍କା ମୁଁ ବହନ କରିଛି। ଯଦି ବିଆରସି ବିଶେଶ୍ୱର ମିଶ୍ର ସମ୍ପୂର୍ଣ ଟଙ୍କା ବହନ କରିଛନ୍ତି ତାହାଲେ ଏତେ ଗୋଡିଏ ଟଙ୍କା କେଉଁ ଉଦେଶ୍ୱରେ ପ୍ରଦାନ କଲେ ସେ ବାବଦରେ କିଛି ଲିଖିତ ଆକାରରେ ଅଛି କି ନାହିଁ। ନିଜ କାର୍ଯ୍ୟାଳୟ ପାଇଁ ବିଆରସି ଙ୍କ ଏତେ ଦରଦ କାହିଁକି। ଅନ୍ୟ ପକ୍ଷରେ ୟୁନିଫର୍ମ ବାବଦକୁ କିଛି ସଙ୍ଘ ଠାରୁ ଟଙ୍କା ଦିଅ ବିଲ ହୋଇ ଯିବ ବୋଲି ଲାଞ୍ଚ ମାଗୁ ଥିବା ଅଭିଯୋଗ ଜନ ଶୁଣାଣିରେ ହୋଇ ଥିଲା ବିଆରସି ବିଶେଶ୍ୱର ମିଶ୍ରଙ୍କ ନାମରେ। ତାହାଲେ ଆପଣ ମାନେ ଚିନ୍ତା କରନ୍ତୁ ପ୍ରକ୍ଟତରେ ଶିକ୍ଷା ଅନୁଷ୍ଠାନକୁ ଆସି ଥିବା ଟଙ୍କାକୁ ହଡପ କରି ଏତେ ସବୁ କାମ ହୋଇଛି କି ଅନ୍ୟ କେଉଁ ଉଦେଶ୍ୟରେ କାମ ହୋଇଛି ତାହାକୁ ତଦନ୍ତ କଲେ ଜଣା ପଡିବ। କାର୍ଯ୍ୟାଳୟରେ ଯେଉଁ ଭଳି ଭାବରେ ଏ ସବୁ କାମ ହୋଇଛି ଯାହାର ପାଖା ପାଖି ଆନୁମାନିକ ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କଣ ନେଉଛନ୍ତି ପଦକ୍ଷେପ ତାହାକୁ ହିଁ ଜନ ସାଧାରଣଙ୍କ ଅପେକ୍ଷା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଖୋଜ ହେମନ୍ତର ମିଳୁନାହିଁ ପତ୍ତା, ଚିନ୍ତାରେ ପରିବାର 

masiha

ଇ.ଏ. ଟି ଫୋଉଣ୍ଡେସନ ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ପିକ୍ ଅପ୍ ଭ୍ୟାନ ଦୁର୍ଘଟଣା , ୩୦ ରୁ ଉର୍ଦ୍ଧ ଲୋକ ଆହତ 

Sunil Chandra Nayak

Leave a Comment

error: Content is protected !!