ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ  ମାଉସୀ ମା ପରିଚାଳନା କମିଟି ଗଠନ

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ 

ମାଉସୀ ମା ପରିଚାଳନା କମିଟି ଗଠନ 

ରାଇଘର ୨୯:୦୫:୨୫- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଆଜି ରାଇଘର ପଞ୍ଚାୟତ କାର୍ଯ୍ୟାଳୟ ସମ୍ବିଳନୀ କକ୍ଷ ଠାରେ ସ୍ଵତନ୍ତ୍ର ବୌଠକ ଅନୁଷ୍ଠିତ ସହ ମାଉସୀ ମାଁ କମିଟି ଗଠନ କରାଯାଇଥିଲା l 

ରାଇଘର ସରପଞ୍ଚ ଲମ୍ବୋଦର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୌଠକରେ ତହସିଲଦାର ରିତୁ ସିଂ, ଜିପିଓ ମଣ୍ଟୁ ସ୍ୱାଇଁ, ଅଗ୍ନିଶ୍ରମ ବିଭାଗ ଅଧିକାରୀ ପବିତ୍ର ମୋହନ ପୂଜାରୀ, ଏଏସଆଇ ମନୋରଞ୍ଜନ ମିଶ୍ର, ଫରେଷ୍ଟର ପ୍ରଫୁଲ୍ଲ ମାଝୀ ପିଇଓ ପିଣ୍ଟୁ ଦେ ସହ ସ୍ଥାନୀୟ ଯୁବ ଗୋଷ୍ଠୀ, ବୁଦ୍ଧିଜିବି ଅଞ୍ଚଳବାସୀ ଯୋଗ ଦେଇଥିଲେ l ପ୍ରଥମେ ଗତ ବର୍ଷର ଆର୍ଥିକ ବ୍ୟୟ ବରାଦ ସହ ହାତକୁ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅବଗତ ପରେ ଚଳିତ ବର୍ଷ ରଥଯାତ୍ରା ସୁ ପରିଚାଳନା ନିମନ୍ତେ ଶ୍ରୀମନ୍ଦିର ମନ୍ଦିର କମିଟି ସଦସ୍ୟ ବୃନ୍ଦ ଓ ସ୍ଥାନୀୟ ପ୍ରଶାସନ, ବୁଦ୍ଧିଜିବି ଯୁବ ଗୋଷ୍ଠୀ ମିଳିତରେ  ମାଉସୀ ମାଁ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା l ସର୍ବସମ୍ମତି କ୍ରମେ ସଭାପତି ରୂପେ ତହସିଲଦାର ରିତୁ ସିଂ, ଉପସଭାପତି ରୂପେ ଲମ୍ବୋଦର ମାଝୀ,ସମ୍ପାଦକ କିରଣ ପଟ୍ଟନାୟକ, ସହ ସମ୍ପାଦକ ଦିବାକର ନାୟକ, କୋଷଧ୍ୟକ ରୂପେ ଭବାନୀ ନାୟକ ମନୋନୀତ ହୋଇଥିଲେ l ଉପଦେଷ୍ଟା କମିଟିରେ ପ୍ରଫୁଲ୍ଲ ଭୁୟାଁ, କମଳ ସିଂ ରାଜପୁତ୍, ଅଭିମନ୍ୟୁ ଡାକୁଆ, ଶ୍ରୀରାମ ସୁନାନୀ, ଜଗନ୍ନାଥ ଦୋରା, ସହଦେବ ଗଣ୍ଡ ପ୍ରମୁଖ ରହିଥିବା ବେଳେ ଟୁକୁନା ସାମନ୍ତରାୟ, ଶକ୍ତି ଜେନା, ଅଶୋକ ରଥ, କୁନା ମହାପାତ୍ର ପ୍ରମୁଖ ସହ ବିଭିନ୍ନ ବ୍ୟକ୍ତି ବିଶେଷ ବିଭିନ୍ନ ଦାୟିତ୍ବରେ ରହିଛନ୍ତି l ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଟ୍ରାଫିକ ସମସ୍ୟା, ରଥ ଉପରେ ଚଢିବା, ଛେଁରା ପହରା, ଡାହୁକ, ରଥ ଉଚ୍ଚତା ନିର୍ମାଣ, ରାଜ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗଛ ଡାଳ କଟା, ପୂଜକ, ଆଲୋକିକରଣ, ୯ ଦିନ ବଜାରରେ ଆମିଷ ନିଷେଧ, ରଥ ଯାତ୍ରା ଓ ବାହୁଡା ଦିନ ମଦ୍ୟ ପାନ ବିକ୍ରୀ ବନ୍ଦ, କୋଭିଡ ବୃଦ୍ଧିକୁ ନେଇ ସୁରକ୍ଷା, ଜଳ ଯୋଗାଣ ସହ ଚଳିତ ବର୍ଷ ମହା ଆଡ଼ମ୍ବରରେ ପାଳନ ପାଇଁ କମିଟି ଅଣ୍ଟା ଭିଡିବା ସହ ନିଷ୍ପତି ନିଆ ଯାଇଥିଲ।।

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ଦୀନକୃଷ୍ଣ ମହାବିଦ୍ୟାଳୟ ଇଗ୍ନୋ ଅଧ୍ୟୟନ କେନ୍ଦ୍ର ତରଫରୁ ସ୍ୱାଗତ ଉତ୍ସବ  

ଶେଷଖାଲ ଠାରେ ସମ୍ଭାବ୍ଯ ବିପତ୍ତିର ମୁକାବିଲା ପା ଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!