ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖେଲୋ ଇଣ୍ଡିଆ ବିଚ୍ ଗେମ୍ ରେ ନବରଙ୍ଗପୁର ଜିଲ୍ଲା ଖେଳାଳିଙ୍କ ସଫଳତା

ଖେଲୋ ଇଣ୍ଡିଆ ବିଚ୍ ଗେମ୍ ରେ ନବରଙ୍ଗପୁର ଜିଲ୍ଲା ଖେଳାଳିଙ୍କ ସଫଳତା 

(ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ)

ନବରଙ୍ଗପୁର : (୨୯|୫)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପେଞ୍ଚାକ ସିଲାଟ ସଂଘର ତିନି ଜଣ ଖେଳାଳି ଗଣେଶ ପୂଜାରୀ, ରବୀନ୍ଦ୍ର ଭତରା ଏବଂ ଅଶୁତୋଷ ପୂଜାରୀ, ଡମନ ଓ ଡିଉ ଠାରେ ସରିଥିବା ଖେଲ ଇଣ୍ଡିଆ ବିଚ୍ ଗେମ୍ ରେ ଭାଗ ନେଇ ତିନୋଟି ବ୍ରୋଞ୍ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ ଦମନ ଓ ଡିଉ ଠାରେ ଏଇ ମାସ ୧୯ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ହୋଇଥିଲା। ଏଥି ପୂର୍ବରୁ ନବରଙ୍ଗପୁରର ଏଇ ଖେଳାଳି ମାନେ ଜାତୀୟ ସ୍ତରର କ୍ରୀଡ଼ାରେ ଚୟନ ହୋଇ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ରେ ଖେଳିବା ପାଇଁ ସୁଯୋଗ ପାଇ ଥିଲେ। ଆନ୍ତର୍ଜାତୀୟ ରେଫରି ତଥା କୋଚ୍ ହରିଶ୍ ବେହେରା ଙ୍କ ଠାରୁ ବିଗତ ଦଶବର୍ଷ ଧରି ଏହି ଖେଳାଳି ମାନେ ପ୍ରଶିକ୍ଷଣ ନେଉଛନ୍ତି। କ୍ରୀଡାବିତ୍ ମାନଙ୍କର ଏହି ସଫଳତା ପରେ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ , ବର୍ତ୍ତମାନର ଖେଳାଳୀ ଏବଂ ଖେଳ ପ୍ରେମୀ ମାନେ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ପଦକ ବିଜେତା ଏବଂ କୋଚ୍, ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ତଥା ପେଞ୍ଚକ୍ ସିଲଟ ସଂଘର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକ ଙ୍କ ସହ ଯାଇ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡାବିତ୍ ମାନଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଡକ୍ଟର ମହାପାତ୍ର କହିଥିଲେ। ଏହା ଶୁଣି ପଦକ ବିଜେତା ମାନେ ଜିଲ୍ଲାପାଳଙ୍କୁ ସାଧୁବାଦ୍ ଜଣାଇବା ସହ ଖୁସି ପ୍ରକଟ କରିଛନ୍ତି। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ପଲକା ରବୀନ୍ଦ୍ର ଙ୍କୁ ମଧ୍ୟ ପଦକ ବିଜେତା ମାନେ ସାକ୍ଷାତ କରିଥିଲେ। ଶ୍ରୀ ପାଲକା ବିଜେତା ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୂଚନା ଯୋଗ୍ୟ ଯେ କ୍ରୀଡାବିତ୍ ମାନେ ପଦକ ହାସଲ କରି ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ପଦକ ବିଜେତା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ମାରାଥନ ଧାବକ ଚିତ୍ତରଞ୍ଜନ ପାତ୍ର, ଉପ ସଭାପତି ଏମ.ବାଲା କ୍ରିଷ୍ଣା ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତା ମାନଙ୍କୁ ଉତ୍ସାହିତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଯୁବଶକ୍ତି କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା 

masiha

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ଅନୀଲ ବହିଦାର ପ୍ୟାରିସ ଅଲମ୍ପିକ୍ସ ପାଇଁ ପର୍ଯ୍ୟବେକ୍ଷକ ମନୋନୀତ

masiha

Leave a Comment

error: Content is protected !!