ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ  ମୁଣ୍ଡା ବ୍ରଦର କାଲଟା ଚମ୍ପିୟାନ ଓ ୱାଇ ବି ପି କାଲଟା ରନର୍ସ ଅପ୍ ..

୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ 

ମୁଣ୍ଡା ବ୍ରଦର କାଲଟା ଚମ୍ପିୟାନ ଓ ୱାଇ ବି ପି କାଲଟା ରନର୍ସ ଅପ୍ …..

ରାଉରକେଲା: କାଲଟା ସ୍ଥିତ ଅମର ଜ୍ୟୋତି ୟୁଥ୍ କ୍ଲବ୍ ତରଫରୁ ୩ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ସୁଶିଲ ବାର୍ଲା ଓ ସମ୍ପାଦକ ଜାକ୍ରିୟାସ ହେମ୍ବ୍ରମ ଙ୍କ ଆବାହକତ୍ଵ ଦୁର୍ଯ୍ୟୋଧନ ବାରିକ ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ କାଲଟା ଲୈ।ହଖଣି ର ମହାପ୍ରବନ୍ଧକ ଅଜୟ କୁମାର ମିଶ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ପି କେ ଲାକ୍ରା, ବରିଷ୍ଠ ପ୍ରବନ୍ଧକ ଏସ୍ ଆର୍ ପଣ୍ଡା,ସହ ପ୍ରବନ୍ଧକ ଅଜୟ କୁମାର ସାହୁ, ପ୍ରବନ୍ଧକ ଅଭିଜିତ ସେନ,ସହ ପ୍ରବନ୍ଧକ ଏସ୍ କେ ମହାପାତ୍ର,ସହ ପ୍ରବନ୍ଧକ ଏନ୍ ଆର୍ ରେଡୀ ପ୍ରମୁଖ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ସହ ଖେଳ କୁ ଉପଭୋଗ କରିଥିଲେ। ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବିଜେଡ଼ି ସଭାପତି କୁଶ ଆପଟ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ କୋଇଡା ଜିଲ୍ଲା ପରିଷଦର ସଭ୍ୟ ଅଶୋକ କୁମାର ନାୟକ, ସୁନ୍ଦରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଜାତୀୟ ହକି ଖେଳାଳୀ ତଥା ଜିନ୍ଦଲ ସମାଜ ମଙ୍ଗଳ ଅଧିକାରୀ ଭାର୍ଗିଲ ଲାକ୍ରା ଓ କୋଇଡା ଥାନା ପ୍ରଭାରୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଦଳକୁ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ। ସୂଚନାଯୋଗ୍ୟ ଯେ ଓଡ଼ିଶା ତଥା ଝାଡ଼ଖଣ୍ଡ ରୁ ପ୍ରାୟ ୩୨ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଫାଇନାଲ ମ୍ୟାଚରେ ମୁଣ୍ଡା ବ୍ରଦର କାଲଟା ଦଳ ୱାଇବିପି କାଲଟା କୁ ଟ୍ରାଇବେକର ରେ ୪-୨ ରେ ପରାସ୍ତ କରି ଅତିଥିଙ୍କ ଠାରୁ ଚମ୍ପିୟାନ ଟ୍ରଫି ସହ ନଗଦ ୬୦ହଜାର ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ନଗଦ ୪୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ଉଭୟ ଦଳକୁ ଜର୍ସି ବଣ୍ଟନ କରାଯାଇଥିଲା। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦୁଇ ଦଳକୁ ୨୦ ହଜାର ନଗଦ ଅର୍ଥ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ କ୍ରୀଡା ସଂଗଠକ ତଥା ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ସାଗର ମୁଣ୍ଡୁ ଙ୍କୁ ସମ୍ମାନିତ କରାଯାଇଥିଲା। ଖେଳଗୁଡିକୁ ରେଫ୍ରି ସର୍ବଶ୍ରୀ ସାନିକା ତିର୍କି, ଡାଏମଣ୍ଡ ତିର୍କି, ରାଜୀବ ବେଗ୍ ଓ ସୁନିଲ ତିର୍କି ପରିଚାଳନା କରିଥିବା ବେଳେ ଶେଷରେ ବରିଷ୍ଠ ପ୍ରବନ୍ଧକ କରୁଣାକର ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଦର୍ଶକ ଉପଭୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

60th All India Railway Ball Badminton Championship Concludes at Waltair

Sunil Chandra Nayak

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

masiha

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!