ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ୍ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ 

ଇସ୍ପାତ୍ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ 

ରାଉରକେଲା:ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ର ୫୪ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସେକ୍ଟର-୭ ସ୍ଥିତ ସଂସଦ ଭବନ ପରିସରରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଦ୍ଵାରା ସାରସ୍ୱତ ପତାକା ଉତ୍ତୋଳନ କରାଯାଇଥିଲା । ମୁଖ୍ୟଅତିଥି ଭାବରେ ସାହିତ୍ୟ ସଂସଦର ପ୍ରାକ୍ତନ ସଭପତି ରଘୁବର ଧଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ସୁଶୀଳାବତୀ ମହାବିଦ୍ୟାଳୟ ସହଯୋଗୀ ପ୍ରଫେସର ଡ. ସଞ୍ଜୟ ହାତୀ, ମୁଖ୍ୟବକ୍ତା ଭାବରେ ଇସ୍ପାତ୍ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟ ତଥା ପ୍ରାଧ୍ୟାପକ ଡ. ଅଶ୍ୱିନୀ ରାୟ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ପରେ ଦିବଂଗତ ସଦସ୍ୟ ନୟନେନ୍ଦୁ ମିଶ୍ର ଓ ଅନ୍ୟ ଦିବଂଗତ ସଦସ୍ୟ ସଦସ୍ୟା ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଇତ୍ୟବସରରେ ଇଂ. ଗୋକୁଳ ଚନ୍ଦ୍ର ଧଳଙ୍କ ଲିଖିତ କବିତା ପୁସ୍ତକ ‘ ଲେଖୁ ଲେଖୁ କବିତା ‘ ତଥା ପୁରାତନ ସଦସ୍ୟ ଅନିଲ କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ଵାଳ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯକାରୀ ସଭାପତି ମନୋଜ କୁମାର ନନ୍ଦ ଓ ସଭାପତି ବ୍ରଜେନ୍ଦ୍ର ଦାଶ, ପୁରାତନ ସଦସ୍ୟ ଉମେଶ ଚନ୍ଦ୍ର ନାୟକ ସଂସଦର କ୍ରମବିକାଶ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ସଦସ୍ୟା ଅନିତା ଧଳ ବାପାଙ୍କ ପୁସ୍ତକ ଲେଖା ସୂଚନା ଦେଇଥିଲାବେଳେ କବି ଗୋକୁଳ ଚନ୍ଦ୍ର ଧଳ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଡ. ହାତୀ ନିଜ ବକ୍ତବ୍ୟ ସହ ପୁସ୍ତକ ଟିର ସମୀକ୍ଷା କରିଥିଲେ। ଭୀମଭୋଇଙ୍କ ପଦାବଳୀ ଉଦ୍ଧାର ପୂର୍ବକ ମୁଖ୍ୟ ବକ୍ତା ସାହିତ୍ୟରେ ସାମାଜିକ ଚେତନା ଜନମାନସକୁ ପ୍ରଭାବିତ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ପ୍ରଥମ ପର୍ଯ୍ୟାୟ ପରେ ସହ ସାଧାରଣ ସମ୍ପାଦକ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ମଞ୍ଜୁଳା ରଥଙ୍କ ସଭାପତିତ୍ବ ତଥା ଉପେନ୍ଦ୍ର ବସ୍ତିଆ ଓ ସୁମିତ୍ରା ବାରିକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ଗଗନ ବିହାରୀ ନାୟକ, ଅଭିରାମ ସାଗରିଆ, ଅଜୟ କୁମାର ମହାନ୍ତି, ପ. ନିଶିକାନ୍ତ ମିଶ୍ର, ବିଜୟ କୁମାର ସାହୁ, ହୃଷୀକେଶ ସାହୁ, ସତ୍ୟବ୍ରତ ଦାସ, ଅନନ୍ତ କିଶୋର ଦାସ, ଗଦାଧର ରଥ, ସୁଚିଶ୍ମିତା ପଣ୍ଡା, ଅଭିରାମ ପ୍ରଧାନ, ସୁଚିତ୍ରା ଲେଙ୍କା, ଉମେଶ ଚନ୍ଦ୍ର ନାୟକ, ସୁପ୍ତି କର, ସ୍ନେହଲତା ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସୁସ୍ମିତା ପ୍ରଧାନ, ସୁମିତ୍ରା ବାରିକ୍, ଉପେନ୍ଦ୍ର ବସ୍ତିଆ, ତ୍ରିଲୋଚନ ସ୍ବାଇଁ ପ୍ରମୁଖ ବହୁ କବି କବିତା ପାଠ କରିଥିଲେ। ଏହି ସଭାରେ ଚନ୍ଦ୍ରପ୍ରଭା ଧଳ, ଡ. କିଶୋରୀ ଦାସ, ଅମ୍ବିକା ଧଳ, ନିବେଦିତା ଧଳ, ସୁରଥ କୁମାର ଜେନା, ତାରିଣୀ ଚରଣ ସାହୁ, ପ୍ରଶାନ୍ତ ପତି, ସୁବାସ ମହାପାତ୍ର, ମହାଶ୍ୱେତା ସାହୁ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଶୁଭେନ୍ଦୁ ଧଳ,କୁଞ୍ଜ ବିହାରି ସାହୁ, ପୂର୍ଣ୍ଣେନ୍ଦୁ ଧଳ,କାଶୀନାଥ ନନ୍ଦୀ, ଅକ୍ଷୟ ସାମଲ, ପୀତବାସ ପ୍ରଧାନ, ଶରତ ଧଳ, ଦିବାକର ଦାସ, ଡ. ସୁମନ ଦତ୍ତ, ପ୍ରଫୁଲ୍ଲ ସାମଲ, ଗଙ୍ଗାଧର ପୁହାଣ, ରାଧାମୋହନ ରଥ, ରାଧାମୋହନ ନାୟକ, ଅକ୍ଷୟ ଦାସ, ରବୀନ୍ଦ୍ର ନାଥ ମହାନ୍ତି, ସାଗର ମହାନ୍ତି, ଅକ୍ଷୟ କୁମାର ଧଳ, ଅନନ୍ତ କିଶୋର ଦାସ, ବାବାଜୀ ଜେନା, ବିକ୍ରମ ନାୟକ, ଅରବିନ୍ଦ ପାତ୍ର,ମୀନକେତନ ପଶାୟତ, ବ୍ରଜ ବିହାରୀ ଦାସ, ସାଗରିକା ମିଶ୍ର, ସଂଗ୍ରାମ ସିଂ ସାମଲ, ଅଜିତ କୁମାର ଗୌଡ଼, ବସନ୍ତ କୁମାର ସ୍ବାଇଁ, ଅଶୋକ ରାଉତ ପ୍ରମୁଖ ବହୁ କବି, ଲେଖକ ଓ ପାଠକ ଯୋଗ ଦେଇଥିଲେ। ଶେଷରେ କବି ଅଭିରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Meri Maati Mera Desh program Odia Pua Mr.Ashribad Joined.

masiha

ନାୟିକା, ରାଉରକେଲା ର ସ୍ବାଧୀନତା ଦିବସ ପାଳନ 

Sunil Chandra Nayak

ମାତୃ ଦିବସ ରେ ‘ସମର୍ପଣ’ ପକ୍ଷରୁ ୩୦ ମହିଳା ଙ୍କୁ ନୂତନ ବସ୍ତ୍ର ପ୍ରଦାନ

masiha

Leave a Comment

error: Content is protected !!