ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ 

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ 

ବାଲିଗୁଡା, ତା, ୦୭/୦୮:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗା ପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା,ସିପାଞ୍ଜିରୀ, ପାଦେରୀପଡା,ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଶୁକ୍ରବାର ର ପ୍ରଥମ ମ୍ୟାଚ ପାଦେରୀପଡା ବନାମ ବାଲିସୁଗା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୪-୩ ଗୋଲ ରେ ପାଦେରୀପଡା ଦଳ ବିଜୟୀ ହୋଇଥିଲା l ଦ୍ୱିତୀୟ ମ୍ୟାଚ ମଧ୍ୟ ସେହିପରି ପେନାଲଟିକ ସୁଟ ଜରିଆରେ ସୀତାପଡି ବନାମ ସୁଣ୍ଡରୁମିଲା ମଧ୍ୟରେ ଅନୁଷ୍ଠିତ ହୋଇ ୩-୨ ଗୋଲ ରେ ସୁଣ୍ଡରୁମିଲା ଦଳ ବିଜୟୀ ହୋଇଥିଲା l ଏଥିରେ ରେଫେରୀ ଭାବେ ଶମ୍ଭୁନାଥ ମଲିକ, ତ୍ରିନାଥ ମଲିକ, ଟାର୍ଜନ ଦିଗାଳ, ଓ ସଞ୍ଜୟ ବେହେରା ଉପସ୍ଥିତ ରହି ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଇଲିଆସ ଦିଗାଳ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ସୂର୍ଯ୍ୟ ନାରାୟଣ ସୁଆର, ସୌମ୍ୟ ରଞ୍ଜନ ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଶନିବାର ର ପ୍ରଥମ ମ୍ୟାଚ ଡୋପାସାହି ସହ ସିନ୍ଦ୍ରିଗାଁ ଏବଂ ଦ୍ୱିତୀୟ ମ୍ୟାଚ ବାଲିସୁଗା ସହ ପାକୁଲଦା ଗ୍ରାମର ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଙ୍କ ନିଗମ ସାମାଜିକ ଦାୟିତ୍ୱରେ ଟି-୧୦ କ୍ରିକେଟ୍ ପ୍ରତିଯୋଗିତା: ବଡ଼ବିଲ ପୋଲିସ ଦଳ ଚ୍ୟାମ୍ପିୟନ୍

Sunil Chandra Nayak

2022 LPL ର ଉଦଯାପନୀ ଦିବସ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା “ଉତ୍ସାହ” ଉଦଯାପିତ

Sunil Chandra Nayak

Leave a Comment

error: Content is protected !!