ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡ଼ା ସପ୍ତାହ ପାଳନ ଉପଲକ୍ଷେ ଦୁଇଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡ଼ା ସପ୍ତାହ ପାଳନ ଉପଲକ୍ଷେ ଦୁଇଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମ

ରାଉରକେଲା : ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ କ୍ରୀଡ଼ା ସପ୍ତାହ ପାଳନ ଉପଲକ୍ଷେ ଦୁଇଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ମାର୍ଗଦର୍ଶନ ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀ କ୍ୟାପ୍‌ଟେନ୍‌ ମୀନା ଦାସଙ୍କ ନେତୃତ୍ବରେ ଏହି ଉପଲକ୍ଷେ ତିନୋଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦୌଡ଼ି ଟଣା ବା ଟଗ୍‌ ଅଫ୍‌ ୱାର , ରସି ଡିଆଁ ବା ସ୍କିପିଙ୍ଗ୍‌ ଏବଂ ଶାରୀରିକ ବ୍ୟାୟାମ ବା ପ୍ଲାଙ୍କ୍‌ ଚ୍ୟାଲେଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଭାଗ ନେଇ ସେମାନଙ୍କର କ୍ରୀଡ଼ା ନୈପୂଣ୍ୟତା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ଉଦ୍‌ଯାପନୀ ଅବସରରେ ସରକାରୀ ନିର୍ଦ୍ଦେଶାବଳୀ ମୁତାବକ ଫିଟ୍‌ ଇଣ୍ଡିଆ ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ବତନ୍ତ୍ର ଅତିଥିଭାବେ ପାନପୋଷ କ୍ରୀଡ଼ା ଛାତ୍ରାବାସର ବରିଷ୍ଠ ପ୍ରଶିକ୍ଷକ କ୍ୟାପ୍‌ଟେନ୍‌ ବି ଜେ କାରିଆପ୍ପା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ାର ଆବଶ୍ୟକତା ଏବଂ ବିଶେଷତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଫେସର ଡ. ବେହେରା କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ଦୁଇଦିନ ଧରି ଆୟୋଜିତ ପ୍ରତିଯୋଗିତାର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିବା ସହ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ ଓ ପରିଚାଳନାରେ ମହାବିଦ୍ୟାଳୟ କ୍ରୀଡ଼ା ସଂସଦର ଉପଦେଷ୍ଟା ଅଧ୍ୟାପକ ସମୀର ସୌରଭ ପୃଷ୍ଟିଙ୍କ ସମେତ ଅଧ୍ୟାପିକା ରାମେଶ୍ବରୀ ଭୋଇ ପ୍ରମୁଖଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ସକ୍ରୀୟ ସହଯୋଗ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଯଥା ଯୁକ୍ତ ଦୁଇ ସହିତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ଆଗ୍ରହ ଏବଂ ଉତ୍ସାହର ସହିତ ଯୋଗଦେବା ସହ ଫିଟ୍‌ ଇଣ୍ଡିଆ ଶପଥ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଟେନିସ କ୍ରିକେଟ ଦଳରେ ନବରଙ୍ଗପୁର ଜିଲ୍ଲାରୁ ତିନି ଖେଳାଳି

masiha

IDCA 6th One-Day National Zonal Cricket Championship for Deaf concludes with felicitation ceremony,North Zone declared as winner while West Zone bagged the runner-up position.

masiha

ସହଦେଵ ମେମୋରିଆଲ ଗ୍ରାମ୍ୟ ସ୍ଥରୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!