ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାରଙ୍ଗ ଧର ହାଇସ୍କୁଲ ର ଦୁଇ ଛାତ୍ରୀ କି୍କ ବକ୍ସିଙ୍ଗ ରେ ଆଣିଲେ ସଫଳତା

କାମାକ୍ଷାନଗର (ମ ନି ସ )୨୩/୧୨/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ର ସାରଙ୍ଗଧର ହାଇସ୍କୁଲ ର ଦୁଇ ଛାତ୍ରୀ ଆଣିଲେ ସଫଳତା l ଟାଇକନ କି୍କ ବକ୍ସିଙ୍ଗ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ସମଗ୍ର ରାଜ୍ୟ ରୁ ପ୍ରତିଯୋଗୀ ମାନେ ଭାଗ ନେଇ ଥିଲେ ସେଥି ମଧ୍ୟରୁ କାମାକ୍ଷାନଗର ଦୁଇ ଛାତ୍ରୀ ଗୌରବ ଅର୍ଜନ କରିଛନ୍ତି lସେମାନେ ହେଲ ଅଷ୍ଟମ ଶ୍ରେଣୀ ଛାତ୍ରୀ ରୀନାଜ ଅବସା ପରବିନ ଗୋଲଡ଼ ମେଡାଲ,ନବମ ଶ୍ରେଣୀ ଛାତ୍ରୀ ବୁଷୁରା ହୀରମ ପରବିନ ସିଲିଭର ମେଡାଲ, ମିଶ୍ରିଲାଲ ମୋଡେଲ ସ୍କୁଲ ର ସନ୍ୱିତ ମିଶ୍ର, ସ୍ଵସ୍ଥିକ ପ୍ରିୟଦର୍ଶିନୀ ଗୋଲଡ଼ ମେଡାଲ ପଦକ ହାସଲ କରିଛନ୍ତି l ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ର ସତ୍ୟମ ରାଉତ ସାଇ ସ୍ୱସ୍ତିକ ନାୟକ ,ବ୍ରୋଞ୍ଚ ପଦକ ପାଇଛନ୍ତି l ଭୁବନ ହାଇସ୍କୁଲ ର ଯୋଗେନ୍ଦ୍ର ଦାଶ ଗୋଲଡ଼ ମେଡାଲ , ଭୁବନ ବାଜିରାଉତ କଲେଜ ର ସ୍ଥିତି ପ୍ରଜ୍ଞ୍ୟା ସାହୁ ସିଲଭର ପଦକ , ଢେଙ୍କାନାଳ ସାଇ କୃପା କଲେଜ ର ମଣ୍ଟୁ ସାହୁ ଗୋଲଡ଼ ପଦକ ପାଇଥିବା ବେଳେ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ର ସାଇ ସ୍ୱସ୍ତିକ ହୋତା ବ୍ରୋଞ୍ଚ ପଦକ ହାସଲ କରିଛନ୍ତି lତାଙ୍କର ଏ ସଫଳତାକୁ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପ୍ରଶଂସା କରିଛନ୍ତି l ତାଙ୍କ ର ସମସ୍ତ ସଫଳତା କୁ ସେ ନିଜ ବାପା ମା ଙ୍କ ସଫଳତା ବୋଲି କହିଛନ୍ତି ଓ ଆଗାମୀ ଦିନ ରେ କିପରି ନିଜ ଜିଲ୍ଲା ନିଜ ଦେଶ ର ନାମ ରଖିବେ ଓ ଏଥି ନିମନ୍ତେ ଆଗାମୀ ଦିନରେଏହି ପରି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

Sunil Chandra Nayak

୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ

masiha

ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ଏ.ପି.ଏଲ ମ୍ୟାଚ

masiha

Leave a Comment

error: Content is protected !!