ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳ ରେ ଗତ କିଛି ମାସ ପୂର୍ବରୁ ବଣୁଆ ହାତୀ ଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା । ଗତ ୨୨ ତାରିଖ ରେ ୩୦ ରୁ ଉର୍ଦ୍ଧ ବଣୁଆ ହାତୀ ଛତିଶଗଡ ର ବୋରେଇ ଓ ସିହବା ଜଙ୍ଗଲ ରାସ୍ତା ମଧ୍ୟରେ ବୁଲୁଥିବା ଦେଖି ସେଠାର ବନ ବିଭାଗର କର୍ମଚାରୀ ବଣୁଆ ହାତୀ କୁ ଘୋଉଡ଼ାଇବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିଥିବା ଜଣାପଡିଛି l ସେହି ଦିନ ପରେ ଓଡ଼ିଶା ଭିତରକୁ ପଶି ଥିବା ସନ୍ଦେହ କରାଯାଉଛି କୁନ୍ଦେଇ ଠାରୁ ଛତିଶଗଡ ସୀମାନ୍ତ ୩ କିମି ହୋଇଥିବାରୁ ବଣୁଆ ହାତୀ ଓଡ଼ିଶା ଭିତରକୁ ପୋଷିବା ଅତି ଶିଘ୍ର ଓ ଅନେକ ରାସ୍ତା ରହିଥିବାରୁ ବଣୁଆ ହାତୀ ସୁବିଧାରେ ପଶି ଥିବା ସନ୍ଦେହ କରାଯାଉଛି । ଗତ ବର୍ଷ ଓଡ଼ିଶା ବନ ବିଭାଗର କର୍ମଚାରୀ ହାତୀ ପୋଲ କୁ ଛତିଶଗଡ କୁ ଘୋଉଡ଼ାଇବା ବେଳେ ଛତିଶଗଡ ବନ ବିଭାଗର କର୍ମଚାରୀ ହାତୀ ପୋଲ କୁ ଓଡ଼ିଶା ଭିତରକୁ ଘୋଡାଇବା ବ୍ୟବସ୍ଥା କରିଥିଲେ l କିନ୍ତୁ ପ୍ରକୁତରେ ବଣୁଆ ହାତୀ କେଉଁ ଠାରୁ ଆସିଛି କିପରି ସେହି ସ୍ଥାନକୁ ପଠା ଯାଇପାରିବ ତାହାର ବାଟ ନୋ କାଢି ଦୁଇ ରାଜ୍ୟ ର ମଧ୍ୟରେ ଏକ ପ୍ରକାର ଖେଳିଲା ଭଳି କାର୍ଯ କରି ଏକ ଜୀବନ ଯାଇଥିବା ଜଣାପଡିଛି l ଶୁକ୍ରବାର ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରଣ୍ଡି ପଂଚାୟତ ଶିଉନାପାଲି ଗ୍ରାମ ରେ କିଛି ହାତୀ ପଶି ଆସିଥିଲେ । କୁଡିଆ ଘର ଭିତରେ ସୋଇଥିବା ସମୟ ରେ କେଜୁ ଗଣ୍ଡ ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧ ଙ୍କ ଶୁଣ୍ଢରେ ଘରୁ ଟାଣି ନେଇ ଦଳି ଦେଇ ଥିବା ରୁ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି l ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଓଡିଶା ଛତିଶଗଡ ସୀମାନ୍ତ ଏହି ଗାଁକୁ ପ୍ରାୟ ୩୦ ରୁ ଉର୍ଦ୍ଧ ଛତିଶଗଡ଼ ସୀମାବର୍ତୀ ଅଂଚଳ ରୁ ବଣୁଆ ହାତୀ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ଏଥି ସହ ନିଆଁ ଓ ବାଜା ବଜାଇ ଗ୍ରାମବାସୀ ବଣୁଆ ହାତୀ କୁ ଘୋଉଡ଼ାଇ ଥିବା ବେଳେ ରାଇଘର ବନାଧିଶ ଅଧିକାରୀ ତନୁଜା କାର୍ତିକ ପଚାରିବାରୁ draive କରିବା ସମୟରେ ୮ ରୁ ୧୦ ଗୋଟି ହାତୀ ଆସିଥିବା ସନ୍ଦେହ କରାଯାଉଛି । ଶନିବାର ମୃତ ଖବର କୁନ୍ଦେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ଙ୍କ ମୃତଦେହ ଜବତ କରିଛି । ଅନ୍ୟ ପକ୍ଷରେ ବନ ବିଭାଗ କର୍ମଚାରୀ ପହଞ୍ଚି ବଣୁଆ ହାତୀ କେଉଁ ପଟେ ଯାଇଛି ଅନୁଧ୍ୟାନ କରୁଛି ।
previous post