ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଅଞ୍ଚଳ ରେ ବଣୁଆ ହାତୀ ଆତଙ୍କ ଜଣେ ମୃତ

ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳ ରେ ଗତ କିଛି ମାସ ପୂର୍ବରୁ ବଣୁଆ ହାତୀ ଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା । ଗତ ୨୨ ତାରିଖ ରେ ୩୦ ରୁ ଉର୍ଦ୍ଧ ବଣୁଆ ହାତୀ ଛତିଶଗଡ ର ବୋରେଇ ଓ ସିହବା ଜଙ୍ଗଲ ରାସ୍ତା ମଧ୍ୟରେ ବୁଲୁଥିବା ଦେଖି ସେଠାର ବନ ବିଭାଗର କର୍ମଚାରୀ ବଣୁଆ ହାତୀ କୁ ଘୋଉଡ଼ାଇବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିଥିବା ଜଣାପଡିଛି l ସେହି ଦିନ ପରେ ଓଡ଼ିଶା ଭିତରକୁ ପଶି ଥିବା ସନ୍ଦେହ କରାଯାଉଛି କୁନ୍ଦେଇ ଠାରୁ ଛତିଶଗଡ ସୀମାନ୍ତ ୩ କିମି ହୋଇଥିବାରୁ ବଣୁଆ ହାତୀ ଓଡ଼ିଶା ଭିତରକୁ ପୋଷିବା ଅତି ଶିଘ୍ର ଓ ଅନେକ ରାସ୍ତା ରହିଥିବାରୁ ବଣୁଆ ହାତୀ ସୁବିଧାରେ ପଶି ଥିବା ସନ୍ଦେହ କରାଯାଉଛି । ଗତ ବର୍ଷ ଓଡ଼ିଶା ବନ ବିଭାଗର କର୍ମଚାରୀ ହାତୀ ପୋଲ କୁ ଛତିଶଗଡ କୁ ଘୋଉଡ଼ାଇବା ବେଳେ ଛତିଶଗଡ ବନ ବିଭାଗର କର୍ମଚାରୀ ହାତୀ ପୋଲ କୁ ଓଡ଼ିଶା ଭିତରକୁ ଘୋଡାଇବା ବ୍ୟବସ୍ଥା କରିଥିଲେ l କିନ୍ତୁ ପ୍ରକୁତରେ ବଣୁଆ ହାତୀ କେଉଁ ଠାରୁ ଆସିଛି କିପରି ସେହି ସ୍ଥାନକୁ ପଠା ଯାଇପାରିବ ତାହାର ବାଟ ନୋ କାଢି ଦୁଇ ରାଜ୍ୟ ର ମଧ୍ୟରେ ଏକ ପ୍ରକାର ଖେଳିଲା ଭଳି କାର୍ଯ କରି ଏକ ଜୀବନ ଯାଇଥିବା ଜଣାପଡିଛି l ଶୁକ୍ରବାର ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରଣ୍ଡି ପଂଚାୟତ ଶିଉନାପାଲି ଗ୍ରାମ ରେ କିଛି ହାତୀ ପଶି ଆସିଥିଲେ । କୁଡିଆ ଘର ଭିତରେ ସୋଇଥିବା ସମୟ ରେ କେଜୁ ଗଣ୍ଡ ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧ ଙ୍କ ଶୁଣ୍ଢରେ ଘରୁ ଟାଣି ନେଇ ଦଳି ଦେଇ ଥିବା ରୁ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି l ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଓଡିଶା ଛତିଶଗଡ ସୀମାନ୍ତ ଏହି ଗାଁକୁ ପ୍ରାୟ ୩୦ ରୁ ଉର୍ଦ୍ଧ ଛତିଶଗଡ଼ ସୀମାବର୍ତୀ ଅଂଚଳ ରୁ ବଣୁଆ ହାତୀ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ଏଥି ସହ ନିଆଁ ଓ ବାଜା ବଜାଇ ଗ୍ରାମବାସୀ ବଣୁଆ ହାତୀ କୁ ଘୋଉଡ଼ାଇ ଥିବା ବେଳେ ରାଇଘର ବନାଧିଶ ଅଧିକାରୀ ତନୁଜା କାର୍ତିକ ପଚାରିବାରୁ draive କରିବା ସମୟରେ ୮ ରୁ ୧୦ ଗୋଟି ହାତୀ ଆସିଥିବା ସନ୍ଦେହ କରାଯାଉଛି । ଶନିବାର ମୃତ ଖବର କୁନ୍ଦେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ଙ୍କ ମୃତଦେହ ଜବତ କରିଛି । ଅନ୍ୟ ପକ୍ଷରେ ବନ ବିଭାଗ କର୍ମଚାରୀ ପହଞ୍ଚି ବଣୁଆ ହାତୀ କେଉଁ ପଟେ ଯାଇଛି ଅନୁଧ୍ୟାନ କରୁଛି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପ୍ରଥମ ଘଟଣା, ଅଵସର ଦିନ ଫାଇନାଲ ପେନସନ ଗ୍ରହଣ କଲେ ପ୍ରଧାନ ଶିକ୍ଷକ

Sunil Chandra Nayak

ରାୟଗଡ଼ା ସ୍ୱଳ୍ପ ସଞ୍ଚୟ ସଂସ୍ଥା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

କୋଣାର୍କ ସ୍ପିନିଂ ମିଲ୍ ପୁନରୁଦ୍ଧାର ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲା ସାଇନିଂ କଳାହାଣ୍ଡି

Sunil Chandra Nayak

Leave a Comment

error: Content is protected !!