ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସାଲେଭଟା ଗ୍ରାମ ଠାରେ ପଣ୍ଡରା ମାଳି ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ପରମାନନ୍ଦ ନାୟକ ସଭାପତିତ୍ୱ କରିଥିଲେ l ବୈଠକ ରେ ସମାଜରେ ନାରୀଶିକ୍ଷା, କୁ ସଂସ୍କାର, ଉପରେ ଆଲୋଚନା କରି ସମାଜ କିପରି ସବୁ ଦିଗରେ ଆଗେଇଵ ସେଥିପାଇଁ ଏକ ପୂର୍ଣ୍ଣାଙ୍ଗ କମିଟି ସର୍ବସମ୍ମତି କ୍ରମେ ” ପଣ୍ଡରା ମାଳି ସମାଜ ସେବା ସଙ୍ଘ “ଗଠନ କରାଯାଇଥିଲା l ଉକ୍ତ ସେବାସଙ୍ଘ ର ସଭାପତି ରୂପେ ଅଧୀରାଜ ନାୟକ, ଉପ ସଭାପତି ବିଜୟ ବୋଡ଼କିଆ, ସମ୍ପାଦକ ଦିବାକର ନାୟକ, ସହ ସମ୍ପାଦକ ବାସୁଦେବ ଟୋଲଟିଆ, କୋଷାଧକ୍ଷ ଉଗ୍ରେସନ ମାଳି, ସଂଚଳକ ଯତୀନ୍ଦ୍ର କୁମାର ନାୟକ,ଚଲାନ ନିରଞ୍ଜନ ପାରି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ବୈଠକ କୁ ଡମ୍ବରୁଧର ନାୟକ, କାର୍ତିକ ମାଳି, ମହେନ୍ଦ୍ର ନାୟକ, ବିଶ୍ୱମ୍ବର ନାୟକ, କଣ୍ଠେଶ୍ଵର ନାୟକ, ଗିରିଧାରୀ ନାୟକ, ସୋମନାଥ ନାୟକ, ଅନନ୍ତ ମଶ୍ରା, ପୁରୁଷୋତ୍ତମ ମାଳି, ଲଖଣ ନାୟକ, ପ୍ରମୁଖ ସହଯୋଗ କରିଥିଲେ l
previous post
next post