ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ଓ ସହାୟିକାଙ୍କ ଗଣଧାରଣା 

ପାଚିକା ଓ ସହାୟିକାଙ୍କ ଗଣଧାରଣା 

ନର୍ଲା(ମନିସ )ମଧ୍ୟାହ୍ନ ଭୋଜନ ପାଚିକାଙ୍କୁ ସରକାରୀ ମାନ୍ୟତା ଓ ନ୍ୟାର୍ଯ୍ୟ ଦାବିରେ ନିଖିଳ ଓଡ଼ିଶା ଏମ ଡି ଏମ ପାଚିକା ଓ ସହାୟିକା ସଂଘ ପକ୍ଷରୁ ଗଣଧାରଣା ଦିଆଯାଇଛି। ନର୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠକ ଜନବାଦୀ ଗଉଡଙ୍କ ନେତୃତ୍ବରେ ସଂଘର ସଭାନେତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ, ସଂପାଦିକା ସୁଶିଲା ଭୋଇ, ଶ୍ରମିକ ନେତା ନରସିଂହ ଥାପାଙ୍କ ଉପସ୍ଥିତିରେ ଏମ ଡି ଏମ ପାଚିକା ଓ ସହାୟିକାମାନେ ଏହି ଗଣଧାରଣା ଦେଇଥିଲେ।୧୮ ଗୋଟି ଦାବୀ ସମୂହକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନର୍ଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ବି ଇ ଓ ଙ୍କ କାର୍ଯ୍ୟାଳୟରେ ସେକ୍ସନ ଅଫିସର ଗଣେଶ ପୁଝାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି। ଦାବି ଅନୁସାରେ ସେପ୍ଟେମ୍ବର ୨୦୨୩ ଆନ୍ଦୋଳନ ସମୟରେ ପ୍ରତିଶୃତି ଅନୁସାରେ ଭତ୍ତା ବୃଦ୍ଧି କରାଯିବା, ପାଚିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ମାସିକ ୨୬୦୦ ଟଙ୍କା ପ୍ରଦାନ କରିବା ,କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ୨୦୨୦ କୁ ବାତିଲ କରିବା , ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୪ ମାସର ବକେୟା ଭତ୍ତା ତୁରନ୍ତ ପ୍ରଦାନ କରାଯାଉ ବୋଲି ସହାୟିକା ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠକ ଜନବାଦୀ ଗଉଡ, ଜଳନ୍ଧର ମାଝୀ, ଜିଲ୍ଲା ସଭାପତି ଅକ୍ଷୟ ମେହେର, ପାଚିକା କ୍ଷୀରଦେଇ ବାଗ, ଶାନ୍ତି ଲତା ଗଡତିଆ,ରୁକ୍ମିଣୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ମସୀହା ପ୍ରତିନିଧି

Related posts

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

masiha

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!