ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କଂଗ୍ରେସ ଦଳ ମିଳିତ ଆନୁକୁଲ୍ୟରେ ଦେଶ ବ୍ୟାପୀ ଭାରତ ବନ୍ଦ ସଫଳ 

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କଂଗ୍ରେସ ଦଳ ମିଳିତ ଆନୁକୁଲ୍ୟରେ ଦେଶ ବ୍ୟାପୀ ଭାରତ ବନ୍ଦ ସଫଳ 

ଡାବୁଗାଁ, ୧୬/୨ (ମ.ନି.ସ.)- କେନ୍ଦ୍ର ସରକାର ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ଵଂସକାରୀ ନୀତି ଗୁଡିକ ବିରୁଦ୍ଧରେ ଆଜି ସକାଳ ୬ ଘ. ରୁ ଦେଶ ବ୍ୟାପୀ ହରତାଳ/ଧର୍ମଘଟ/ଗ୍ରାମୀଣ ଭାରତ ବନ୍ଦ କୁ ସଫଳ କରିବା ନିମନ୍ତେ ନିବେଦନ ଲିଫ ଲେଟ୍ ଗୁରୁବାର ସନ୍ଧ୍ୟା ସମୟରେ ସମସ୍ତ ଦୋକାନ ବଜାରରେ ବଣ୍ଟାଯାଇଥିଲା l ଶୁକ୍ରବାର ଡାବୁଗାଁ ବଜାର ରେ ଭାରତ ବନ୍ଦ ପାଳିତ ହୋଇଯାଇଛି l ଗାଡି ମୋଟର, ଦୋକାନ ବଜାର ବନ୍ଦ ଥିବାବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା l ରାଜ୍ୟ ରାଜପଥ – ୩୯ କୁ ବ୍ୟାନର ବାନ୍ଧି ରାସ୍ତା ଉପରେ ବସି ରାସ୍ତା ଅବରୋଧ କରି ଧର୍ମଘଟ କରିଥିଲେ l ଉକ୍ତ ଧର୍ମଘଟ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କର ମିଳିତ ମଞ୍ଚ ଜିଲ୍ଲା ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକ ମହାସଂଘ, ସି ଆଇ ଟି ୟୁ, ଆଇ ଏନ ଟି ୟୁ ସି, ଏ ଆଇ ଟି ୟୁ ସି,ଏବଂ ସ୍ଵାଧୀନ ଟ୍ରେଡ଼ ୟୁନିଅନ ସମୂହ ଙ୍କ ସହ କଂଗ୍ରେସ ଦଳ ସାମିଲ ହୋଇ ମିଳିତ ଧର୍ମଘଟ କରିବାରୁ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ଅଟକି ରହିଥିଲା l ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା ଙ୍କ ସହ ପୋଲିସ କର୍ମଚାରୀ, ହୋମଗାର୍ଡ ମୁତୟନ କରାଯାଇ ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରହିଥିଲା | ନିତ୍ୟ ବ୍ୟବହୃତ ଜିନିଷ ର ଅହେତୁକ ଦର ଦାମ ବୃଦ୍ଧି ରୋକିବା ଭଳି ଗ୍ୟାସ, ତୈଳ ର ମୂଲ୍ୟ ବୃଦ୍ଧି ଯୋଗୁଁ ବହୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ନେଇ, ବିଭିନ୍ନ ସମସ୍ୟା ନେଇ ଆଜିର ଧର୍ମଘଟ କରାଯାଇ କେନ୍ଦ୍ରସରକାର ଙ୍କୁ ଚେତାବନୀ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ରାଜେଶ ଜାନି, କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ପାପନା ରେଲି, ତରଣୀ ରେଲି, କଂଗ୍ରେସ ବ୍ଳକ ସଭାପତି ଜି. ସାଇ ରାଜୁ, ଜୋନ-୧ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ଶଶିଧର ମାଝୀ ପ୍ରମୂଖ ବହୁ ଜନସାଧାରଣ ସାହାଯ୍ୟ ସହଯୋଗ କରି ଆଜିର ଧର୍ମଘଟ କୁ ସଫଳ ରୂପାୟନ କରିଥିଲେ l ଏହି ଧର୍ମଘଟ ସକାଳ ୬ଘ. ରୁ ଆରମ୍ଭ ହୋଇ ଅପରାହ୍ନ ୨ ଘ. ରେ ଶେଷ ହୋଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସି ଆଇ ଟି ୟୁ ର ୫୪ତମ ପ୍ରତିଷ୍ଠା ଦିବସ ପାଳିତ ,- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ବାନ

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

masiha

ଧର୍ମଗଡ ରେ ଉପଖଣ୍ଡ ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!