ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଂକ୍ଷିତ ଜଙ୍ଗଲ ରୁ ନିଖୋଜ ବୃଦ୍ଧ ଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ଅନୁମାନ

କାମାକ୍ଷାନଗର (ମନିସ )6/8/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମ ନିକଟସ୍ଥ ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲ ରୁ ନିଖୋଜ ବୃଦ୍ଧ ଙ୍କ କଙ୍କାଳ ଠାବ ହୋଇଛି |ମୃତକ ହେଲେ ବାଲିପଶି ଗ୍ରାମର ବେଣୁଧର ସାହୁ |ସେ ଗତ ଜୁଲାଇ ୭ତାରିଖ ରେ କଙ୍କିଳି ଗ୍ରାମକୁ ଟୋଲ ମଞ୍ଜି ପେଡିବାକୁ ଆସି ନିଖୋଜ ଥିଲେ |ତେବେ ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ |ତେବେ ଆଜି ସକାଳେ କଙ୍କିଳି ଗ୍ରାମର କିଛି ଲୋକ ଛତୁ ଖୋଜିବାକୁ ଗାଁ ନିକଟସ୍ଥ ସରଂକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ,ଜଙ୍ଗଲ ଭିତରେ ଏକ କଙ୍କାଳ ପଡ଼ିଥିବା ଦେଖିବା ପରେ ନିଖୋଜ କଙ୍କ ପରିବାର କୁ ଖବର ଦେଇଥିଲେ |ଖବର ପାଇ ମୃତକଙ୍କ ପରିବାର ଘଟଣା ସ୍ଥଳକୁ ଯାଇ ନିଖୋଜ ଙ୍କ ପୋଷାକ ଚିହ୍ନଟ କରିବା ସହ,ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ପରଜଙ୍ଗ ପୋଲିସ ଓ ମୁକ୍ତାପଶି ବନବିଭାଗ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛନ୍ତି |ସେପଟେ ହାତୀ ଆକ୍ରମଣ ରେ ନିଖୋଜ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଅନୁଆମନ କରାଯାଉଥିବା ବେଳେ, କ୍ଷତିପୂରଣ ପାଇଁ ଦାବି କରିଛନ୍ତି ପରିବାର ଲୋକ |

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ସ୍ବାମୀ ବିବେକାନନ୍ଦ ଲୋକସଂସଦ ପକ୍ଷରୁ ଜାତୀୟ ଯୁବଦିବସ ପାଳିତ.

masiha

ଗ୍ରାମ ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!