ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇକୋରିଟ୍ରିଟରେ କୋଟିଏ ଟଙ୍କାର ସ୍କାମ୍, ପୁରୁଣା ରାସ୍ତା ଓ ବହ୍ଲାକୁ ନୂଆ ଦର୍ଶାଇ ଯନ୍ତ୍ରୀ ଠିକାଦାର ନେତା ମାଲେମାଲ

ଇକୋରିଟ୍ରିଟରେ କୋଟିଏ ଟଙ୍କାର ସ୍କାମ୍, ପୁରୁଣା ରାସ୍ତା ଓ ବହ୍ଲାକୁ ନୂଆ ଦର୍ଶାଇ ଯନ୍ତ୍ରୀ ଠିକାଦାର ନେତା ମାଲେମାଲ

ରାଜନଗର -22.3.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ପ୍ରତିବର୍ଷ ପରି ଚଳିତ ଵର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋରିଟ୍ରିଟର ଅସ୍ଥାୟୀ କ୍ୟାମ୍ପ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥିଲା। ହେଲେ ସରକାରଙ୍କର ଲାଭ ହୋଇଥାଉ କି ନ ହେଉ ନେତା ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଥିରୁ ପ୍ରାୟ ପାଖା ପାଖି କୋଟିଏ ଟଙ୍କାର ସ୍କାମ ଏଵେ ଯନ୍ତ୍ରୀ ନିଜେ ଵିଲ ପ୍ରସ୍ତୁତ କରିଥିବା ନେଇ ଅଭିଯୋଗ ହେଉଛି। ପୁନଶ୍ଚ ସ୍ଥାନୀୟ ବାସିନ୍ଦା ଅଭିଯୋଗ କାରୀ କହିଛନ୍ତି, ପେଣ୍ଠ ସମୁଦ୍ର ବେଳାଭୂମିରେ ଇକୋରିଟ୍ରିଟରେ ଗତବର୍ଷ ମୋରମ ପଡି ରାସ୍ତା ନିର୍ମାଣ ହୋଇଥିଲା, ମାତ୍ର ଵିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଚଳିତବର୍ଷ ଇକୋରିଟ୍ରିଟରେ ସେହି ପୁରୁଣା ରାସ୍ତାକୁ ନୂଆ ରାସ୍ତା ଦର୍ଶାଇ ଅଧିକ ବିଲକରି ହଡପ କରିବା ମସୁଧାର ଅଭିଯୋଗ ଚର୍ଚ୍ଚା ଯୋର ଧରିଲାଣି, କେଵଳ ସେତିକି ନୁହେଁ ଗତଵର୍ଷର ପୁରୁଣା କାଠ ଵହ୍ଲା ସହିତ ଚଳିତ ବର୍ଷର ଅଳ୍ପ କିଛି ନୂଆ ଵହ୍ଲା ମିଶାଇ କାର୍ଯ୍ୟରେ ଲଗାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅତ୍ୟଧିକ ନୂତନ ବହ୍ଲା ଲାଗିଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ବିଲ କରି ଆତ୍ମସାତ କରିଥିବା ସ୍ଥାନୀୟ ବାସିନ୍ଦା ଶ୍ରୀ ବେନୁ ପ୍ରଧାନ, ବିଷ୍ଣୁ ପ୍ରଧାନ, ନିରାକାର ଜେନା, ରଞ୍ଜନ ଵେହେରା ,ଭାଗବତ ପରିଡା ଵିଷ୍ଣୁ ପ୍ରଧାନ, ତ୍ରୀଲୋଚନ ଦାସ, ରଵି ଵିଶ୍ବାଳ, ହେମନ୍ତ ଵେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାକୁ ଖୋଳତାଢ କରି ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରୀ ଅନେକ ମିଥ୍ୟା ସରଞ୍ଜାମ ଉପରେ ହୋଇଥିବା ବିଲ୍ ର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ମତପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ପ୍ରକୃତି ମିତ୍ର ସମ୍ମାନ

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ

masiha

Leave a Comment

error: Content is protected !!