ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

ଢେ଼ଙ୍କାନାଳ(ମ ସୀ ହା)୦୬/୦୮_ଆଜି ଓଡ଼ାପଡ଼ା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ସମ୍ବଳିତ ଦାବିପତ୍ର ଓଡ଼ାପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିବା ଜଣାପଡିଛି । ଓଡ଼ାପଡ଼ା ଶିକ୍ଷକ ସଂଘ ସଭାପତି ବିଭୂତି ଭୂଷଣ ଦାସଙ୍କ ନେତୃତ୍ବରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ୩ ଦଫା ଦାବି ନେଇ ଏକ ଲିଖିତ ଦାଵିପତ୍ର ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର କାଲୋ ଙ୍କୁ ପ୍ରଦାନକରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘ ଉପସଭାପତି ବିରଞ୍ଚିନାରାୟଣ ଦାସ,ଓଡ଼ାପଡ଼ା ବ୍ଲକ ଶିକ୍ଷକ ସଂଘର ବୈକୁଣ୍ଠ ନାଥ ମହାକୁଡ଼,ଦିଵ୍ୟସ୍ପତି ଭଞ୍ଜ, ଅଜିତ ଦାସ,ରଂଜନ ବେହେରା,ସନ୍ଦିପ୍ତ ନାୟକ,ରୁଦ୍ରମଣୀ ସାମିଲ, ସଚିନ୍ କୁମାର ନାୟକ, ମହେଶ୍ୱର ପ୍ରଧାନ ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଶିବମ୍ କୁମାର ସିଂ ଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ 

Sunil Chandra Nayak

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

masiha

ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!