ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

ଢେ଼ଙ୍କାନାଳ(ମ ସୀ ହା)୦୬/୦୮_ଆଜି ଓଡ଼ାପଡ଼ା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ସମ୍ବଳିତ ଦାବିପତ୍ର ଓଡ଼ାପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିବା ଜଣାପଡିଛି । ଓଡ଼ାପଡ଼ା ଶିକ୍ଷକ ସଂଘ ସଭାପତି ବିଭୂତି ଭୂଷଣ ଦାସଙ୍କ ନେତୃତ୍ବରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଓଡାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ୩ ଦଫା ଦାବି ନେଇ ଏକ ଲିଖିତ ଦାଵିପତ୍ର ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର କାଲୋ ଙ୍କୁ ପ୍ରଦାନକରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘ ଉପସଭାପତି ବିରଞ୍ଚିନାରାୟଣ ଦାସ,ଓଡ଼ାପଡ଼ା ବ୍ଲକ ଶିକ୍ଷକ ସଂଘର ବୈକୁଣ୍ଠ ନାଥ ମହାକୁଡ଼,ଦିଵ୍ୟସ୍ପତି ଭଞ୍ଜ, ଅଜିତ ଦାସ,ରଂଜନ ବେହେରା,ସନ୍ଦିପ୍ତ ନାୟକ,ରୁଦ୍ରମଣୀ ସାମିଲ, ସଚିନ୍ କୁମାର ନାୟକ, ମହେଶ୍ୱର ପ୍ରଧାନ ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପୋଲିଓ ସଚେତନତା କାର୍ଯ୍ୟକ୍ରମ 

masiha

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ବିଭିନ୍ନ ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ମରାମତି ପାଇଁ ଦାବୀ

masiha

Leave a Comment

error: Content is protected !!