ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦିନିକିଆ ଭୂତତ୍ୱ ସମ୍ପର୍କୀତ ପ୍ରଦର୍ଶନୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦିନିକିଆ ଭୂତତ୍ୱ ସମ୍ପର୍କୀତ ପ୍ରଦର୍ଶନୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ରାଉରକେଲା:ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଦିନିକିଆ ଭୂତତ୍ୱ ସମ୍ପର୍କୀତ ପ୍ରଦର୍ଶନୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ୍‌ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟର ଉନ୍ନତି ନିମନ୍ତେ କାମନା କରିଥିଲେ। ଏହା ସହିତ ମହାବିଦ୍ୟାଳୟ ପକ୍ଷରୁ ନୂତନଭାବେ ସ୍ନାତକୋତ୍ତର ଶ୍ରେଣୀ ପାଇଁ ଭୂତତ୍ୱ ବିଜ୍ଞାନ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଖଣି ଖାଦାନରେ ନିଯୁକ୍ତି ସୁଯୋଗ ପାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନ ଏବଂ ବିଭାଗୀୟ ମୁଖ୍ୟ ଡ ସ୍ମୃତିସ୍ନିଗ୍ଧା ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରଦର୍ଶନୀ ମାଧ୍ୟମରେ ଭୁତତ୍ତ୍ୱ ବିଜ୍ଞାନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ ପ୍ରଦର୍ଶନୀ ପ୍ରସ୍ତୁତ କରିଥିଲେ। ଏହା ମଧ୍ୟରେ ବିଭିନ୍ନ ଖଣିଜ ପଦାର୍ଥ ଓ ଏହାର ବ୍ୟବହାର, ନଦନଦୀର ଉତ୍ପତ୍ତି ଓ ସ୍ଥିତି, ଭାରତର ଭିନ୍ନ ଭିନ୍ନ ପ୍ରକାରର ଭୂମିରୂପ ଆଦି ସମ୍ପର୍କୀତ ପ୍ରସଙ୍ଗ ମଡେଲ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହିସବୁ ମଡେଲ ପ୍ରଦର୍ଶନୀ ମଧ୍ୟରୁ ଶ୍ରେଷ୍ଠ ପାଞ୍ଚଟି ମଡେଲକୁ ବିଚାରକମାନେ ବାଛିବା ସହିତ ସେମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ବିଚାରକଭବେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ମୁଖ୍ୟ ଶିବ ପ୍ରସାଦ ମହାନ୍ତି ଏବଂ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଭୁଗୋଳ ବିଭାଗର ଅଧ୍ୟାପକ ଡ.ସନ୍ଦୀପ ଘୋଷ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଭାଗୀୟ ଅଧ୍ୟାପିକା ଡ ସାନୁପ୍ରଭା ମହାପାତ୍ର, ଶିବାନି ଲେଙ୍କା, ଭାଗ୍ୟଶ୍ରୀ ନାୟକ ଓ ଡ ଦେବାଶିଷ ସିଂହ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପ୍ରଦର୍ଶନୀ ଉଦ୍‌ଘାଟନ ସମୟରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

masiha

ସଜେଇ ହେଲାଣି ବାଣପୁର ମେଳଣ ପଡ଼ିଆ ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ପଞ୍ଚୁଦୋଳ

Sunil Chandra Nayak

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

Leave a Comment

error: Content is protected !!