ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ଦଫା ଦାବି ନେଇ ଭଂଜସେନା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଧାରଣା ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର 

୪ ଦଫା ଦାବି ନେଇ ଭଂଜସେନା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଧାରଣା ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଦାବିପତ୍ର 

      ମୟୂରଭଞ୍ଜ – ୧୨/୦୮ ( ମସିହା )ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଚାରିଗୋଟି ଉପଖଣ୍ଡ ମଧ୍ୟରୁ ଖଣିଜସମ୍ପଦ ଭରା ବାମନଘାଟି ଉପଖଣ୍ଡ ରେ ବସବାସ କରନ୍ତି ସର୍ବାଧିକ ଆଦିବାସୀ, ସର୍ବାଧିକ ରାଜସ୍ବ ସରକାରଙ୍କୁ ଏହି ଉପଖଣ୍ଡ ରୁ ହିଁ ଯାଇଥିବା ସତ୍ୱେ ମଧ୍ୟ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ମୌନବ୍ରତ ତଥା ଅପାରଗତା ଯୋଗୁଁ ସ୍ଥାନୀୟ ସାଧାରଣଜନତା ସ୍ୱାସ୍ଥ୍ୟ ଭଳି ଜରୁରୀ ମୌଳିକ ସମସ୍ୟା ପାଇବାରୁ ମଧ୍ୟ ବଞ୍ଚିତ ରହିଆସୁଛନ୍ତି |

     ସ୍ଵାସ୍ଥ୍ୟ ସେବା ସମସ୍ଯା ନେଇ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ଛାମୁଆଁ ସଂଗଠନ “ଭଞ୍ଜସେନା” ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବୀ ପତ୍ର ପ୍ରଦାନ , ବିକ୍ଷୋଭ , ବନ୍ଦ ପାଳନ ,ସମଗ୍ର ଉପଖଣ୍ଡରେ ସାଇକେଲ ରାଲି ସହିତ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବହୁ ଉପାୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ହକ କୁ ହାସଲ କରିବା ପାଇଁ ଆନ୍ଦୋଳନ ଜାରିରଖିଆସିଛି |

        ବର୍ତମାନ ପରିସ୍ଥିତି ରେ ବାମନଘାଟି ଉପଖଣ୍ଡ ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ରୁ ଜଟିଳତମ ହେବାର ଦେଖି ଆଜି ପୁନଶ୍ଚ ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ ଦଫା ଦାବି ନେଇ ବିକ୍ଷୋଭ ଓ ଧାରଣା କରାଯାଇଥିଲା ।ଦାବିଗୁଡିକୁ ହେଲା (୧) ଅଭିଜ୍ଞ ଡାକ୍ତର ,ନର୍ସ ଓ କର୍ମଚାରୀ ପଦବୀ ପୂରଣ ସହ ଅତ୍ୟାଧୁନିକ ବିଭିନ୍ନ ବିଭାଗର ଆବଶ୍ୟକୀୟ ପରୀକ୍ଷା ମେସିନ(୨)ବାମନଘାଟି ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲକୁ “ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ” ଭାବେ ପ୍ରସ୍ତୁତ କରାଯିବା (୩)ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ ରେ ମହିଳା ଓ ଶିଶୁ ଚିକିତ୍ସା ଭବନରେ ବନ୍ଦ ଥିବା ମହିଳା ଶୌଚାଳୟକୁ ତୁରନ୍ତ ଖୋଳାଯିବା (୪)ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ ରେ ଥିବା ରକ୍ତ ଭଣ୍ଡାର କୁ 24ଘଣ୍ଟା ଖୋଲରଖିବା, ରୋଗୀମାନଙ୍କୁ ଦୁର୍ବ୍ୟବହାର ନକରିବା,ଟିକେ ଟିକେ ଘଟଣାରେ ବାରିପଦା ଡାକ୍ତରଖାନାକୁ ରୁ ରେଫର ନ କରିବାଏବଂ ଅନ୍ୟାନ୍ୟ ପ୍ରମୁଖ ଦାବୀ ସମ୍ବଳିତ ଦାବିପତ୍ର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର ମାରାଣ୍ଡିଙ୍କୁ ପ୍ରଦାନ ଯାଇଥିଲା |

     ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମ ରେ ଜିଲ୍ଲା ଉପାଧ୍ୟକ୍ଷ ମହମ୍ମଦ ଅଲ୍ଲୀ ଖାନ,ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,,ଜିଲ୍ଲା ମହିଳା ସଭାନେତ୍ରୀ କନିକା ବୋଷ, ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ସନ୍ତୋଷ ଗିରି,ଜିଲ୍ଲା ଉପସଭାପତି ଇଂ ରମଜାନ ବେଗ,ଜିଲ୍ଲା ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ହେମ୍ବ୍ରମ,ଜିଲ୍ଲା ମହିଳା ଶାଖା ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ, ବାମନଘାଟି ଉପଖଣ୍ଡ ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ,ଭାଗବତ ହେମ୍ବ୍ରମ ଙ୍କ ସହିତ ଉପଖଣ୍ଡ ର ବହୁ ଯୁବଛାତ୍ର ସଂଗଠକ ମାନେ ଉପସ୍ଥିତ ଥିଲେ ଏବଂ ଯଥାଶୀଘ୍ର ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବବୋଲି ଉପଖଣ୍ଡ ଆଦିବାସୀ ଶାଖା ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ 

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

Sunil Chandra Nayak

ଚଚରାଗୁଡା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା 

masiha

Leave a Comment

error: Content is protected !!