ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଙ୍ଗାଲି ବାମ ଶାଖା କେନାଲରେ ୩୦ ଫୁଟର ଘାଇ

ରେଙ୍ଗାଲି ବାମ ଶାଖା କେନାଲରେ ୩୦ ଫୁଟର ଘାଇ

କାମାକ୍ଷାନଗର (ମନିସ )୧୨.୦୮.୨୦୨୪//ରେଙ୍ଗାଳି ବାମ କେନାଲର ଶାଖା କେନାଲରେ ୩୦ ଫୁଟର ଘାଇ ସୃଷ୍ଟିହୋଇଛି। ଦିର୍ଘ ୪ ଦିନ ହେଲା ଘାଇ ସୃଷ୍ଟିହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ। ତଳମୁଣ୍ଡର ଚାଷି ଏବେ ଚିନ୍ତାରେ ପଡିଯାଇଛନ୍ତି। କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ଦେଇ ଯାଇଥିବା ରେଙ୍ଗଳି ବାମ କେନାଲର ଶାଖାକେନାଲଟି ପ୍ରାୟ ୩୦ ଫୁଟ ଭଳି ଘାଇ ସୃଷ୍ଟିହୋଇଛି। ଘାଇ ସୃଷ୍ଟିହୋଇ ଧାନ ବିଲରେ ଏବେ ବାଲିଚର ହୋଇଯିବା ସହ ଏକର ଏକର ଧାନକ୍ଷେତ ଜଳମଗ୍ନ ହୋଇଯାଇଛି। ଫଳରେ ଚଳିତ ବର୍ଷ ବର୍ଷାର ପରିମାଣ କମ ଥିବାରୁ ଏହି କେନାଲକୁ ଭରସା କରି ଚାଷ କରିଥିବା ଚାଷି ଏବେ ଚିନ୍ତାରେ ପଡିଯାଇଛନ୍ତି। ସବୁଠାରୁ ବଡକଥା ହେଲା ଆଜିକୁ ୪ ଦିନ ଧରି କେନାଲଟି ଭାଙ୍ଗିଯାଇଥିଲେ ମଧ୍ୟ ବିଭଗ ତରଫରୁ ମରାମତି କରିବା ପାଇଁ କୋଣସି ପଦକ୍ଷେପ ନେଉନାହାଁନ୍ତି। ଫଳରେ ଏହି କେନାଲ ପାଣିକୁ ଚାହିଁ ଏବେ ଚିନ୍ତାରେ ଚାଷି। ତେଣୁ ତୁରନ୍ତ କେନାଲ ମରାମତି ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରିଙ୍କ ସହ ଯୋଗାଯୋଗ କଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାଂସଦ ଙ୍କ ଦ୍ଵାରା କେନାଲ ରାସ୍ତା ର ଭିତ୍ତପ୍ରସ୍ତର ସ୍ଥାପନ

Sunil Chandra Nayak

ପାତ୍ରୀ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ନିପା ର ବଡଦିନ ଉତ୍ସବ ପାଳନ     

masiha

Leave a Comment

error: Content is protected !!