ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେରଳ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

କେରଳ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

 ମୟୂରଭଞ୍ଜ – ୩/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ୧୯୯୫ ରେ ରାଇରଙ୍ଗପୁର ସନ୍ନିକଟ ଅଶନଵଣିଠାରେ ସ୍ଥାପିତ ଅଗ୍ରଣୀ ଆଇସିଏସଇ ( ICSE) ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ,ପ୍ରୀନସିପାଲ ଗୀତାଞ୍ଜଳି ତ୍ରିପାଠୀ, ପ୍ରାକ୍ତନ ପ୍ରିନସିପାଲ ସିନ୍ଧି ଵିଜୟନ,ଆକାଡେମିକ ଡାଇରେକ୍ଟର ଅର୍ଚ୍ଚନା ନାୟାର,ସାମାଜିକ କର୍ମୀ ତନୁଜା ମହାନ୍ତ ,ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସଦସ୍ୟ ଅରବିନ୍ଦ ଵାଗାଡିଆ ଏବଂ ମହେଶ ଶର୍ମା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଅତିଥିଗଣ ମୟୂରଭଞ୍ଜ ଜିଲ୍ଲାର ବଣଜଙ୍ଗଲ ,ନଦୀ ନାଳ ଘେରା ପଛୁଆ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଘରୋଇ ଇଂଲିଶ ମିଡିୟମ ସ୍କୁଲ ସ୍ଥାପନା କରି ଶିକ୍ଷା ବିକାଶ ପାଇଁ ପ୍ରଚେଷ୍ଟା କରିଥିବା ବ୍ୟକ୍ତିଙ୍କ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଏହି ଶିକ୍ଷା ଅନୁଷ୍ଠାନରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଆନ୍ତର୍ଜାତୀୟ,ଜାତୀୟ,ଓଡ଼ିଶାର ବହୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହୋଇ ନିଜର ଦକ୍ଷତା ପରାକାଷ୍ଠା କରି ପାରିଛନ୍ତି ।ତଦସ଼ହ ଅତିଥି ଗଣ ବିଦ୍ୟାର୍ଥୀ ମାନଙ୍କୁ ପାଠ,ଖେଳ,କୁଦ, ନୃତ୍ୟ ସବୁଥିରେ ପରାକାଷ୍ଠା ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ ।ଆଜିକାଲି ସବୁଥିରେ ନିଯୁକ୍ତିର ସୁଯୋଗ ଅଛି । ଅଭିଭାବକ ଏବଂ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା, ସ୍ବପ୍ନ ଦେଖାଇଲେ ସେମାନେ ଆଗକୁ ମାଡି ଚାଲିଲେ । କଠିନ ପରିଶ୍ରମ, ଅଧ୍ୟବସାୟ ଫଳ ନିଶ୍ଚିତ ମିଳିବ ।ପରେ ଅତିଥି ଗଣ ବାର୍ଷିକ ଉତ୍ସବ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବହୁ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଳକ ପିଆଇ ସର୍କଲ ଦୁଇ ନମ୍ବର ଜଳବିଭାଜିକା ବିଭାଗରେ କମ କାମକରି ଅର୍ଥ ହଡପ ଅଭିଯୋଗ

masiha

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

masiha

ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!