ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ଗୋଲାମୁଣ୍ଡା, ତା.୬/୪(ମ ନି ସ) : ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ରୋକିବା ତଥା ଟ୍ରାଫିକ ନିୟମ ଓ ଯାଞ୍ଚ୍ କଡ଼ାକଡ଼ି ଭାବେ ଲାଗୁ କରିବା ସହ ନାବାଳକ ଗାଡ଼ି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଏପ୍ରିଲ୍ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ କାଜୁଆଲ୍ଟି ସପ୍ତାହ ପାଳନ କରୁଛନ୍ତି। ମାତ୍ର ବାସ୍ତବରେ ଜନ ସାଧାରଣ ଟ୍ରାଫିକ ନିୟମ କୁ ନେଇ ସଚେତନ ନ ଥିବାରୁ ଦୁର୍ଘଟଣା ଜନିତ ମୃତ୍ୟୁହାର ଅନେକ ମାତ୍ରାରେ ବୃଦ୍ଧି ପାଇଛି । ସେଥିପାଇଁ ଯୁବ ପିଢ଼ି ବିଶେଷ ଭାବେ ୧୮ ବର୍ଷରୁ କମ୍ ବୟସର ପିଲାମାନେ ସଚେତନ ହେବା ଆବଶ୍ୟକ ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆହ୍ଵାନ ଦେଇଛନ୍ତି। ଗୋଲାମୁଣ୍ଡା ସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଙ୍କ ସଭାପତିତ୍ବରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାପଟେନ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇବା ସହ ଟ୍ରାଫିକ ନିୟମ ମାନି ସଡ଼କ ଦୁର୍ଘଟଣା ରୋକିବାକୁ ଆହ୍ଵାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ନ ସାମନ୍ତରାୟ ଯୋଗ ଦେଇ ନାବାଳକ ମାନେ ଗାଡ଼ି ନ ଚଳାଇବା, ମୋବାଇଲ୍ ରେ କଥା ହୋଇ ଗାଡ଼ି ନ ଚଳାଇବା,ବିନା ହେଲମେଟ ଧାରୀ ବ୍ୟକ୍ତି ଦ୍ରୁତ ଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେବା ସହ କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ତରଫରୁ ପ୍ରସ୍ତୁତ ସଡ଼କ ସୁରକ୍ଷା ସଚେତନତା ସଂପର୍କିତ ପ୍ରଚାର ପତ୍ର ପ୍ରଦାନ କରି ଥିଲେ। ସମ୍ମାନୀତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ଅବିନାଶ ଠାକୁର, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଉଷାରାଣୀ ନାୟକ , ସ୍ଥାନୀୟ ଥାନା ସବ୍ ଇନ୍ସପେକ୍ଟର ସୁଶ୍ରୀ ଶାନ୍ତି ତିର୍କୀ, ବୃନ୍ଦାବାହାଲ୍ ସରପଞ୍ଚ ଦିନେଶ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଟ୍ରାଫିକ ନିୟମ ପାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପକ ସରୋଜ କାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ ଓ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ବିଜୟ କୁମାର ସାହୁ, ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି,କବି ପ୍ରସାଦ ପଟ୍ଟନାୟକ ,ସନ୍ଦୀପ କାନୁନଗୋ, ଯଯାତି କେଶରୀ ରାଉତ ତ୍ରିନାଥ ପଟ୍ଟନାୟକ, ଶୋଭାଗିନି ନାୟକ, ଭାରତ ସ୍କାଉଟ ଗାଇଡ୍ ଲିଡର ସନ୍ତୋଷ କୁମାର ବାରିକ, ଦିଲ୍ଲୀପ କୁମାର ସ୍ବାଇଁ, ପ୍ରସନ୍ନ କୁମାର ପ୍ରଧାନ, ପ୍ରମୋଦ ମହାନ୍ତି, ବୈକୁଣ୍ଠ ପଟେଲ୍, ହିମାଚଳ ମେହେର, ଗୋବର୍ଦ୍ଧନ ମେହେର , ଦେବରାଜ ମେହେର , ମୁକେଶ କୁମାର ବିଶି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ତଥା ମୋ ସ୍କୁଲ୍ ର ସଦସ୍ୟ , ଯୁବ ରେଡକ୍ରସ୍ ଓ ଭାରତ ସ୍କାଉଟ ଗାଇଡ୍ ବିଭାଗ ର ସ୍ଵେଚ୍ଛାସେବୀ ମାନେ ସକ୍ରିୟ ସହଯୋଗ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହ ଉଦଘାଟନ

Sunil Chandra Nayak

ସ୍ୱର୍ଗତ ମହମ୍ମଦ ରଫି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

Sunil Chandra Nayak

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ ରେ

masiha

Leave a Comment

error: Content is protected !!