ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଉସୁକାଇ ରାଜନୈତିକ ହିଂସା କରୁଛନ୍ତି

ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଉସୁକାଇ ରାଜନୈତିକ ହିଂସା କରୁଛନ୍ତି

ବସ୍ତାରେ ଆଇନଶୃଙ୍ଖଳା ପରିସ୍ଥିତି କୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ବସ୍ତା,27/02 : ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ତଥା ବସ୍ତାରୁ ଆଶାୟୀ ବିଧାୟକ ଥିବା ସୁଭାଷିନୀ ଜେନା ବସ୍ତାରେ ରାଜନୈତିକ ହିଂସା ସୃଷ୍ଟି କରୁଛନ୍ତି। ଆଉ ପୋଲିସ ରାଜନୀତିକ ଚାପରେ ଚେପା ହେଉଥିବା ରୁ ଧୀରେ ଧୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ସିଂଲା ଥାନା ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଦୋଷୀ ଙ୍କୁ ସୁରକ୍ଷା ଯୋଗାଉଛନ୍ତି ବୋଲି ଆଜି ବସ୍ତା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀମତୀ ଜେନା ବସ୍ତା ବ୍ଲକ୍ ସିଂଲା ଥାନା ଇଡିଦା ଠାରେ ଏକ ଫୁଟବଲ ମେଚରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଇଥିବା ବେଳେ ସେହି ପଞ୍ଚାୟତ ର ସରପଞ୍ଚଙ୍କ ସ୍ଵାମୀ ଦେବିପ୍ରସାଦ ଭଞ୍ଜ କଂଗ୍ରେସର ବ୍ୟାନର ଖୋଲିବାକୁ ସେହି ଗ୍ରାମର କଂଗ୍ରେସ କର୍ମିକୁ ତାଗିଦ୍ କରିଥିଲେ। ପରେ ଉକ୍ତ ବ୍ୟାନର ଖୋଲାଯିବ ନାହିଁ ବୋଲି କଂଗ୍ରେସ କର୍ମୀ ମାନା କରିବାରୁ ସରପଞ୍ଚଙ୍କ ସ୍ଵାମୀ ଶ୍ରୀ ଭଞ୍ଜ ଓ ତାଙ୍କର ସମର୍ଥକ ଶ୍ରୀମତୀ ଜେନା ଙ୍କ ଉପସ୍ଥିତିରେ କଂଗ୍ରେସ ବ୍ୟାନର ଛିଣ୍ଡାଇ ଦେଇଥିଲେ। ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କଂଗ୍ରେସ କର୍ମୀ ଓଲଟା ବିଜେଡି ବ୍ୟାନର ଛିଣ୍ଡାଇ ଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷରୁ ତିନି ଜଣ ଜଣ ଗୁରୁତର ଆହତ ହୋଇଥିଲେ। ଉଭୟ ପକ୍ଷର ଅଭିଯୋଗ କ୍ରମେ ପୋଲିସ ୨୫/୨୪ ଓ ୨୬/୨୪ ରେ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ କରି ବିଜେଡି ସମର୍ଥକ ଙ୍କୁ ଘଣ୍ଟ ଘୋଡାଉଥିବା ବେଳେ ପ୍ରତିପକ୍ଷଙ୍କ ଘରେ ରେଡ କରୁଛି ପୋଲିସ। ବିଧାୟକ ସ୍ବପ୍ନ ଦେଖୁଥିବା ଶ୍ରୀମତୀ ଜେନା,ସରପଞ୍ଚ ସ୍ଵାମୀ ଶ୍ରୀ ଭଞ୍ଜ ଏବଂ ତାଙ୍କ ସମର୍ଥକ ଉପସ୍ଥିତି ରହି ରାତି ଅଧିଆ ଏହି ଗ୍ରାମର ଜଣେ ପଛୁଆ ବର୍ଗର ପରିବାର ଘରେ କେହି ନଥିବାବେଳେ ଗର୍ଭବତୀ ମହିଳାଙ୍କୁ ଆକ୍ରମଣ ସହିତ ତାଙ୍କ ଘରର ଦୁଇଟି ମଟର ସାଇକେଲ ସହିତ ଅଟ ଏବଂ ଆସବାବ ପତ୍ର ଭଙ୍ଗା ରୁଜା କରିବା ସହିତ ଟଙ୍କା ଲୁଟ କରାଗଲା। ବିଜେଡି ନାରା ଦେଇଥିବା ଗାଁକୁ ସମ୍ମାନ ମାଙ୍କୁ କାମ କୁଆଡ଼େ ଗଲା। ଏଇଟା କଣ ମାଙ୍କୁ ସମ୍ମାନ,ବିଧାୟକ ସ୍ବପ୍ନ ଦେଖୁଥିବା ଶ୍ରୀମତୀ ଜେନା ଯଦି ନିଜର ଉପସ୍ଥିତିରେ ଏହିଭଳି ଆକ୍ରମଣ କରୁଛନ୍ତି ବିଧାୟକ ହେବାପରେ ଯିଏ ତାଙ୍କ ବିରୋଧରେ ଯିବ ଘରେ ପଶି ହତ୍ୟା କରିବେ ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ରେ ପ୍ରଶ୍ନ କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା,ଜିଲ୍ଲା ଉପସଭାପତି ମୋନଜ କୁମାର୍ ମହାନ୍ତି,ଜିଲ୍ଲା କିଷାନ କଂଗ୍ରେସ ସଭାପତି ଜୟନ୍ତ ମହାପାତ୍ର,ଜିଲ୍ଲା ମହିଳା କଂଗ୍ରେସ ସମ୍ପାଦିକା ସୁକାନ୍ତି ଭକ୍ତା,ଯୁବନେତା ଅବିନାଶ ନାୟକ,ଅଭୟ ଲେଙ୍କା,ଇଡିଦା ପଂଚାୟତ କଂଗ୍ରେସ ସଭାପତି ନିତ୍ୟାନନ୍ଦ ସିଂ ଦରଡା ପଂଚାୟତ କଂଗ୍ରେସ ସଭାପତି ନରହରି ଘଡେ଼ଇ ଇଡିଦା ପଂଚାୟତ କଂଗ୍ରେସ ଉପସଭାପତି ସନାତନ ଦସ, ମଦନ ଭକ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦଶଦିନ ମଧ୍ୟରେ ପୋଲିସ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସିଂଲା ଥାନା ଘେରାଉ ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

 

Related posts

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ମହିଳା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!