ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ 

ଭୁବନେଶ୍ୱର, ତା.୦୩/୦୫: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସଂକଳ୍ପ ପତ୍ରରେ ଦିଆ୍‌ାଇଥିବା ପ୍ରତିଶୃତି ମଧ୍ୟରୁ ଅନେକାଂଶ ପୂରଣ ହୋଇସାରିଛି । ଇତି ମଧ୍ୟରେ ଦଳର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରିଙ୍କ ନାମ ତାଲିକା ଘୋଷଣା ସରିଛି । ବହୁ ଶୀଘ୍ର ଖାଲି ରହିଥିବା ଦଳୀୟ ପଦପଦବୀର ଅନ୍ୟ ନାମ ତାଲିକା ବି ଘୋଷଣା କରାଯିବ । ମାତ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ କିଛି ଗଣମାଧ୍ୟମ ଯେଉଁ ଭଳି ଭାବରେ ବିଭ୍ରାନ୍ତକାରୀ ଏବଂ କପୋଳକଳ୍ପିତ ସମ୍ବାଦ ପ୍ରସାରଣ କରିଛନ୍ତି, ତାହା ସଂପୂର୍ଣ୍ଣ ଅମୁଳକ ଏବଂ ଆଦାରହୀନ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।  

 

Related posts

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ବିଜେପି ସଭାପତିଙ୍କ ସହ ଉଜ୍ଜଳା ପ୍ରତିନିଧିଙ୍କ ଆଲୋଚନା

masiha

Leave a Comment

error: Content is protected !!