ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର 

ଗଞ୍ଜାମ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର 

ଛତ୍ରପୁର,ତା ୦୪/୦୫ ଗଞ୍ଜାମ ଜିଲ୍ଲା ପରିଷଦ ସ୍ଥିତ ଜଫଗଡ ସମ୍ମିଳନୀ କକ୍ଷଠାରେ ପୂର୍ବାହ୍ନ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ଯନ୍ତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶୀଷ ବରାଳ ଉପସ୍ଥିତ ରହି ମିଳିତ ଜନଶୁଣାଣୀ କରିଥିଲେ ।ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୮୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା ସେଥି ମଧ୍ଯରୁ ୭ଟି ସାମୁହିକ ଓ ଅବଶିଷ୍ଟ ୮୦ଟି ବ୍ଯକ୍ତିଗତ ଅଭିଯୋଗ ରହିଥିଲା । ରେଡକ୍ରସ୍ ପାଣ୍ଠିରୁ ୧୨ ଜଣଙ୍କୁ ସହାୟତା ବାବଦକୁ ୧,୦୦,୦୦୦ (ଏକଲକ୍ଷ) ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

     ଜନଶୁଣାଣି ଶିବିରରେ ମୁଖ୍ଯତଃ ମଧୁବାବୁ ପେନସନ୍, ପ୍ରଧାନ ମନ୍ତ୍ରୀ ଆବାସ ଓ ଅନ୍ତ୍ଯୋଦୟ ଗୃହ .ଯୋଜନା, ରାସନ୍ କାର୍ଡ, ଜମିଜମା, ଶିକ୍ଷା,ସ୍ବାସ୍ଥ୍ଯ, ଚିକିତ୍ସା ଆଦିର ଦରଖାସ୍ତ ହସ୍ତଗତ ହୋଇଥିଲା । ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟିଣ୍ଟ କଲେକ୍ଟର ଦୀପକ କୁମାର ଜେନା ଓ ଅନ୍ଯାନ୍ଯ କର୍ମଚାରୀମାନେ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

କୌଶଳ ଭିତିକ ଶିକ୍ଷା ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବ –ଜିଲ୍ଲାପାଳ

masiha

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!