ଡାବୁଗାଁ, ୨୯ /୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ବ୍ଲକ କଂଗ୍ରେସ ତରଫରୁ ଏକ ଖବରଦାତା ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅଧୀନ କୋଷାଗୁମୁଡା ବ୍ଲକ ଅଞ୍ଚଳ ର ଯୁବଗୋଷ୍ଠୀ ସହ ଡ଼ାବୁଗାଁ ବିଧାୟକ ମୋନହର ରନ୍ଧାରୀ ଉନ୍ନତୀ ମୂଳକ କାର୍ଯ୍ୟ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିଲା । ଯାହା କି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ରେ ବିଧାୟକ ଶିକ୍ଷିତ ଯୁବକ ମାନଙ୍କୁ ତାଙ୍କ ପ୍ରଶ୍ନ ର ଉତ୍ତର ଦେଇପାରିନଥିଲେ ବୋଲି ଏକ ଖବରଦାତା ସମ୍ମିଳନୀ କରି ତେରଛା ବାଣ ମାରିଛି ଡ଼ାବୁଗାଁ ବ୍ଲକ କଂଗ୍ରେସ କମିଟି । ବିଧାୟକ ଙ୍କ ପାଣ୍ଠି ରୁ ୫ ବର୍ଷ ରେ ୧୫ କୋଟି ଟଙ୍କା ଆସୁଥିବା ବେଳେ ବିନା ଫଳକ ରେ ହେଉଥିବା କାର୍ଯ୍ୟ କୁ ମଧ୍ୟ ତୀବ୍ର ନିନ୍ଦା କରିବା ସହ ସରକାର ଙ୍କ ଗାଇଡ ଲାଇନ ବାହାରେ ବିନା ଫଳକରେ ଉନ୍ନୟନ କାର୍ଯ୍ୟ କରିବା ଓ ବିଲ କରିବା ଦୁର୍ନୀତିର ଗନ୍ତାଘର ବୋଲି ସ୍ପଟୋକ୍ତି କରିଛନ୍ତି । ସମସ୍ତ କାର୍ଯ୍ୟ କୁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତଦାରଖ କରାଯିବ ବୋଲି କହିଛନ୍ତି । ଜଣେ ବିଧାୟକ ଏହି ଜନସାଧରଣଙ୍କୁ ଏମିତି ଆକ୍ରୋଶମୂଳକ ହେବା ଠିକ୍ ନୁହେଁ ବୋଲି କହିଥିଲେ । ଭିଡିଓ ଭାଇରାଲ ହେବା ପରେ ଡାବୁଗାଁ ବ୍ଲକ କଂଗ୍ରେସ ବିଧାୟକ ଙ୍କ ଏପରି କାର୍ଯ୍ୟ କୁ ଘୋର ବିରୋଧ କରି ଯୁବଗୋଷଠୀଙ୍କୁ ଉତ୍ତର ଦେଇପାରିଲେ ନାହିଁ କଣ ପାଇଁ ? ନିରୀହ ଜନତା ଙ୍କୁ ଛତା, ଚା, ଦା, ରେନିକୋଟ, ଖଡୁ ଆଦି ଦେଇକି ଏପରି ଛଳନା କରୁଥିବା ପ୍ରଶାସନ କୁ ସେ ଦୃଢ଼ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଏସବୁ ଠିକ୍ କରାନଯାଏ ଓ ଜିଲ୍ଲା ଭିତ୍ତିକ ନିଯୁକ୍ତି ଉପରେ କୌଣସି କାର୍ଯ୍ୟ ହେଉନାହିଁ | ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିରାଟ ଆନ୍ଦୋଳନ କରିବା ନେଇ ଖବରଦାତା ସମ୍ମିଳନୀ ରେ ଜିଲା ଯୁବ କଂଗ୍ରେସ ସଭାପତି ଡା. ଲିପିକା ମାଝୀ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀ ରେ ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝି, ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର, ଶେଖ ଆକବର ହୁସେନ, ରାମେଶ୍ଵର ପାଣିଗ୍ରାହୀ, ଧବଳେଶ୍ଵର ନାୟକ, କେଶବ ରେଲି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।