ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ର କର୍ମୀ ସମ୍ମିଳନୀ…. ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ

କଂଗ୍ରେସ ର କର୍ମୀ ସମ୍ମିଳନୀ….

ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ

ଆଗକୁ ବିରାଟ ବିପ୍ଳବ ହେବ ଏଥିରେ କଳାହାଣ୍ଡି ଜିଲ୍ଲାର ଏକ ଲକ୍ଷ ମହିଳା ବିଭିନ୍ନ ନିଜସ୍ୱ କାରଣ ପାଇଁ ଲଢ଼ିବାକୁ ପ୍ରସ୍ତୁତ ରହିବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି। ଆଜି ଧର୍ମଗଡ ନିକଟସ୍ଥ ସନ୍ଧିକୁଲିହାରି ଗ୍ରାମରେ ଅକ୍ଷୟ ତୃତୀୟା ପାଳନ ପାଇଁ କଂଗ୍ରେସ ର ଏକ ବୈଠକ ଓ କର୍ମୀ ସମ୍ମିଳନୀରେ ସେ ଏହା ପ୍ରକାଶ କରି ଓଡ଼ିଶାରେ ହଜାର ହଜାର ମହିଳା ନିଖୋଜ ଅଛନ୍ତି ଓ ଅନେକ ମହିଳା ଓ ନାବାଳିକା ପ୍ରତିଦିନ ଦୁଷ୍କର୍ମ ର ଶିକାର ହେଉଛନ୍ତି।

ସରକାର ଏବଂ ପୋଲିସ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁନାହାଁନ୍ତି। ସେଥିପାଇଁ କିଛି ଲୋକଙ୍କୁ ଏନେଇ କାମ କରିବାକୁ ପଡିବ ଓ ମହିଳା ମାନଙ୍କୁ ନେଇ ଆଗାମୀ ଦିନରେ ବିରାଟ ବିପ୍ଳବ ହେବ ବୋଲି ସେ କହିଥିଲେ।

ସଂପ୍ରତି ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଉପରେ ପିସିସି ମୁଖ୍ୟ ଓଡ଼ିଶା, ଭକ୍ତ ଚରଣ ଦାସ ମିଳିତ ସଂସଦ ଅଧିବେଶନ ପାଇଁ ସେ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ଓ ଓଡ଼ିଶା ବିଧାନସଭା ଅଧିବେଶନ ଗୁଡ଼ିକରେ ସଠିକ୍ ଆଲୋଚନା କରିବାକୁ ମଧ୍ୟ ଦାବି କରିଥିଲେ।

ଏହି କର୍ମୀ ସମ୍ମିଳନୀରେ ଛତିଶଗଡ ବ୍ରିନ୍ଦା ନବାଗଡ଼ ବିଧାୟକ ଜନକ ଧ୍ରୁବ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଭାରୀ ମନୋରଞ୍ଜନ ତ୍ରିପାଠୀ,କଂଗେସ ର ଜିଲ୍ଲା ସଭପତି ଭାରତ ଭୁଷଣ ବେମାଲ, କୃଷକ ସେଲ ର ସଭାପତି ତୁଲେଶ୍ୱର ନାଏକ, ବରିଷ୍ଠ ନେତା ସିଦ୍ଧାର୍ଥ ନାଏକ, ଦ୍ରୋପଦି ମାଝୀ, ଜୁନାଗଡ, କୋକସରା ଓ କଲମପୁର ବ୍ଲକ ର ସଭାପତି ତଥା ବହୁ ପୁରୁଷ ଓ ମହିଳା କର୍ମକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ।ଧର୍ମଗଡ ବ୍ଲକ ସଭାପତି ପ୍ରେମଲାଲ ସାଗର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି 

masiha

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ଜୁନାଗଡ ବିଧାନ ସଭା କ୍ଷେତ୍ର ର ରାଜ ନୈତିକ ଚିତ୍ରପଟ :   ରାଜପରିବାର ର ଗଡ ଜୁନାଗଡ ବିଧାନ ସଭା ଆସନ ରେ ୨୦୨୪ ନିର୍ବାଚନ ରେ କାହା ମୁଣ୍ଡରେ ଶିରପା ? 

masiha

Leave a Comment

error: Content is protected !!