ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

କଟକ : କଟକ ସଦର ଥାନା ଉପକଣ୍ଠ ବ୍ରାହ୍ମଣଝରିଲୋ ଫୁଲନଖରା ଉପକଣ୍ଠ ନୃତ୍ୟ,ଚିତ୍ରକଳା,ବାଦ୍ୟ ଓ ସଂଗୀତ ଭିତ୍ତିକ ଶିକ୍ଷାନୁଷ୍ଠାନ ଆରାଧା କଲଚରାଲ ଏକାଡ଼େମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଏକାଡେ଼ମୀ ଅଧ୍ୟକ୍ଷ ସମାଜସେବୀ ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅଶ୍ବିନୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସର ତାପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଂକ ମଧ୍ୟରେ ନାଟ୍ୟକାର ଶରତ କୁମାର ଦାସ,ଡାକ୍ତର ଦିଲୀପ କୁମାର ନନ୍ଦ,ରାକେଶ କୁମାର ହୋତା,ଏମ ବାପି ମଲ୍ଲିକ ଓ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତନୁଶ୍ରୀ ରକ୍ଷିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସାହିତ୍ୟିକ ପ୍ରତାପ କେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

masiha

ଜିଲ୍ଲା ପ୍ରଶାସନ ପକ୍ଷରୁ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

masiha

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି 

masiha

Leave a Comment

error: Content is protected !!