ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ ….

ରାଉରକେଲା/ କବି ଗଗନବିହାରୀ ନାୟକ ଙ୍କ କବିତା ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏକ ନିରାଡମ୍ବର ଉତ୍ସବରେ ଶିକ୍ଷାବିତ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବ, କବି ଶ୍ରୀ ନାୟକଙ୍କ ଆବାହକତ୍ବ ତଥା କବି ଭୋଳେଶ୍ବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଆରଏସପି ମହାପ୍ରବନ୍ଧକ ନାରାୟଣ ପତି ମୁଖ୍ୟଅତିଥି, ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଆଲୋଚକ ଓ ସମ୍ମାନିତ ଆଲୋଚକ ଭାବେ ଡା କୃପାସିନ୍ଧୁ ନାୟକ ଓ ଶିକ୍ଷାବିତ ରଶ୍ମିବାଳା ରାଉତରାୟ ପ୍ରମୁଖ ଯୋଗଦେଇ ‘ ସମର୍ପିତ ଶାନ୍ତିଦୂତ’ ପୁସ୍ତକକୁ ଉନ୍ମୋଚନ କରିବା ସହ ମାର୍ମିକ ଆଲୋଚନା କରିଥିଲେ । କବି ଶ୍ରୀ ନାୟକ ତାଙ୍କ ପୁସ୍ତକରେ ବିଭିନ୍ନ କୀଟ ପତଙ୍ଗକୁ ନେଇ କବିତା ରଚନା କରିଛନ୍ତି , ଯାହା ଅନନ୍ୟ ବୋଲି ଆଲୋଚକ ମାନେ ମତପ୍ରକାଶ କରିଥିଲେ । ସଭାପତି ଶ୍ରୀ ସାହୁ ସଭାପତିତ୍ବ ଅଭିଭାଷଣ ସହ ପୁସ୍ତକ ଓ କବିଙ୍କ ସର୍ଜନ ଶୀଳତା କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭିରାମ ପ୍ରଧାନ, ଡା ଗୀତାଞ୍ଜଳୀ ପତ୍ରୀ, ମନୋଜ କୁମାର ନନ୍ଦ, ପରେଶ ବିଶ୍ବାଳ, ବ୍ରଜେନ୍ଦ୍ର ଦାଶ, ପଶୁପତିନାଥ ଚାଟାର୍ଜୀ, ଅକ୍ଷୟ ସାମଲ, କମଳାକାନ୍ତ ଦାସ, ସଂଜୀବ ନାୟକ, ବିକ୍ରମ ଆଚାର୍ଯ୍ୟ,କବିବର ପରିଡା,ଗୋକୁଳାନନ୍ଦ ଦାଶ, ବିଜୟ ସେନାପତି,ନିକୁଞ୍ଜ ରାଉତରାୟ, ସୁକାନ୍ତ ମହାପାତ୍ର, ସମୀରବାଳା ଦାଶ,କମଳ ଆଚାର୍ଯ୍ୟ, ଖଗେଶ୍ବର ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଆର. ଏମ. ସି ସଭାଗୃହ ଠାରେ କଳାହାଣ୍ଡି ଡିଜିଟାଲ ମିଡ଼ିଆ ବୈଠକ

masiha

ପଣ୍ଡରାମାଳି ସମାଜର ସାମ୍ବାଦିକ ସମ୍ମିଳନୀ ସମାଜରେ ଫାଟ ସୃଷ୍ଟି ଉଦ୍ଦେଶ୍ୟକୁ ନିନ୍ଦା

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!